ଆସନ୍ତା ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ
ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଓ ଦ୍ଵିତୀୟ ପୂଣ୍ୟତିଥୀ ଅବସରରେ ଆସନ୍ତା ୨୩ ତାରିଖ ବୁଧବାର ଭବାନୀପାଟଣା ସହର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ପରିସରରେ ପଥ ମହୋତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଶନିବାର ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତର୍ଜାତିକ ଫେସନ ଡିଜାଇନର ସୁଜିତ ମେହେରଙ୍କୁ […] The post ଆସନ୍ତା ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ appeared first on Dharitri Odia News.
ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଓ ଦ୍ଵିତୀୟ ପୂଣ୍ୟତିଥୀ ଅବସରରେ ଆସନ୍ତା ୨୩ ତାରିଖ ବୁଧବାର ଭବାନୀପାଟଣା ସହର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ପରିସରରେ ପଥ ମହୋତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଶନିବାର ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତର୍ଜାତିକ ଫେସନ ଡିଜାଇନର ସୁଜିତ ମେହେରଙ୍କୁ ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନ, ବିଶିଷ୍ଟ କବି ଓ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ବିଶିଙ୍କୁ ବନମାଳୀ ପଣ୍ଡା ସାହିତ୍ୟ ସମ୍ମାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ବନମାଳୀ ପଣ୍ଡା ଶିକ୍ଷା ସମ୍ମାନ ଓ ଭୁବନେଶ୍ୱର ବେହେରା ମେମୋରିୟାଲ ୟୁଥ ଅର୍ଗାନାଇଜେସନକୁ ବନମାଳୀ ପଣ୍ଡା ସେବା ସମ୍ମାନରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ପ୍ରସ୍ତୁତି ବୈଠକରେ କଂସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଡିଗ୍ରୀ କଲେଜ ଉପାଧ୍ୟକ୍ଷ ଡ଼. ଦେବାଶିଷ ସେନ, ଜୁନିଅର ଉଇଙ୍ଗସ ଅଧ୍ୟକ୍ଷା ଅର୍ସିଆ ସାଏଲା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ରମେଶ ମେହେର, ଅଶୋକ କୁମାର ସାହୁ, ଜୟଦ୍ରଥ ସୁନା, ମାନସ ରଞ୍ଜନ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ । ଏହି ପଥ ମହୋତ୍ସବରେ ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରୀ ଛାତ୍ରମାନଙ୍କ ଦ୍ୱାରା ଯୋଗ, ତାଇକୋଣ୍ଡୋ, ପେଣ୍ଟିଂ, ରଙ୍ଗୋଲି, ନୃତ୍ୟ, ଗୀତ, କବିତା ଆବୃତ୍ତି, ବ୍ୟାଡମିଣ୍ଟନ, କବାଡି, ଭଲିବଲ, ଚେସ, କେରମ, ଫ୍ୟାନସି ଡ୍ରେସ, ବିଜ୍ଞାନ ମେଳା ଓ ବୈଷୟିକ ଶିକ୍ଷା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବାର ଧାର୍ଯ୍ୟ କରାଯାଇଛି । ସେହିପରି ଏହି ଅବସରରେ କଳାହାଣ୍ଡି ଜିଲାର ସୁନାମଧନ୍ୟ ପ୍ରସିଦ୍ଧ କବି ଓ କବୟିତ୍ରୀମାନଙ୍କୁ ନେଇ ସ୍ୱରଚିତ କବିତା ଆବୃତ୍ତି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
The post ଆସନ୍ତା ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ appeared first on Dharitri Odia News.