IPL ୨୦୨୪ର ନୂଆ ନିୟମ, ଅମ୍ପାୟାର ଏବଂ ବୋଲରଙ୍କୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୨୦।୦୩: ୨୨ ମାର୍ଚ୍ଚରୁ ଆରମ୍ଭ ହେବ IPL ୨୦୨୪ । ମ୍ୟାଚ୍‌ ପାଇଁ ସବୁ ଟିମ୍‌ ପୁରା ତେୟାର । ଚଳିତ IPL ଖୁବ୍‌ ରୋମାଞ୍ଚକର ହେବ । କାରଣ IPL ମ୍ୟାଚ୍‌ରେ ଲାଗୁ ହୋଇଛି ନୂଆ ନିୟମ । ଯାହା ଅମ୍ପାୟାର ଏବଂ ବୋଲରମାନଙ୍କୁ ଦେବ ଆଶ୍ବସ୍ତି । ବାସ୍ତବରେ ୨ଟି ନିୟମ ଆଣିବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । IPL ୨୦୨୪ରେ ବୋଲରଙ୍କ ପାଇଁ ବାଉନ୍ସର୍ ଏବଂ ଅମ୍ପାୟାରଙ୍କ ପାଇଁ ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍‌ରେ ନିୟମ ଲାଗୁ ହେବ । ଅର୍ଥାତ୍‌ ଏଥିରେ ଉଭୟ ବୋଲର ଏବଂ ଅମ୍ପାୟାରଙ୍କୁ ମିଳିବ ଆଶ୍ବସ୍ତି ।  ଚଳିତ ଆଇପିଏଲରେ ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର ବୋଲିଂ କରିପାରିବେ ବୋଲର୍‌ । ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ କେବଳ ଗୋଟିଏ ବାଉନ୍ସର୍ ବୋଲିଂ କରିବାର ନିୟମ ରହିଛି । କିନ୍ତୁ ଚଳିତ ଆଇପିଏଲରେ ଏଥିରେ ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ଭାରତୀୟ ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁଶତାକ ଅଲି ଟ୍ରଫିରେ ଟେଷ୍ଟ କରାଯାଇଛି ଏହି ନିୟମ । ଆଇପିଏଲର ସବୁଠାରୁ ଚର୍ଚ୍ଚିତ ନିୟମ ହେଉଛି ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍ । ଯାହା IPL ୨୦୨୪ରେ ଲାଗୁ ହେବ । ଏହି ନିୟମ ଲାଗୁ ହେବା ପରେ ଅମ୍ପାୟାରଙ୍କୁ ମିଳିବ ଆଶ୍ବସ୍ତି । ଖବର ଅନୁଯାୟୀ, ବର୍ତ୍ତମାନ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟରମାନେ ଏକାଠି ବସିବେ । ଯାହା ନିଷ୍ପତ୍ତି ନେବାରେ ଅମ୍ପାୟାରଙ୍କୁ ସହାୟକ ହେବବ । ବାସ୍ତବରେ ବର୍ତ୍ତମାନ ଯାଏଁ ଟିଭି ଅ

IPL ୨୦୨୪ର ନୂଆ ନିୟମ, ଅମ୍ପାୟାର ଏବଂ ବୋଲରଙ୍କୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୨୦।୦୩: ୨୨ ମାର୍ଚ୍ଚରୁ ଆରମ୍ଭ ହେବ IPL ୨୦୨୪ । ମ୍ୟାଚ୍‌ ପାଇଁ ସବୁ ଟିମ୍‌ ପୁରା ତେୟାର । ଚଳିତ IPL ଖୁବ୍‌ ରୋମାଞ୍ଚକର ହେବ । କାରଣ IPL ମ୍ୟାଚ୍‌ରେ ଲାଗୁ ହୋଇଛି ନୂଆ ନିୟମ । ଯାହା ଅମ୍ପାୟାର ଏବଂ ବୋଲରମାନଙ୍କୁ ଦେବ ଆଶ୍ବସ୍ତି । ବାସ୍ତବରେ ୨ଟି ନିୟମ ଆଣିବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । IPL ୨୦୨୪ରେ ବୋଲରଙ୍କ ପାଇଁ ବାଉନ୍ସର୍ ଏବଂ ଅମ୍ପାୟାରଙ୍କ ପାଇଁ ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍‌ରେ ନିୟମ ଲାଗୁ ହେବ । ଅର୍ଥାତ୍‌ ଏଥିରେ ଉଭୟ ବୋଲର ଏବଂ ଅମ୍ପାୟାରଙ୍କୁ ମିଳିବ ଆଶ୍ବସ୍ତି ।  

ଚଳିତ ଆଇପିଏଲରେ ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର ବୋଲିଂ କରିପାରିବେ ବୋଲର୍‌ । ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ କେବଳ ଗୋଟିଏ ବାଉନ୍ସର୍ ବୋଲିଂ କରିବାର ନିୟମ ରହିଛି । କିନ୍ତୁ ଚଳିତ ଆଇପିଏଲରେ ଏଥିରେ ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ଭାରତୀୟ ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁଶତାକ ଅଲି ଟ୍ରଫିରେ ଟେଷ୍ଟ କରାଯାଇଛି ଏହି ନିୟମ ।

 ଆଇପିଏଲର ସବୁଠାରୁ ଚର୍ଚ୍ଚିତ ନିୟମ ହେଉଛି ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍ । ଯାହା IPL ୨୦୨୪ରେ ଲାଗୁ ହେବ । ଏହି ନିୟମ ଲାଗୁ ହେବା ପରେ ଅମ୍ପାୟାରଙ୍କୁ ମିଳିବ ଆଶ୍ବସ୍ତି । ଖବର ଅନୁଯାୟୀ, ବର୍ତ୍ତମାନ ଟିଭି ଅମ୍ପାୟାର ଏବଂ ହକ୍-ଆଇ ଅପରେଟରମାନେ ଏକାଠି ବସିବେ । ଯାହା ନିଷ୍ପତ୍ତି ନେବାରେ ଅମ୍ପାୟାରଙ୍କୁ ସହାୟକ ହେବବ । 

ବାସ୍ତବରେ ବର୍ତ୍ତମାନ ଯାଏଁ ଟିଭି ଅମ୍ପାୟାର ଏବଂ ହକ୍-ଆଇ ମଧ୍ୟରେ ଟିଭି ବ୍ରଡକାଷ୍ଟ ଡାଏରେକ୍ଟରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ଟିଭି ଅମ୍ପାୟର କୌଣସି ନିଷ୍ପତ୍ତି ଦେବା ପାଇଁ ହେଲେ ଆବଶ୍ୟକ ହେଉଥିବା ସବୁ ଫୁଟେଜ୍‌ ବ୍ରଡ୍‌କାଷ୍ଟ ଡାଏରେକ୍ଟର ହିଁ ହକ୍-ଆଇ ଠାରୁ ଆଣି ଦେଉଥିଲେ । କିନ୍ତୁ ବର୍ତ୍ତମାନ ବ୍ରଡ୍‌କାଷ୍ଟ ଡାଏରେକ୍ଟରଙ୍କ ଭୂମିକା ଶେଷ ହୋଇଯିବ । 

ସ୍ମାର୍ଟ ରିପ୍ଲେ ସିଷ୍ଟମ ଯୋଗୁଁ ଟିଭି ଅମ୍ପାୟାରଙ୍କୁ ସିଧାସଳଖ ହକ୍-ଆଇ ଅପରେଟରଙ୍କ ଠାରୁ ସୂଚନା ମିଳିବ । ଅମ୍ପାୟାରଙ୍କୁ ହକ୍-ଆଇର ୮ଟି ହାଇସ୍ପିଡ୍‌ କ୍ୟାମେରାରୁ ଫଟୋ ମିଳିବ । ନୂଆ ନିୟମ ଅନୁଯାୟୀ ଟିଭି ଅମ୍ପାୟାରଙ୍କୁ ଅଧିକ ଭିଜୁଆଲ୍ ଦେଖିବାର ସୁବିଧା ମିଳିବ । ତେବ ପୂର୍ବରୁ ଏପରି ହେଉନଥିଲା । 

ଯଦି କୌଣସି ଫିଲ୍ଡର କ୍ୟାଚ୍‌ ଧରୁଥିଲେ ତେବେ ଟିଭି ଅମ୍ପାୟର ଏକାସହିତ ପ୍ଲେୟରଙ୍କ ଗୋଡ ଏବଂ ହାତକୁ ଦେଖାଇ ପାରୁନଥିଲେ । କିନ୍ତୁ ଏହି ନୂଆ ସିଷ୍ଟମରେ ଏକାସହିତ ବଲ୍ ଧରିବା ଏବଂ ପ୍ଲେୟରଙ୍କ ଗୋଡର ଫୁଟେଜ୍‌ ଦେଖିହେବ । ଯେଉଁଥିରେ ନିଷ୍ପତ୍ତି ନେବାରେ ସହାୟକ ହେବ ।