NEET ପେପର ଲିକ୍ ମାମଲାର ଯାଞ୍ଚ ପାଇଁ ବିହାର ପହଞ୍ଚିଥିବା CBI ଟିମ୍ କୁ ମାରପିଟ, ଗ୍ରାମୀଣ ଭାବିଲେ ନକଲୀ

ନଭାଦା ୨୩।୬: ନିଟ୍ ୟୁଜି ପେପର ଲିକ୍ ମାମଲାର ତଦନ୍ତ ନିମନ୍ତେ ମୋବାଇଲ ଲୋକେସନ ଆଧାରରେ ବିହାର ନଭାଦା ଜିଲ୍ଲା ରଜୌଲୀ ପହଞ୍ଚିଥିବା ସିବିଆଇ ଟିମ୍‌କୁ ସ୍ଥାନୀୟ ଲୋକେ ରବିବାର ମାରପିଟ୍ କରିଛନ୍ତି। ଏହି ଘଟଣା ପୂର୍ବାହ୍ନ ୧୦ଟା ବେଳେ ଘଟିଛି। ଯାଞ୍ଚ କାଳରେ କସିୟାଡିହ ଗାଁର ଲୋକେ ସିବିଆଇକୁ ନକଲୀ ଭାବି ମାରପିଟ କରିବା ସହ ଗାଡ଼ି କାଚ ଭାଙ୍ଗିଦେଇଛନ୍ତି। ସିବିଆଇ ଯାଞ୍ଚ ଟିମ୍‌ରେ ସ୍ଥାନୀୟ ପୋଲିସର ମହିଳା କନଷ୍ଟେବଲଙ୍କ ସମେତ ମୋଟ ୪ ଜଣ ଅଧିକାରୀ ଥିଲେ। ଇନିସପେକ୍ଟର ପଦବୀର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଯାଞ୍ଚ ଟିମ୍ ରଜୌଲୀ କସିୟାଡିହ ପହଞ୍ଚିଥିଲା। ସିବିଆଇ ଅଧିକାରୀମାନଙ୍କୁ ମାରପିଟ ସୂଚନା ପାଇ ରଜୌଲୀ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ତେବେ ମାରପିଟ ଘଟଣା ବାଦେ ସିବିଆଇ ମୋବାଇଲ ନମ୍ବର ଲୋକେସନରୁ ୨ଟି ମୋବାଇଲ ଜବତ କରିବା ସହ ନିଜ ସାଙ୍ଗରେ ନେଇଯାଇଛନ୍ତି। ସିବିଆଇ ଅଧିକାରୀମାନେ କହିଥିଲେ ଯେ ମୋବାଇଲ ନମ୍ବର ଆଧାରରେ ଯାଞ୍ଚ ପରେ ପେପର ଲିକ୍ ମାମଲାରେ ସାମିଲ ଲୋକଙ୍କୁ ବି ଗିରଫ କରାଯିବ। ପେପର ଲିକ ମାମଲାରେ ସିବିଆଇ ଟିମକୁ ମାରପିଟ କରିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ କସିୟାଡିହ ଗାଁର ପ୍ରିନ୍ସ କୁମାର, ଜଣେ ମହିଳା ଓ ଅନ୍ୟ ୨ ଜଣ ଅଛନ୍ତି। ରଜୌଲୀ ଥାନା ଓଆଇସି ରାଜେଶ କୁମାର କହିଛନ୍ତି ଯେ ସିବ

NEET ପେପର ଲିକ୍ ମାମଲାର ଯାଞ୍ଚ ପାଇଁ ବିହାର ପହଞ୍ଚିଥିବା CBI ଟିମ୍ କୁ ମାରପିଟ, ଗ୍ରାମୀଣ ଭାବିଲେ ନକଲୀ

ନଭାଦା ୨୩।୬: ନିଟ୍ ୟୁଜି ପେପର ଲିକ୍ ମାମଲାର ତଦନ୍ତ ନିମନ୍ତେ ମୋବାଇଲ ଲୋକେସନ ଆଧାରରେ ବିହାର ନଭାଦା ଜିଲ୍ଲା ରଜୌଲୀ ପହଞ୍ଚିଥିବା ସିବିଆଇ ଟିମ୍‌କୁ ସ୍ଥାନୀୟ ଲୋକେ ରବିବାର ମାରପିଟ୍ କରିଛନ୍ତି। ଏହି ଘଟଣା ପୂର୍ବାହ୍ନ ୧୦ଟା ବେଳେ ଘଟିଛି। ଯାଞ୍ଚ କାଳରେ କସିୟାଡିହ ଗାଁର ଲୋକେ ସିବିଆଇକୁ ନକଲୀ ଭାବି ମାରପିଟ କରିବା ସହ ଗାଡ଼ି କାଚ ଭାଙ୍ଗିଦେଇଛନ୍ତି। ସିବିଆଇ ଯାଞ୍ଚ ଟିମ୍‌ରେ ସ୍ଥାନୀୟ ପୋଲିସର ମହିଳା କନଷ୍ଟେବଲଙ୍କ ସମେତ ମୋଟ ୪ ଜଣ ଅଧିକାରୀ ଥିଲେ। 

ଇନିସପେକ୍ଟର ପଦବୀର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଯାଞ୍ଚ ଟିମ୍ ରଜୌଲୀ କସିୟାଡିହ ପହଞ୍ଚିଥିଲା। ସିବିଆଇ ଅଧିକାରୀମାନଙ୍କୁ ମାରପିଟ ସୂଚନା ପାଇ ରଜୌଲୀ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ତେବେ ମାରପିଟ ଘଟଣା ବାଦେ ସିବିଆଇ ମୋବାଇଲ ନମ୍ବର ଲୋକେସନରୁ ୨ଟି ମୋବାଇଲ ଜବତ କରିବା ସହ ନିଜ ସାଙ୍ଗରେ ନେଇଯାଇଛନ୍ତି। ସିବିଆଇ ଅଧିକାରୀମାନେ କହିଥିଲେ ଯେ ମୋବାଇଲ ନମ୍ବର ଆଧାରରେ ଯାଞ୍ଚ ପରେ ପେପର ଲିକ୍ ମାମଲାରେ ସାମିଲ ଲୋକଙ୍କୁ ବି ଗିରଫ କରାଯିବ। 

ପେପର ଲିକ ମାମଲାରେ ସିବିଆଇ ଟିମକୁ ମାରପିଟ କରିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ କସିୟାଡିହ ଗାଁର ପ୍ରିନ୍ସ କୁମାର, ଜଣେ ମହିଳା ଓ ଅନ୍ୟ ୨ ଜଣ ଅଛନ୍ତି। ରଜୌଲୀ ଥାନା ଓଆଇସି ରାଜେଶ କୁମାର କହିଛନ୍ତି ଯେ ସିବିଆଇ ଅଧିକାରୀଙ୍କୁ ମାରପିଟ କରିବା ଅଭିଯୋଗରେ ରଜୈଲୀ ଥାନାରେ ୮ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଦେଢଶହରୁ ୨୦୦ ଅଜ୍ଞାତ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। 

ଏଥିରେ ନଭାଦା ଏସପି ଅମ୍ବରିଷ ରାହୁଲ କହିଛନ୍ତି ଯେ ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ଟିମ୍ ରବିବାର ନଭାଦା ପହଞ୍ଚିଥିଲା। ଏହି ଯାଞ୍ଚ କାଳରେ ସିବିଆଇ ଅଧିକାରୀମାନେ ୨ଟି ମୋବାଇଲ ଫୋନ ଜବତ କରିଛନ୍ତି। ତେବେ ଗ୍ରାମବାସୀ ସିବିଆଇ ଟିମକୁ ନକଲୀ ଭାବି ସେମାନଙ୍କୁ ମାରପିଟ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ।