LPG ଠାରୁ ଆଧାରକାର୍ଡ ଯାଏଁ... ୧ ସେପ୍ଟେମ୍ବରରୁ ହେବ ୬ଟି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ ୨୫।୦୮: ସରିଆସୁଛି ଅଗଷ୍ଟ ମାସ । ଆରମ୍ଭ ହେବ ସେପ୍ଟେମ୍ବର । କିନ୍ତୁ ପହିଲାରୁ ବଦଳିଯିବ ଅନେକ ନିୟମ । ଯାହା ସାଧାରଣ ଜନତାଙ୍କ ପକେଟ ଉପରେ ପଡିବ ପ୍ରଭାବ । ସେପ୍ଟେମ୍ବର ୧ରୁ ହେବ ଖାସ୍‌ ପରିବର୍ତ୍ତନ । ଏଲପିଜି ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପାଇଁ ଜାରି ହୋଇଛି ନିୟମ । ଏହାବ୍ୟତୀତ ମହଙ୍ଗା ଭତ୍ତାକୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ହୋଇପାରେ କିଛି ବିଶେଷ ଘୋଷଣା । ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ କଣ ହୋଇପାରେ ପରିବର୍ତ୍ତନ ? ଏହା ଆପଣଙ୍କ ପକେଟରେ କେତେ ପକାଇବ ପ୍ରଭାବ ?ପ୍ରତିମାସର ୧ ତାରିଖରେ ସରକାର ଏଲପିଜି ଦରରେ କରିଥାନ୍ତି ପରିବର୍ତ୍ତନ । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଠାରୁ ରୋଷେଇ ଗ୍ୟାସର ଦାମ୍‌ରେ ଦେଖାଯାଏ ପରିବର୍ତ୍ତନ । ତେବେ ପହିଲାରୁ ମଧ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆଶା କରାଯାଉଛି । ଏଲପିଜି ଦାମ୍‌ ସହିତ ତୈଳ ବଜାର କମ୍ପାନୀଗୁଡିକ ମଧ୍ୟ ଏୟାର ଇନ୍ଧନ ଏବଂ CNG-PNG ଦାମ୍‌ର ମଧ୍ୟ ସଂଶୋଧନ ହୋଇପାରେ । ଏହି କାରଣରୁ ପହିଲାରୁ ଦେଖିବାକୁ ମିଳିପାରେ ଦାମ୍‌ରେ ପରିବର୍ତ୍ତନ । ସେପ୍ଟେମ୍ବର ୧ରୁ ନକଲି କଲ ଏବଂ ମେସେଜ୍‌ ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଧେଶ ଦେଇଛି TRAI । ଏଥିପାଇଁ TRAI ଏକ କଠୋର ଗାଇଡଲାଇନ ଜାରି କରିଛି । ଯେଉଁଥିପାଇଁ ୧ ସେପ୍ଟେମ୍ବରରୁ ଲାଗିପାରେ ନକଲି କଲ୍ ଉପରେ ପ୍ରତି

LPG ଠାରୁ ଆଧାରକାର୍ଡ ଯାଏଁ... ୧ ସେପ୍ଟେମ୍ବରରୁ ହେବ ୬ଟି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ ୨୫।୦୮: ସରିଆସୁଛି ଅଗଷ୍ଟ ମାସ । ଆରମ୍ଭ ହେବ ସେପ୍ଟେମ୍ବର । କିନ୍ତୁ ପହିଲାରୁ ବଦଳିଯିବ ଅନେକ ନିୟମ । ଯାହା ସାଧାରଣ ଜନତାଙ୍କ ପକେଟ ଉପରେ ପଡିବ ପ୍ରଭାବ । ସେପ୍ଟେମ୍ବର ୧ରୁ ହେବ ଖାସ୍‌ ପରିବର୍ତ୍ତନ । ଏଲପିଜି ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପାଇଁ ଜାରି ହୋଇଛି ନିୟମ । ଏହାବ୍ୟତୀତ ମହଙ୍ଗା ଭତ୍ତାକୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ହୋଇପାରେ କିଛି ବିଶେଷ ଘୋଷଣା । ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ କଣ ହୋଇପାରେ ପରିବର୍ତ୍ତନ ? ଏହା ଆପଣଙ୍କ ପକେଟରେ କେତେ ପକାଇବ ପ୍ରଭାବ ?

ପ୍ରତିମାସର ୧ ତାରିଖରେ ସରକାର ଏଲପିଜି ଦରରେ କରିଥାନ୍ତି ପରିବର୍ତ୍ତନ । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଠାରୁ ରୋଷେଇ ଗ୍ୟାସର ଦାମ୍‌ରେ ଦେଖାଯାଏ ପରିବର୍ତ୍ତନ । ତେବେ ପହିଲାରୁ ମଧ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆଶା କରାଯାଉଛି । ଏଲପିଜି ଦାମ୍‌ ସହିତ ତୈଳ ବଜାର କମ୍ପାନୀଗୁଡିକ ମଧ୍ୟ ଏୟାର ଇନ୍ଧନ ଏବଂ CNG-PNG ଦାମ୍‌ର ମଧ୍ୟ ସଂଶୋଧନ ହୋଇପାରେ । ଏହି କାରଣରୁ ପହିଲାରୁ ଦେଖିବାକୁ ମିଳିପାରେ ଦାମ୍‌ରେ ପରିବର୍ତ୍ତନ । 

ସେପ୍ଟେମ୍ବର ୧ରୁ ନକଲି କଲ ଏବଂ ମେସେଜ୍‌ ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଧେଶ ଦେଇଛି TRAI । ଏଥିପାଇଁ TRAI ଏକ କଠୋର ଗାଇଡଲାଇନ ଜାରି କରିଛି । ଯେଉଁଥିପାଇଁ ୧ ସେପ୍ଟେମ୍ବରରୁ ଲାଗିପାରେ ନକଲି କଲ୍ ଉପରେ ପ୍ରତିବନ୍ଧକ । 

ସେପ୍ଟେମ୍ବର ୧ରୁ ୟୁଟିଲିଟି କାରବାର ଉପରେ ରିଓ୍ବାର୍ଡ ପଏଣ୍ଟ ଲିମିଟ୍‌ ସ୍ଥିର କରିବାକୁ ଯାଉଛି HDFC ବ୍ୟାଙ୍କ । ଯେଉଁଥିରେ ଗ୍ରାହକମାନେ ଏହି ଟ୍ରାଞ୍ଜାକସନ୍‌ ଉପରେ ପ୍ରତିମାସରେ ୨ ହଜାର ପଏଣ୍ଟ ପାଇପାରିବେ । ଥାର୍ଡପାର୍ଟି ଆପ୍ ମାଧ୍ୟମରେ ଏଜୁକେସନାଲ୍‌ ପେମେଣ୍ଟ କରିବାରେ HDFC ବ୍ୟାଙ୍କ ଦେବନି କୌଣସି ରିଓ୍ବାର୍ଡ ।  

ସେପ୍ଟେମ୍ବରରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ବଡ଼ ଘୋଷଣା କରିପାରନ୍ତି ।  କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିପାରନ୍ତି ସରକାର । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ୫୦ ପ୍ରତିଶତ ମହଙ୍ଗା ଭତ୍ତା ଦେଉଛନ୍ତି । ଆଉ ୩ ପ୍ରତିଶତ ବଢିବା ପରେ ଏହା ୫୩ ପ୍ରତିଶତ ହୋଇଯିବ । 

ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବରକୁ ସ୍ଥିର କରାଯାଇଛି । ଏହାରି ମଧ୍ୟରେ ଆଧାର ସହିତ ଜଡିତ ଅନେକ ଜିନିଷ ମାଗଣାରେ ଅପଡେଟ୍ କରିହେବ । ସେପ୍ଟେମ୍ବର ୧୪ ପରେ ଆଧାର ଅପଡେଟ୍ ପାଇଁ ଫି ଦେବାକୁ ପଡିବ । ଯଦିଓ ପୂର୍ବରୁ ମାଗଣା ଆଧାର ଅପଡେଟ୍ ପାଇଁ ଶେଷ ତାରିଖ ୧୪ ଜୁନ୍ ୨୦୨୪ ରହିଥିଲା । କିନ୍ତୁ ଏହା ୧୪ ସେପ୍ଟେମ୍ବର ୨୦୨୪ ଯାଏଁ ବୃଦ୍ଧି କରାଯାଇଥିଲା ।