IPL 2025 ଫାଇନାଲ୍କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି
ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମ୍ୟାଚ ପରେ କୌଣସି ଆକ୍ରମଣାତ୍ମକ ସେଲିବ୍ରେଶନ କରି ନ ଥିଲେ। କିନ୍ତୁ ଆୟର ନିଜ ସାଥୀ ଖୋଳାଳି ଶଶାଙ୍କ ସିଂହଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ, ମ୍ୟାଚ ଶେଷ ହେବା ପରେ ସେ ତାଙ୍କୁ ଗାଳି ଦେଇଥିଲେ, ରାଗରେ କିଛି […] The post IPL 2025 ଫାଇନାଲ୍କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମ୍ୟାଚ ପରେ କୌଣସି ଆକ୍ରମଣାତ୍ମକ ସେଲିବ୍ରେଶନ କରି ନ ଥିଲେ। କିନ୍ତୁ ଆୟର ନିଜ ସାଥୀ ଖୋଳାଳି ଶଶାଙ୍କ ସିଂହଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ, ମ୍ୟାଚ ଶେଷ ହେବା ପରେ ସେ ତାଙ୍କୁ ଗାଳି ଦେଇଥିଲେ, ରାଗରେ କିଛି କହିଥିଲେ ଏବଂ ହାତ ମିଳାଇ ଆଗକୁ ବଢ଼ିଥିଲେ।
ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି କ୍ୱାଲିଫାୟର ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ପାଇଁ ୨୦୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ପଞ୍ଜାବ ୧୯ ଓଭରରେ ଲକ୍ଷ୍ୟ ହାସଲ କରି IPL ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଶ୍ରେୟସ ଆୟର ତାଙ୍କ ଅଧିନାୟକତ୍ୱରେ ୩ଟି ଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ପଏଣ୍ଟ ଟେବୁଲରେ ନମ୍ବର-୧ ସ୍ଥାନରେ ରହି ପଞ୍ଜାବ ମଧ୍ୟ ଲିଗ ପର୍ଯ୍ୟାୟ ଯାତ୍ରା ଶେଷ କରିଥିଲା।
ଶଶାଙ୍କ ସିଂହ ବ୍ୟାଟିଂ କରିବାକୁ ଆସିଥିବାବେଳେ ପଞ୍ଜାବ ମ୍ୟାଚ ଜିତିବା ନିକଟରେ ଥିଲା। କିନ୍ତୁ ଶଶାଙ୍କ ୨ ରନ କରିବା ପରେ ୧୭ତମ ଓଭରରେ ରନ ଆଉଟ ହୋଇଗଲେ। ଏହି ସମୟରେ ପଞ୍ଜାବକୁ ଜିତିବା ପାଇଁ ୨୧ ବଲରେ ୩୫ ରନ ଆବଶ୍ୟକ ଥିଲା। ଶଶାଙ୍କ ଦ୍ରୁତ ଗତିରେ ଦୌଡୁ ନ ଥିଲେ, ଏବଂ ସେଥିପାଇଁ ସେହି ସମୟରେ ମଧ୍ୟ ଆୟର ବହୁତ ରାଗି ଯାଇଥିଲେ। କାରଣ ଏହା ପରେ ଆଉ ଏକ ଉଇକେଟ ପଡ଼ିଗଲେ, ପଞ୍ଜାବ ଚାପରେ ଆସିପାରିଥାନ୍ତା।
ମ୍ୟାଚ ଶେଷ ହେବା ପରେ ଶଶାଙ୍କଙ୍କୁ ଆୟର ଗାଳି ଦେଇଥିଲେ। ଭିଡିଓରେ ଦେଖାଯାଉଛି ଯେ, ସେ ତାଙ୍କ ସହ ରାଗିକି କଥା ହେଉଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ସେ ତାଙ୍କ ସହ ହାତ ମିଳାଇ ନ ଥିଲେ।
ଶଶାଙ୍କ ଏହି ସିଜିନରେ ୧୩ ଇନିଂସରେ ୧୪୫.୯୫ ଷ୍ଟ୍ରାଇକ ରେଟ ସହିତ ୨୮୯ ରନ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।
ଏବେ ଜୁନ ୩ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଟାଇଟଲ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କର ପ୍ରଥମ IPL ଟ୍ରଫି ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏହି ସିଜିନରେ ଦୁଇଟି ଦଳ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି, RCB ୨ଟି ଏବଂ ପଞ୍ଜାବ ଗୋଟିଏ ମ୍ୟାଚ୍ ଜିତିଛି।
After the match is over, Shreyas Iyer is saying something angrily to Shashank Singh, tell me what is he saying?#shreyashiyar |#ShashankSingh #IPLPlayoffs |#PBKSvsMI pic.twitter.com/Eo7s7YHSgn
— Irfan isak shaikh (@irfan_speak786) June 1, 2025
The post IPL 2025 ଫାଇନାଲ୍କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି appeared first on Dharitri Odia News.