OISFରେ ସୃଷ୍ଟି କରାଯିବ ୬ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ
କଟକ,୧୬।୧୨: ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ସୋମବାର ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହସଂଘ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ଶିଳ୍ପ ସୁରକ୍ଷା ପାଇଁ ଖୁବ୍ଶୀଘ୍ର ୬ଟି OISF ବାଟାଲିୟନ୍ ପ୍ରତିଷ୍ଠା ହେବ। ଫଳରେ OISFରେ ୬ ହଜାର ନିଯୁକ୍ତି ସୃଷ୍ଟି କରାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା […] The post OISFରେ ସୃଷ୍ଟି କରାଯିବ ୬ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କଟକ,୧୬।୧୨: ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ସୋମବାର ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହସଂଘ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ଶିଳ୍ପ ସୁରକ୍ଷା ପାଇଁ ଖୁବ୍ଶୀଘ୍ର ୬ଟି OISF ବାଟାଲିୟନ୍ ପ୍ରତିଷ୍ଠା ହେବ। ଫଳରେ OISFରେ ୬ ହଜାର ନିଯୁକ୍ତି ସୃଷ୍ଟି କରାଯିବ।
ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୋଲିସ ଥାନା ଗୁଡିକୁ ୯ ହଜାର ବାଇକ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ ।
The post OISFରେ ସୃଷ୍ଟି କରାଯିବ ୬ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ appeared first on Dharitri Odia News.