IPL 2025: ମାଥ୍ୟୁ ଓ୍ବେଡଙ୍କୁ ମିଳିଲା ଗୁଜରାଟ ଟାଇଟନ୍ସର ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୯ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ପାଇଁ ଗୁଜରାଟ ଟାଇଟନ୍ସ(ଜିଟି) ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡଙ୍କୁ ଦଳର ସହାୟକ କୋଚ ଭାବେ ନିଯୁକ୍ତ କରିଛି। ଓ୍ବେଡ ୨୦୨୨ ଓ ୨୦୨୪ରେ ଗୁଜରାଟ ଫ୍ରାଞ୍ଚାଇଜି ସହିତ ଜଣେ ଖେଳାଳି ଭାବେ ଯୋଡ଼ି ହୋଇଥିଲେ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସେ ଆଇପିଏଲ ମେଗା ଅକ୍ସନରେ ଭାଗ ନେଇ ନ ଥିଲେ। ଓ୍ବେଡ ଆଇପିଏଲରେ ମାତ୍ର ୧୫ଟି ମ୍ୟାଚ ଖେଳିଥିଲେ। […] The post IPL 2025: ମାଥ୍ୟୁ ଓ୍ବେଡଙ୍କୁ ମିଳିଲା ଗୁଜରାଟ ଟାଇଟନ୍ସର ବଡ଼ ଦାୟିତ୍ୱ appeared first on Dharitri Odia News.

IPL 2025: ମାଥ୍ୟୁ ଓ୍ବେଡଙ୍କୁ ମିଳିଲା ଗୁଜରାଟ ଟାଇଟନ୍ସର ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୯ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ପାଇଁ ଗୁଜରାଟ ଟାଇଟନ୍ସ(ଜିଟି) ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡଙ୍କୁ ଦଳର ସହାୟକ କୋଚ ଭାବେ ନିଯୁକ୍ତ କରିଛି। ଓ୍ବେଡ ୨୦୨୨ ଓ ୨୦୨୪ରେ ଗୁଜରାଟ ଫ୍ରାଞ୍ଚାଇଜି ସହିତ ଜଣେ ଖେଳାଳି ଭାବେ ଯୋଡ଼ି ହୋଇଥିଲେ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସେ ଆଇପିଏଲ ମେଗା ଅକ୍ସନରେ ଭାଗ ନେଇ ନ ଥିଲେ।

ଓ୍ବେଡ ଆଇପିଏଲରେ ମାତ୍ର ୧୫ଟି ମ୍ୟାଚ ଖେଳିଥିଲେ। ସେଥିରୁ ସେ ୧୨ ମ୍ୟାଚ ଜିଟି ପାଇଁ ଖେଳିଥିଲେ। ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟଲ ଜିତିଥିବା ଜିଟି ଦଳର ସେ ସଦସ୍ୟ ଥିଲେ। ଆଶିଷ ନେହେରାଙ୍କ ନେତୃତ୍ୱାଧୀନ ସପୋର୍ଟ ଟିମରେ ଓ୍ବେଡ କାର୍ଯ୍ୟ କରିବେ। ତାଙ୍କ ସହିତ ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ବ୍ୟାଟିଂ କୋଚ ପାର୍ଥିବ ପଟେଲ, ଆଶିଷ କାପୁର ଓ ନରେନ୍ଦ୍ର ନେଗୀ ଜିଟି ସପୋର୍ଟ ଷ୍ଟାଫର ସଦସ୍ୟ ରହିଛନ୍ତି।

The post IPL 2025: ମାଥ୍ୟୁ ଓ୍ବେଡଙ୍କୁ ମିଳିଲା ଗୁଜରାଟ ଟାଇଟନ୍ସର ବଡ଼ ଦାୟିତ୍ୱ appeared first on Dharitri Odia News.