Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସହରର ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରକୃତରେ, ୧୭ ମାର୍ଚ୍ଚରେ ନାଗପୁର ରେଳ ଷ୍ଟେଶନ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି। ମୃତ ଇରଫାନ ଅନସାରୀଙ୍କ ଭାଇ ଇମ୍ରାନ ସାନି କହିଛନ୍ତି ଯେ ଆମେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ […] The post Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ appeared first on Dharitri Odia News.

Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସହରର ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପ୍ରକୃତରେ, ୧୭ ମାର୍ଚ୍ଚରେ ନାଗପୁର ରେଳ ଷ୍ଟେଶନ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।
ମୃତ ଇରଫାନ ଅନସାରୀଙ୍କ ଭାଇ ଇମ୍ରାନ ସାନି କହିଛନ୍ତି ଯେ ଆମେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲୁ କିନ୍ତୁ କରିପାରିଲୁ ନାହିଁ, ଡାକ୍ତରମାନେ ତାଙ୍କର ଭଲ ଚିକିତ୍ସା କରିଥିଲେ ମଧ୍ୟ ସେମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ମୋ ଭାଇ ଇରଫାନ ଅନସାରୀ ଏକ ଅଟୋରେ ରେଳ ଷ୍ଟେଶନକୁ ବାହାରିଗଲା। ମଝିରେ, ଅଟୋ ଡ୍ରାଇଭର ତାଙ୍କୁ କହିଲେ ଯେ ପରିସ୍ଥିତି ଭଲ ନଥିବାରୁ ସେ (ଅଟୋ ଡ୍ରାଇଭର) ଆଉ ଆଗକୁ ଯିବେ ନାହିଁ।
ସେ କହିଲେ ଯେ ତା’ପରେ ମୋ ଭାଇ ରେଳ ଷ୍ଟେଶନକୁ ଚାଲି ଚାଳଇ ଯିବାକୁ ନିଷ୍ପତ୍ତି ନେଲା। ବାଟରେ କିଛି ଅଜଣା ଲୋକ ତାଙ୍କୁ ଏତେ ଆକ୍ରମଣ କଲେ ଯେ ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କର ମୁଣ୍ଡରେ ଗମ୍ଭୀର ଆଘାତ, ଗୋଡ ଭାଙ୍ଗିଯିବା ଏବଂ ପିଠିରେ ଆଘାତ ଲାଗିଥିଲା। ସେ କହିଥିଲେ ଯେ ତାଙ୍କ ଉପରେ ଲୋକମାନେ ଆକ୍ରମଣ କରିଥିଲେ। ଆମେ ଅଭିଯୁକ୍ତଙ୍କ ପାଇଁ କଠୋରତମ ଦଣ୍ଡ ଦାବି କରୁଛୁ। ଭବିଷ୍ୟତରେ କେହି ଏପରି ଦୁର୍ଭାଗ୍ୟଜନକ ଘଟଣାର ସମ୍ମୁଖୀନ ନ ହୁଅନ୍ତୁ ବୋଲି ଇରଫାନଙ୍କ ଭାଇ କହିଛନ୍ତି।

The post Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ appeared first on Dharitri Odia News.