IPLରେ ୧୩ ବର୍ଷିୟ ପ୍ଲେୟରଙ୍କ ଏଣ୍ଟ୍ରି, କମ୍ ବୟସରେ କରିସାରିଛନ୍ତି ଧମାଲ୍, ଜାଣନ୍ତୁ ତାଙ୍କର ବେସ୍ ପ୍ରାଇସ୍ କେତେ ?
ନୂଆଦିଲ୍ଲୀ ୧୭।୧୧: ଆଇପିଏଲ୍ ୨୦୨୫ । ଆରମ୍ଭ ପୂର୍ବରୁ ଜୋରଦାର ଚର୍ଚ୍ଚା । ଏମିତିକି ମେଗା ଅକ୍ସନ୍କୁ ନେଇ ଖୁବ୍ ଆଲୋଚନା । ଶୁକ୍ରବାର ରିଲିଜ୍ ହୋଇଛି ଅକ୍ସନ ପାଇଁ ପ୍ଲେୟରଙ୍କର ଚୂଡାନ୍ତ ତାଲିକା । ଆଇପିଏଲ୍ରେ ହୋଇଛି ସର୍ବ କନିଷ୍ଠ ଏବଂ ବରିଷ୍ଠ ପ୍ଲେୟରଙ୍କ ଏଣ୍ଟ୍ରି । ସବୁଠାରୁ ବରିଷ୍ଠ ପ୍ଲେୟର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ । ସେହିପରି ସର୍ବକନିଷ୍ଠ ପ୍ଲେୟର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯୁବ ପ୍ଲେୟରଙ୍କ ବୟସ ହେଉଛି ମାତ୍ର ୧୩ ବର୍ଷ । ବୈଭବ ବହୁତ କମ୍ ବୟସରେ ସୁନାମ ଅର୍ଜନ କରୁଛନ୍ତି। ସେ ମାତ୍ର ୫ ବର୍ଷ ବୟସରେ ଆରମ୍ଭ କରିଥିଲେ କ୍ରିକେଟ୍ ଖେଳିବା। ଏବେ ଆଇପିଏଲ ମେଗା ଅକ୍ସନ୍ରେ ମାରିଛନ୍ତି ଏଣ୍ଟ୍ରି । ତାଙ୍କର ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।ବୈଭବ ସୂର୍ଯ୍ୟବଂଶୀ ବିହାରର ସମସ୍ତିପୁର ଜିଲ୍ଲା ତାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଜଣେ ଚାଷୀ । ପୁଅ ଜଣେ କ୍ରିକେଟର ହୁଅନ୍ତୁ ବୋଲି ଆରମ୍ଭରୁ ଇଚ୍ଛା ରଖିଥିଲେ ପିତା ସଞ୍ଜୀବ। ଚାଷୀ ହୋଇଥିଲେ ମଧ୍ୟ ସେ ବୈଭବଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଥାନ୍ତି। ପିଲାଟି ବେଳୁ କ୍ରିକେଟ ପ୍ରତି ଆଗ୍ରହୀ ରହି ଆସିଥିଲେ ବୈଭବ । ଆରମ୍ଭରୁ ସେ ଲେଦର ବଲ୍ରେ ଅଭ୍ୟାସ କରି ଆସୁଛନ୍ତି। ମାତ୍ର ୫ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୫ମ ଜନ୍ମ ଦିବସରେ ପିତା ତାଙ୍କୁ ଏ
ନୂଆଦିଲ୍ଲୀ ୧୭।୧୧: ଆଇପିଏଲ୍ ୨୦୨୫ । ଆରମ୍ଭ ପୂର୍ବରୁ ଜୋରଦାର ଚର୍ଚ୍ଚା । ଏମିତିକି ମେଗା ଅକ୍ସନ୍କୁ ନେଇ ଖୁବ୍ ଆଲୋଚନା । ଶୁକ୍ରବାର ରିଲିଜ୍ ହୋଇଛି ଅକ୍ସନ ପାଇଁ ପ୍ଲେୟରଙ୍କର ଚୂଡାନ୍ତ ତାଲିକା । ଆଇପିଏଲ୍ରେ ହୋଇଛି ସର୍ବ କନିଷ୍ଠ ଏବଂ ବରିଷ୍ଠ ପ୍ଲେୟରଙ୍କ ଏଣ୍ଟ୍ରି । ସବୁଠାରୁ ବରିଷ୍ଠ ପ୍ଲେୟର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ।
ସେହିପରି ସର୍ବକନିଷ୍ଠ ପ୍ଲେୟର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯୁବ ପ୍ଲେୟରଙ୍କ ବୟସ ହେଉଛି ମାତ୍ର ୧୩ ବର୍ଷ । ବୈଭବ ବହୁତ କମ୍ ବୟସରେ ସୁନାମ ଅର୍ଜନ କରୁଛନ୍ତି। ସେ ମାତ୍ର ୫ ବର୍ଷ ବୟସରେ ଆରମ୍ଭ କରିଥିଲେ କ୍ରିକେଟ୍ ଖେଳିବା। ଏବେ ଆଇପିଏଲ ମେଗା ଅକ୍ସନ୍ରେ ମାରିଛନ୍ତି ଏଣ୍ଟ୍ରି । ତାଙ୍କର ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।
ବୈଭବ ସୂର୍ଯ୍ୟବଂଶୀ ବିହାରର ସମସ୍ତିପୁର ଜିଲ୍ଲା ତାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଜଣେ ଚାଷୀ । ପୁଅ ଜଣେ କ୍ରିକେଟର ହୁଅନ୍ତୁ ବୋଲି ଆରମ୍ଭରୁ ଇଚ୍ଛା ରଖିଥିଲେ ପିତା ସଞ୍ଜୀବ। ଚାଷୀ ହୋଇଥିଲେ ମଧ୍ୟ ସେ ବୈଭବଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଥାନ୍ତି। ପିଲାଟି ବେଳୁ କ୍ରିକେଟ ପ୍ରତି ଆଗ୍ରହୀ ରହି ଆସିଥିଲେ ବୈଭବ । ଆରମ୍ଭରୁ ସେ ଲେଦର ବଲ୍ରେ ଅଭ୍ୟାସ କରି ଆସୁଛନ୍ତି। ମାତ୍ର ୫ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।
୫ମ ଜନ୍ମ ଦିବସରେ ପିତା ତାଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ । ଦୁଇ ବର୍ଷ ସେ ଘରେ ହିଁ କ୍ରିକେଟ ଖେଳିଥିଲେ । ତାଙ୍କୁ ଯେତେବେଳେ ୭ବର୍ଷ ହୋଇଥିଲା ପିତା ତାଙ୍କୁ ସମସ୍ତିପୁରର କ୍ରିକେଟ ଏକାଡେମୀ ନେଇଥିଲେ । ସେଠାରେ ସେ ୩ ବର୍ଷ ଖେଳିବା ପରେ ତାଙ୍କୁ ପାଟଣାର ସମ୍ପଦଚକସ୍ଥିତ ଏକ୍ସ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ୧୦ ବର୍ଷ ବୟସରେ ସେ ବଡ଼ ବଡ଼ ମ୍ୟାଚ୍ ଖେଳିବା କରିଥିଲେ ଆରମ୍ଭ । ସିନିଅର ସ୍ତରରେ କ୍ରିକେଟ ଖେଳି ରନ ସଂଗ୍ରହ କରିଥିଲେ ବୈଭବ । କୁହାଯାଏ କି ବୈଭବ ଗୋଟିଏ ବର୍ଷରେ ଭିନ୍ନ-ଭିନ୍ନ ଟୁର୍ଣ୍ଣାମେଣ୍ଟରେ ଲଗାଇଥିଲେ ୪୯ଟି ଶତକ ।
ବୈଭବ ବାମହାତୀ ବ୍ୟାଟିଂ କରିବା ସହ ବାମହାତୀ ସ୍ପିନ୍ ବୋଲିଂ କରିଥାନ୍ତି । ସେ ଏପର୍ଯ୍ୟନ୍ତ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି । ସୂର୍ଯ୍ୟବଂଶୀ ରଣଜୀ ଟ୍ରଫି, କୁଚ ବିହାର ଟ୍ରଫି ଏବଂ ଭିନୁ ମଙ୍କଡ଼ ଟ୍ରଫିରେ ଭାଗ ନେଇଛନ୍ତି । ଏହାସହିତ ସେ ଭାରତର ଅଣ୍ଡର-୧୯ ଟିମ୍ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ବୈଭବ ନିଜର ପ୍ରଥମ ଶ୍ରେଣୀ ମ୍ୟାଚ୍ ମାତ୍ର ୧୨ରୁ ଖେଳିଥିଲେ । ଗତମାସରେ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଟିମ୍ ବିପକ୍ଷରେ ବୈଭବ ଏକ ଚମତ୍କାର ଇନିଂସ ଖେଳିଥିଲେ ।
ସେ ଅଷ୍ଟ୍ରେଲିଆ ବିପକ୍ଷରେ ୬୪ଟି ବଲରେ କରିଥିଲେ ୧୦୪ ରନ୍ । ଏହି ସମୟରେ ସେ ମାତ୍ର ୫୮ ବଲରେ ନିଜର ଶତକ ପୂରଣ କରିଥିଲେ । ଏହି ବିସ୍ଫୋରକ ଇନିଂସରେ ସେ ୧୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଏହାସହିତ ସେ ଅଣ୍ଡର-୧୯ ଟେଷ୍ଟରେ ଦ୍ରୁତତମ ଶତକ ହାସଲ କରିବାରେ ହେଇଥିଲେ ପ୍ରଥମ ଭାରତୀୟ ବ୍ୟାଟର । ତେବେ ଅପେକ୍ଷା ଆଇପିଏଲ୍କୁ, କେଉଁ ଫ୍ରାଞ୍ଚାଇଜ୍ ବୈଭବଙ୍କୁ ନିଜ ଟିମ୍ରେ ସାମିଲ କରୁଛି ତା ଉପରେ ରହିବ ସମସ୍ତଙ୍କ ନଜର ।