Minor Girl Burnt: ନାବାଳିକାଙ୍କୁ ଜାଳିଦେଲେ: ଅବସ୍ଥା ଗୁରୁତର, AIIMSରେ ଚାଲିଛି ଚିକିତ୍ସା
FM ଛାତ୍ରୀ ମୃତ୍ୟୁକୁ ନେଇ ତାତି ଥମି ନଥିବା ବେଳେ ପୁଣି ଜଣେ ନାବାଳିକାକୁ ଜାଳି ମାରିଦେବାକୁ ଉଦ୍ୟମ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ। ଘଟଣାରେ ଜଣେ ୧୫ ବର୍ଷିୟା କିଶୋରୀକୁ କିରୋସିନ୍ ଢାଳି ଜଳାଇ ଦିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଏବେ ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି।