JEEଙ୍କର ଘୃଣ୍ୟ କାମ! ବିଜୁଳି ବିଲ୍ କମ୍ କରିବା ପାଇଁ ଡାକି ଦୁଷ୍କର୍ମ ଅଭିଯୋଗ, ଭିଡିଓ କରି ଦେଉଥିଲେ ଧମକ

ନୂଆଦିଲ୍ଲୀ: ଦିନକୁ ଦିନ ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୟୁତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ସାମ୍ନାକୁ ଆସିଛି । ବିଦ୍ୟୁତ୍ ବିଲ୍ ଠିକ କରିବା ପାଇଁ ଆସିଥିବା ମହିଳାଙ୍କ ସହିତ ଯୌନ ଶୋଷଣର ଅଭିଯୋଗ ଆସିଛି । ଉକ୍ତ ଇଞ୍ଜିନିୟର ବସ୍ତି ଜିଲ୍ଲାର ବିଦ୍ୟୁତ୍ ବିଭାଗର ରବିନ୍ଦ୍ର କୁମାର ବୋଲି ଜଣାପଡିଛି । ପୀଡିତାଙ୍କର ଅଭିଯୋଗ ଅନୁସାରେ,  ବିଦ୍ୟୁତ୍ ବିଲ୍ ହ୍ରାସ କରିବାର ବାହାନାରେ ଜେଇ ପ୍ରଥମେ […]

JEEଙ୍କର ଘୃଣ୍ୟ କାମ! ବିଜୁଳି ବିଲ୍ କମ୍ କରିବା ପାଇଁ ଡାକି ଦୁଷ୍କର୍ମ ଅଭିଯୋଗ, ଭିଡିଓ କରି ଦେଉଥିଲେ ଧମକ

ନୂଆଦିଲ୍ଲୀ: ଦିନକୁ ଦିନ ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୟୁତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ସାମ୍ନାକୁ ଆସିଛି । ବିଦ୍ୟୁତ୍ ବିଲ୍ ଠିକ କରିବା ପାଇଁ ଆସିଥିବା ମହିଳାଙ୍କ ସହିତ ଯୌନ ଶୋଷଣର ଅଭିଯୋଗ ଆସିଛି । ଉକ୍ତ ଇଞ୍ଜିନିୟର ବସ୍ତି ଜିଲ୍ଲାର ବିଦ୍ୟୁତ୍ ବିଭାଗର ରବିନ୍ଦ୍ର କୁମାର ବୋଲି ଜଣାପଡିଛି । ପୀଡିତାଙ୍କର ଅଭିଯୋଗ ଅନୁସାରେ,  ବିଦ୍ୟୁତ୍ ବିଲ୍ ହ୍ରାସ କରିବାର ବାହାନାରେ ଜେଇ ପ୍ରଥମେ ତାଙ୍କୁ ମଦ୍ୟପାନ କରି ପରେ ଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହେଁ ସେହି ସମୟର ଭିଡିଓ ତିଆରି କରି ବ୍ଲାକମେଲ୍ ମଧ୍ୟ କରିଥିଲା ।

ପୀଡିତା ଏକ ଯୋଜନା ପ୍ରସ୍ତୁତ କରି ଜେଇକୁ ପୁଣିଥରେ ତାଙ୍କ ଘରକୁ ଡାକି କ୍ୟାମେରାରେ ତାଙ୍କର କାର୍ଯ୍ୟକଳାପକୁ ରେକର୍ଡ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଭିଡିଓରେ ଏହା ଦେଖାଯାଇଛି ଯେ ଜେଏ କିପରି ତାଙ୍କ ସରକାରୀ ଦାୟିତ୍ୱକୁ ଏଡ଼ାଇ ମହିଳାଙ୍କୁ ଶୋଷଣ କରିଥିଲା । ଭିଡିଓ ଭାଇରାଲ ହେବାରେ ଜେଇ ବିରୋଧରେ ସମସ୍ତେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି । ଏନେଇ ବସ୍ତି ପୋଲିସ ଷ୍ଟେସନର ଡେପୁଟି ଏସପି ସତ୍ୟେନ୍ଦ୍ର ଭୂଷଣ ତିୱାରୀ କହିଛନ୍ତି, ମହିଳାଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ସମସ୍ତ ଦିଗକୁ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି ।