Odisha Assembly: ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..
ଚାଲିଥିଲା ଘମାଘୋଟ ଆଲୋଚନା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ବେଶ୍ ଗମ୍ଭୀର ଜଣାପଡୁଥିଲା ବିଧାନସଭା କକ୍ଷ। ବିଧାନସଭାର ସଦସ୍ୟ ଓ ଉପସ୍ଥିତ ଥିବା କର୍ମଚାରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ରାତିସାରା ଖୋଲା ଥିଲା ବିଧାନସଭା କ୍ୟାଣ୍ଟିନ୍। ସଦସ୍ୟମାନେ ଲବିରେ କିଛି ସମୟ ବିଶ୍ରାମ ନେଇ ପୁଣି ଗୃହକୁ ଫେରିଆସୁଥିଲେ। ମଝିରେ ମଝିରେ ଚା' ପିଇ ନିଦକୁ ଦୂରେଇ ଦେଉଥିଲେ।