Inner Childhood Trauma:ସମାଲୋଚନା ଓ ମତାମତ ଆପଣଙ୍କୁ ଏତେ କଷ୍ଟ ଦିଏ କାହିଁକି? ଏହା ପଛରେ ଅଛି କି ପିଲା ଦିନର ଘଟଣା ?
ପିଲାଦିନର ଗୋଟିଏ ଗୋଟିଏ ଘଟଣା ଏତେ କଷ୍ଟ ଦେଇଥାଏ ଯେ, ତାହା ବଡ଼ ହେବା ପରେ ବି କେଉଁଠି ଗୋଟେ ଲୁଚି ରହିଥାଏ। ଆମ ଭିତରର ଇନର ଚାଇଲ୍ଡ ସେସବୁକୁ ଧରି ରଖିଥାଏ । ପରବର୍ତ୍ତୀ ଜୀବନରେ ଗୋଟିଏ ହାଲକା ସମାଲୋଚନା କି ମତାମତ ସେଇ କ୍ଷତକୁ ପୁଣିଥରେ ଉଖାରି ଦିଏ। ଆବେଗ ସବୁ ଉତୁରି ଆସେ। ଏବଂ କିଛି ନଥିବା କଥାଟେ ବି ଗୁଳି ବିନ୍ଧିଗଲା ପରି କଷ୍ଟ ଦିଏ। ଆମେ ଆଉ ନିଜ ଅଧିନରେ ରହନ୍ତିନି; କେତେବେଳେ ଭୀଷଣ ରାଗିଯାଆନ୍ତି ତ କେତେବେଳେ ଭୀଷଣ ଉଦାସ ହୋଇଯାଆନ୍ତି। ତେବେ ଆଜିର ଏଇ ଅଧ୍ୟାୟରେ ଜାଣିବା ଆସନ୍ତୁ ଆମେ କେମିତି ଚିହ୍ନିବା ଆଉ ସୁସ୍ଥ କରିବା ସେଇ ଇନର ଚାଇଲ୍ଡର କ୍ଷତକୁ ।