IPL ନିୟମରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଫ୍ରାଞ୍ଚାଇଜ, ୪ ବଦଳରେ ଚାହାନ୍ତି ଏତିକି ଖେଳାଳି

ନୂଆଦିଲ୍ଲୀ:  ଆଇପିଏଲରେ ବଡ ପରିବର୍ତ୍ତନ ଦାବି କଲେ ଫ୍ରାଞ୍ଚାଇଜ। ଯାହାକୁ ନେଇ ଏପ୍ରିଲ ୧୬ରେ ଅହମ୍ମଦାବାଦରେ ବିସିସିଆଇ ଓ ସମସ୍ତ ଫ୍ରାଞ୍ଜାଇଜ ମଧ୍ୟରେ ବୈଠକ ହେବାକୁ ଯାଉଛି। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ତେବେ ଦଳଗୁଡ଼ିକ ରିଟେନ ନିୟମ ପ୍ରସଙ୍ଗ ଉଠାଇ ପାରନ୍ତି।ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ଫ୍ରାଞ୍ଜାଇଜ ବଡ଼ ପରିବର୍ତ୍ତନ ଦାବି କରିଛନ୍ତି। ୪ ଖେଳାଳିଙ୍କୁ ରିଟେନ କରାଯିବାର ନିୟମରେ ପରିବର୍ତ୍ତନ କରି ୮ ଖେଳାଳି ରିଟେନ କରାଯାଉ ବୋଲି ଫ୍ରାଞ୍ଚାଇଜ ଦାବି କରିଛନ୍ତି। ଫ୍ରାଞ୍ଚାଇଜଙ୍କ କହିବା କଥା ଏହି ପରିବର୍ତ୍ତନ ଦଳଗୁଡ଼ିକୁ ନିରନ୍ତରତା ପ୍ରଦାନ କରିବ ଏବଂ ନିଲାମୀ ଖର୍ଚ୍ଚକୁ କମ କରିବାରେ ବେଶ ସହାୟକ  ହେବ।ବିସିସିଆଇ ସୂତ୍ର ଅନୁଯାୟୀ, ଅଣ ଆନୁଷ୍ଠାନିକ ଭାବେ ଅଧିକାଂଶ ଫ୍ରାଞ୍ଚାଇଜ ୪ ନୁହେଁ ୮ ଖେଳାଳିଙ୍କ ରିଟେନ୍ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି। Also read: IPL ଇତିହାସର ସଫଳ ଅଧିନାୟକ, କ୍ୟାପଟେନ୍‌ ଭାବେ ହାରିଛନ୍ତି ଅଧିକ ମ୍ୟାଚ୍‌ଆଇପିଏଲର ନିୟମ ଅନୁଯାୟୀ ଗୋଟିଏ ଟିମ୍ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ କରି ପାରିବେ। ଦଳ ଗୁଡ଼ିକୁ ତିନିରୁ ଅଧିକ ଭାରତୀୟ ଖେଳାଳି କିମ୍ବା ଦୁଇରୁ ଅଧିକ ବିଦେଶୀ ଖେଳାଳି ରଖି ପାରିବେ ନାହିଁ। ଯେଉଁ ଦଳ ୪ ଖେଳାଳିଙ୍କୁ ରିଟେନ୍ କରିଥାନ୍ତି ସେମାନଙ୍କର ମୋଟ୍ ୯୦ କୋଟିରୁ ୪୨ କୋଟି ଟଙ୍କା କାଟି ନେଇଥାଏ। ପ୍ରଥମ ପସନ୍ଦର ଖେଳାଳିଙ୍କ ମୂଲ୍ୟ ୧୬

IPL ନିୟମରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଫ୍ରାଞ୍ଚାଇଜ, ୪ ବଦଳରେ ଚାହାନ୍ତି ଏତିକି ଖେଳାଳି

ନୂଆଦିଲ୍ଲୀ:  ଆଇପିଏଲରେ ବଡ ପରିବର୍ତ୍ତନ ଦାବି କଲେ ଫ୍ରାଞ୍ଚାଇଜ। ଯାହାକୁ ନେଇ ଏପ୍ରିଲ ୧୬ରେ ଅହମ୍ମଦାବାଦରେ ବିସିସିଆଇ ଓ ସମସ୍ତ ଫ୍ରାଞ୍ଜାଇଜ ମଧ୍ୟରେ ବୈଠକ ହେବାକୁ ଯାଉଛି। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ତେବେ ଦଳଗୁଡ଼ିକ ରିଟେନ ନିୟମ ପ୍ରସଙ୍ଗ ଉଠାଇ ପାରନ୍ତି।

ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ଫ୍ରାଞ୍ଜାଇଜ ବଡ଼ ପରିବର୍ତ୍ତନ ଦାବି କରିଛନ୍ତି। ୪ ଖେଳାଳିଙ୍କୁ ରିଟେନ କରାଯିବାର ନିୟମରେ ପରିବର୍ତ୍ତନ କରି ୮ ଖେଳାଳି ରିଟେନ କରାଯାଉ ବୋଲି ଫ୍ରାଞ୍ଚାଇଜ ଦାବି କରିଛନ୍ତି। ଫ୍ରାଞ୍ଚାଇଜଙ୍କ କହିବା କଥା ଏହି ପରିବର୍ତ୍ତନ ଦଳଗୁଡ଼ିକୁ ନିରନ୍ତରତା ପ୍ରଦାନ କରିବ ଏବଂ ନିଲାମୀ ଖର୍ଚ୍ଚକୁ କମ କରିବାରେ ବେଶ ସହାୟକ  ହେବ।ବିସିସିଆଇ ସୂତ୍ର ଅନୁଯାୟୀ, ଅଣ ଆନୁଷ୍ଠାନିକ ଭାବେ ଅଧିକାଂଶ ଫ୍ରାଞ୍ଚାଇଜ ୪ ନୁହେଁ ୮ ଖେଳାଳିଙ୍କ ରିଟେନ୍ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି। 

Also read: IPL ଇତିହାସର ସଫଳ ଅଧିନାୟକ, କ୍ୟାପଟେନ୍‌ ଭାବେ ହାରିଛନ୍ତି ଅଧିକ ମ୍ୟାଚ୍‌

ଆଇପିଏଲର ନିୟମ ଅନୁଯାୟୀ ଗୋଟିଏ ଟିମ୍ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ କରି ପାରିବେ। ଦଳ ଗୁଡ଼ିକୁ ତିନିରୁ ଅଧିକ ଭାରତୀୟ ଖେଳାଳି କିମ୍ବା ଦୁଇରୁ ଅଧିକ ବିଦେଶୀ ଖେଳାଳି ରଖି ପାରିବେ ନାହିଁ। ଯେଉଁ ଦଳ ୪ ଖେଳାଳିଙ୍କୁ ରିଟେନ୍ କରିଥାନ୍ତି ସେମାନଙ୍କର ମୋଟ୍ ୯୦ କୋଟିରୁ ୪୨ କୋଟି ଟଙ୍କା କାଟି ନେଇଥାଏ। ପ୍ରଥମ ପସନ୍ଦର ଖେଳାଳିଙ୍କ ମୂଲ୍ୟ ୧୬ କୋଟି, ଦ୍ଵିତୀୟ ୧୨ କୋଟି, ତୃତୀୟ ୮ କୋଟି ଓ ଚତୁର୍ଥ ଖେଳାଳିଙ୍କ ମୂଲ୍ୟ ୬ କୋଟି ରହିଛି। 

ତିନି ଖେଳାଳିଙ୍କୁ ରିଟେନ୍ କରୁଥିବା ଦଳର ୯୦ କୋଟିରୁ ୩୩ କୋଟି ଟଙ୍କା କାଟି ନିଆଯାଏ। ପ୍ରଥମ ପସନ୍ଦର ଖେଳାଳି ପାଇଁ ୧୫ କୋଟି, ଦ୍ଵିତୀୟ ପସନ୍ଦର ଖେଳାଳି ପାଇଁ ୧୧ କୋଟି ଓ ତୃତୀୟ ପସନ୍ଦ ପାଇଁ ୭ କୋଟି ଟଙ୍କା ଦେବାକୁ ପଡ଼ିଥାଏ। ଫ୍ରାଞ୍ଚାଇଜ ବର୍ତ୍ତମାନ ଥିବା ମୋଟ୍ ୯୦ କୋଟିର ପରିମାଣକୁ ବଢାଇ ୧୦୦ କୋଟି କରିବାକୁ ଦାବି କରିଛନ୍ତି।