KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା

ଭୁବନେଶ୍ୱର,୨୪।୨: KIIT ଘଟଣାରେ ସୋମବାର ପୋଲିସ କମିଶନରଙ୍କୁ ଭେଟିଛନ୍ତି CPIM ନେତା। CPIM ସାଧାରଣ ସମ୍ପାଦକ ଦନାର୍ଦ୍ଦନ ପତିଙ୍କ ସହ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି KIIT କର୍ତ୍ତୃପକ୍ଷଙ୍କ ଉପରେ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ KIIT କର୍ତ୍ତୃପକ୍ଷଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୋଲିସ କମିଶନର କହିଥିଲେ, ଘଟଣାର ତଦନ୍ତ ଚାଲିଛି। […] The post KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା appeared first on Dharitri Odia News.

KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା

ଭୁବନେଶ୍ୱର,୨୪।୨: KIIT ଘଟଣାରେ ସୋମବାର ପୋଲିସ କମିଶନରଙ୍କୁ ଭେଟିଛନ୍ତି CPIM ନେତା। CPIM ସାଧାରଣ ସମ୍ପାଦକ ଦନାର୍ଦ୍ଦନ ପତିଙ୍କ ସହ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି KIIT କର୍ତ୍ତୃପକ୍ଷଙ୍କ ଉପରେ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ପୋଲିସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ KIIT କର୍ତ୍ତୃପକ୍ଷଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୋଲିସ କମିଶନର କହିଥିଲେ, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷେ KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

The post KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା appeared first on Dharitri Odia News.