OAS ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲା, BNSS ଧାରା ୩୫ରେ ନୋଟିସ ଦେଇ ଛାଡ଼ିଲା ପୋଲିସ
ଭୁବନେଶ୍ୱର : OAS ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାରେ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି । ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ବୋଲି କହିଛନ୍ତି ସାର୍ଥକ ସୌରଭ । ସପ୍ତାହ ପରେ ପୁଣି ତାଙ୍କୁ ଥାନାକୁ ଡାକି ପଚରା ଉଚରା କରିପାରେ ମହିଳା ଥାନା ପୋଲିସ । ନିର୍ଯାତନା ମାମଲାରେ […] The post OAS ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲା, BNSS ଧାରା ୩୫ରେ ନୋଟିସ ଦେଇ ଛାଡ଼ିଲା ପୋଲିସ appeared first on KNews Odisha.

ଭୁବନେଶ୍ୱର : OAS ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାରେ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି । ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ବୋଲି କହିଛନ୍ତି ସାର୍ଥକ ସୌରଭ । ସପ୍ତାହ ପରେ ପୁଣି ତାଙ୍କୁ ଥାନାକୁ ଡାକି ପଚରା ଉଚରା କରିପାରେ ମହିଳା ଥାନା ପୋଲିସ । ନିର୍ଯାତନା ମାମଲାରେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଅର୍ଚ୍ଚନା ଦାଶ । ଗତକାଲି OAS ସାର୍ଥକ ସୌରଭ ମହାପାତ୍ରଙ୍କୁ ପଚରା ଉଚରା କରିଥିଲା ପୋଲିସ । ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ସବୁ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ଏବଂ ଅର୍ଚ୍ଚନା ସବୁବେଳେ ଆତ୍ମହତ୍ୟା ଧମକ ଦେଉଥିବା ଅଭିଯୋଗ କରିଥିଲେ ସୌରଭ । ଅନ୍ୟପଟେ ପ୍ରେସମିଟରେ ଆତ୍ମହତ୍ୟା ଧମକ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଅର୍ଚ୍ଚନା ।
The post OAS ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲା, BNSS ଧାରା ୩୫ରେ ନୋଟିସ ଦେଇ ଛାଡ଼ିଲା ପୋଲିସ appeared first on KNews Odisha.