ମୁମ୍ବାଇ-ଲଣ୍ଡନ ଏୟାରଇଣ୍ଡିଆ ଫ୍ଲାଇଟ୍ ରେ ଏମର୍ଜେନ୍ସୀ ଘୋଷଣା, ଆକାଶରେ ଶୁଣାଗଲା ‘ସୋନିକ୍ ବୁମ୍’

ଲଣ୍ଡନ ୧୭।୧୦: ମୁମ୍ବାଇରୁ ଲଣ୍ଡନର ହେଥ୍ରୋ ବିମାନ ବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ସଂଖ୍ୟା ଏଆଇ-୧୨୯ ଜରୁରିକାଳ ଘୋଷଣା କରିଥିବା ଜଣାପଡିଛି। ବିମାନ ବ୍ରିଟେନ ନିକଟବର୍ତ୍ତି ହେବା କାଳରେ ସ୍କ୍ୱାକ କୋଡ ୭୭୦୦ ସହିତ ଏମାର୍ଜେନ୍ସୀ ଘୋଷଣା କରିଥିଲା। ରିପୋର୍ଟ ଅନୁସାରେ ନରଫକ୍ ଉପରେ ବିମାନ ଉଡିବା କାଳରେ ତୀବ୍ର ଶବ୍ଦ ଶୁଣିବାକୁ ପାଇଥିଲା। ଏଣୁ ବିମାନ ଆଲର୍ଟ ଜାରି କରିଥିଲା। ଏବେ ମିଳୁଥିବା ସୂଚନା ଅନୁସାରେ ବିମାନର ସହାୟତା ନିମନ୍ତେ ଆରଏଏଫ ୟୁରୋଫାଇଟର ଟାଇଫୁନ ଜେଟମାନଙ୍କୁ ପଠା ଯାଇଛି। ବିମାନରେ ସୋନିକ୍ ବୁମ ଶବ୍ଦ ଶୁଣାଯାଇଥିଲା। ଏଣୁ ନରଫକ୍ କନଷ୍ଟେବୁଲାରୀ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ପୋଲିସ ପୁଷ୍ଟି କରିଛି ଯେ କାଉଣ୍ଟି ନିବାସୀ ଶୁଣିଥିବା ଶବ୍ଦ ଆଜି ମଧ୍ୟାହ୍ନରେ ଆରଏଏଫ ବିମାନ ଦ୍ୱାରା ଉତ୍ପନ୍ନ ସୋନିକ ବୁମ ଥିଲା ଓ ଏହା ବିସ୍ଫୋରଣ ନଥିଲା। ତେବେ ଫ୍ଲାଇଟ୍ ରାଡାର ଏକ୍ସରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛି ଯେ ମୁମ୍ବାଇ-ଲଣ୍ଡନ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇସି-୧୨୯ରୁ ୭୭୦୦ ଶବ୍ଦ ଆସୁଛି, ଯାହା ସାଧାରଣତଃ ଏମାର୍ଜେନ୍ସୀର ସଂକେତ। ତେବେ ଏହାର କାରଣ କଣ ଜଣାପଡି ନାହିଁ। #AI129 from Mumbai to London is squawking 7700, indicating a general emergency. Reason currently unknown. https://t.co/vxipNBzfSOMore info on 'squawking 7700' here. https://t.co/CRoOO

ମୁମ୍ବାଇ-ଲଣ୍ଡନ ଏୟାରଇଣ୍ଡିଆ ଫ୍ଲାଇଟ୍ ରେ ଏମର୍ଜେନ୍ସୀ ଘୋଷଣା, ଆକାଶରେ ଶୁଣାଗଲା ‘ସୋନିକ୍ ବୁମ୍’

ଲଣ୍ଡନ ୧୭।୧୦: ମୁମ୍ବାଇରୁ ଲଣ୍ଡନର ହେଥ୍ରୋ ବିମାନ ବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ସଂଖ୍ୟା ଏଆଇ-୧୨୯ ଜରୁରିକାଳ ଘୋଷଣା କରିଥିବା ଜଣାପଡିଛି। ବିମାନ ବ୍ରିଟେନ ନିକଟବର୍ତ୍ତି ହେବା କାଳରେ ସ୍କ୍ୱାକ କୋଡ ୭୭୦୦ ସହିତ ଏମାର୍ଜେନ୍ସୀ ଘୋଷଣା କରିଥିଲା। ରିପୋର୍ଟ ଅନୁସାରେ ନରଫକ୍ ଉପରେ ବିମାନ ଉଡିବା କାଳରେ ତୀବ୍ର ଶବ୍ଦ ଶୁଣିବାକୁ ପାଇଥିଲା। ଏଣୁ ବିମାନ ଆଲର୍ଟ ଜାରି କରିଥିଲା। ଏବେ ମିଳୁଥିବା ସୂଚନା ଅନୁସାରେ ବିମାନର ସହାୟତା ନିମନ୍ତେ ଆରଏଏଫ ୟୁରୋଫାଇଟର ଟାଇଫୁନ ଜେଟମାନଙ୍କୁ ପଠା ଯାଇଛି। 

ବିମାନରେ ସୋନିକ୍ ବୁମ ଶବ୍ଦ ଶୁଣାଯାଇଥିଲା। ଏଣୁ ନରଫକ୍ କନଷ୍ଟେବୁଲାରୀ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ପୋଲିସ ପୁଷ୍ଟି କରିଛି ଯେ କାଉଣ୍ଟି ନିବାସୀ ଶୁଣିଥିବା ଶବ୍ଦ ଆଜି ମଧ୍ୟାହ୍ନରେ ଆରଏଏଫ ବିମାନ ଦ୍ୱାରା ଉତ୍ପନ୍ନ ସୋନିକ ବୁମ ଥିଲା ଓ ଏହା ବିସ୍ଫୋରଣ ନଥିଲା। ତେବେ ଫ୍ଲାଇଟ୍ ରାଡାର ଏକ୍ସରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛି ଯେ ମୁମ୍ବାଇ-ଲଣ୍ଡନ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇସି-୧୨୯ରୁ ୭୭୦୦ ଶବ୍ଦ ଆସୁଛି, ଯାହା ସାଧାରଣତଃ ଏମାର୍ଜେନ୍ସୀର ସଂକେତ। ତେବେ ଏହାର କାରଣ କଣ ଜଣାପଡି ନାହିଁ। 


ସ୍କ୍ୱାକ୍ କୋଡ ସାଧାରଣତଃ ଜରୁରିକାଳୀନ ଲ୍ୟାଣ୍ଡିଂ ସହିତ ବିଭିନ୍ନ ଜରୁରିକାଳୀନ ପରିସ୍ଥିତି ସହିତ ସମ୍ପୃକ୍ତ । ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏହି କୋଡକୁ ଉଡାଣରେ ବିମାନକୁ ଚିହ୍ନିବା ପାଇଁ ଓ ନଜର ରଖିବା ପାଇଁ ବ୍ୟବହାର କରିଥାନ୍ତି। ୦୦୦୦ରୁ ଆରମ୍ଭ କରି ୭୭୭୭ ପର୍ଯ୍ୟନ୍ତ ୪ ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରତ୍ୟେକ ବିମାନକୁ ସ୍ୱତନ୍ତ୍ର ରୂପେ ଦିଆଯାଇଥାଏ। ଯେବେ କୌଣସି ବିମାନ ସୀମାକୁ ଆସେ ତେବେ ଏଟିସି ସ୍କ୍ୱାକ୍ କୋଡ ଜାରି କରିଥାନ୍ତି। ଯାହା ପାଇଲଟଙ୍କୁ ବିମାନର ଟ୍ରାନ୍ସପୋଣ୍ଡରକୁ ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏହି କୋଡକୁ ପୁଣି ଟ୍ରାନ୍ସପୋଣ୍ଡର ମାଧ୍ୟମରେ ଏଟିସିକୁ ଫେରସ୍ତ ପଠାଯାଇଥାଏ। ତେବେ ବିମାନ କାହିଁକି ଏମାର୍ଜେନ୍ସୀ ଘୋଷଣା କଲା ତାହା ଜଣାପଡି ନାହିଁ।