MSME ସେକ୍ଟର ପାଇଁ SBIର ଯୋଜନା, ବଢ଼ାଇପାରେ ଇନଷ୍ଟାଣ୍ଟ୍‌ ଲୋନ୍‌ ସୀମା

ନୂଆଦିଲ୍ଲୀ: MSME ସେକ୍ଟରର ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇର ଯୋଜନା। ଏହି ସେକ୍ଟରର ଗ୍ରାହକଙ୍କୁ ତତ୍କାଳ ଋଣ ଯୋଜନା ଅନୁଯାୟୀ ମିଳୁଥିବା ଋଣ ସୀମାକୁ ବଢ଼ାଇପାରେ ବ୍ୟାଙ୍କ୍। ବର୍ତ୍ତମାନ ଏହି ଯୋଜନାରେ କ୍ଷୁଦ୍ର ଉଦ୍ୟୋଗଙ୍କୁ ତତ୍କାଳ ୫ କୋଟି ଟଙ୍କାର ଋଣ ମିଳିପାରୁଛି।‘ଏମଏସଏମଇ ସହଜ- ଏଣ୍ଡ୍‌ ଟୁ ଏଣ୍ଡ୍‌ ଡିଜିଟାଲ ଇନଭଏସ ଫାଇନାନ୍ସିଂ’ ଯୋଜନାରେ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ମାତ୍ର ୧୫ ମିନିଟ ମଧ୍ୟରେ ଋଣ ଆବେଦନ କରିବ ହେବ। ଆହୁରି ମଧ୍ୟ ଉଦ୍ୟୋଗଙ୍କୁ ସ୍ବଳ୍ପ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଆଉ ୧୫-୪୫ ମିନିଟ୍‌ ମଧ୍ୟରେ ଲୋନ୍‌ ପାଇଁ ମଞ୍ଜୁରୀ ମିଳିଯିବ।ଏକ ସାକ୍ଷାତକାର ଅବସରରେ, ଏସବିଆଇ ଚେୟାରମ୍ୟାନ ସି.ଏସ ସେଟ୍ଟୀ କହିଛନ୍ତି ବ୍ୟାଙ୍କ୍‌ ଏମଏସଏମଇ ଋଣକୁ ସରଳୀକରଣ ଉପରେ ଜୋର ଦେଉଛି। ଏବେବି ଅନେକ ଏମଏସଏମଇ ଗ୍ରାହକ ଅଛନ୍ତି ଯେଉଁମାନେ ଅସଂଗଠିତ କ୍ଷେତ୍ରରୁ ଋଣ ନେଉଛନ୍ତି। ଆମେ ସେମାନଙ୍କୁ ବ୍ୟାଙ୍କ୍ ପରିସୀମାକୁ ଆଣିବାକୁ ଚାହୁଛୁ।’’ ଆଉ ଏଥିପାଇଁ ଉଦ୍ୟମ ଜାରି ରହିଛି। ସେ ଆହୁରି କହିଛନ୍ତି ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ସମୁଦାୟ ୨୨, ୫୪୨ ବ୍ରାଞ୍ଚ୍‌ ଥିଲା। ଚଳିତ ଆର୍ଥିକ ବର୍ଷରେ ଦେଶରେ ୬୦୦ ଶାଖା ଖୋଲିବାକୁ ଯୋଜନା କରୁଛି।

MSME ସେକ୍ଟର ପାଇଁ SBIର ଯୋଜନା, ବଢ଼ାଇପାରେ ଇନଷ୍ଟାଣ୍ଟ୍‌ ଲୋନ୍‌ ସୀମା

ନୂଆଦିଲ୍ଲୀ: MSME ସେକ୍ଟରର ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇର ଯୋଜନା। ଏହି ସେକ୍ଟରର ଗ୍ରାହକଙ୍କୁ ତତ୍କାଳ ଋଣ ଯୋଜନା ଅନୁଯାୟୀ ମିଳୁଥିବା ଋଣ ସୀମାକୁ ବଢ଼ାଇପାରେ ବ୍ୟାଙ୍କ୍। ବର୍ତ୍ତମାନ ଏହି ଯୋଜନାରେ କ୍ଷୁଦ୍ର ଉଦ୍ୟୋଗଙ୍କୁ ତତ୍କାଳ ୫ କୋଟି ଟଙ୍କାର ଋଣ ମିଳିପାରୁଛି।

‘ଏମଏସଏମଇ ସହଜ- ଏଣ୍ଡ୍‌ ଟୁ ଏଣ୍ଡ୍‌ ଡିଜିଟାଲ ଇନଭଏସ ଫାଇନାନ୍ସିଂ’ ଯୋଜନାରେ ବିନା କୌଣସି ମାନବୀୟ ହସ୍ତକ୍ଷେପରେ ମାତ୍ର ୧୫ ମିନିଟ ମଧ୍ୟରେ ଋଣ ଆବେଦନ କରିବ ହେବ। ଆହୁରି ମଧ୍ୟ ଉଦ୍ୟୋଗଙ୍କୁ ସ୍ବଳ୍ପ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଆଉ ୧୫-୪୫ ମିନିଟ୍‌ ମଧ୍ୟରେ ଲୋନ୍‌ ପାଇଁ ମଞ୍ଜୁରୀ ମିଳିଯିବ।

ଏକ ସାକ୍ଷାତକାର ଅବସରରେ, ଏସବିଆଇ ଚେୟାରମ୍ୟାନ ସି.ଏସ ସେଟ୍ଟୀ କହିଛନ୍ତି ବ୍ୟାଙ୍କ୍‌ ଏମଏସଏମଇ ଋଣକୁ ସରଳୀକରଣ ଉପରେ ଜୋର ଦେଉଛି। ଏବେବି ଅନେକ ଏମଏସଏମଇ ଗ୍ରାହକ ଅଛନ୍ତି ଯେଉଁମାନେ ଅସଂଗଠିତ କ୍ଷେତ୍ରରୁ ଋଣ ନେଉଛନ୍ତି। ଆମେ ସେମାନଙ୍କୁ ବ୍ୟାଙ୍କ୍ ପରିସୀମାକୁ ଆଣିବାକୁ ଚାହୁଛୁ।’’ ଆଉ ଏଥିପାଇଁ ଉଦ୍ୟମ ଜାରି ରହିଛି। ସେ ଆହୁରି କହିଛନ୍ତି ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ସମୁଦାୟ ୨୨, ୫୪୨ ବ୍ରାଞ୍ଚ୍‌ ଥିଲା। ଚଳିତ ଆର୍ଥିକ ବର୍ଷରେ ଦେଶରେ ୬୦୦ ଶାଖା ଖୋଲିବାକୁ ଯୋଜନା କରୁଛି।