Pakistan Elections 2024: ନିର୍ବାଚନ ଲଢୁଥିବା ହିନ୍ଦୁ ମହିଳାଙ୍କୁ ମିଳୁଛି ମୁସଲମାନଙ୍କ ସମର୍ଥନ…
ଇସଲାମାବାଦ,୫।୨ : ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ନିଜର ସମସ୍ତ ଶକ୍ତି ସହିତ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିନ୍ଦୁ ମହିଳା ସବିରା ପ୍ରକାଶ ଏବେ ହେଡଲାଇନରେ ଅଛନ୍ତି। ବାସ୍ତବରେ ସେ ହେଉଛନ୍ତି ପାକିସ୍ତାନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଥମ ହିନ୍ଦୁ ମହିଳା। ଜଣେ ହିନ୍ଦୁ ହେବା ସତ୍ତ୍ୱେ ତାଙ୍କୁ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ସମର୍ଥନ […] The post Pakistan Elections 2024: ନିର୍ବାଚନ ଲଢୁଥିବା ହିନ୍ଦୁ ମହିଳାଙ୍କୁ ମିଳୁଛି ମୁସଲମାନଙ୍କ ସମର୍ଥନ… appeared first on Dharitri Odia News.
ଇସଲାମାବାଦ,୫।୨ : ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ନିଜର ସମସ୍ତ ଶକ୍ତି ସହିତ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିନ୍ଦୁ ମହିଳା ସବିରା ପ୍ରକାଶ ଏବେ ହେଡଲାଇନରେ ଅଛନ୍ତି। ବାସ୍ତବରେ ସେ ହେଉଛନ୍ତି ପାକିସ୍ତାନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଥମ ହିନ୍ଦୁ ମହିଳା। ଜଣେ ହିନ୍ଦୁ ହେବା ସତ୍ତ୍ୱେ ତାଙ୍କୁ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ସମର୍ଥନ ମିଳୁଛି।
ସବିରା ପେଶାରେ ଜଣେ ଡାକ୍ତର। ତାଙ୍କ ପିତା ପିପିପିର ସଦସ୍ୟ। ସୂଚନା ଅନୁଯାୟୀ, ପାକିସ୍ତାନର ଖାଇବର ପାସ୍ତୁନଖ୍ବାର ବୁନେର ବିଧାନସଭା ଆସନରୁ ସବିରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ତାଙ୍କୁ ନିଜ ପାର୍ଟିରୁ ଟିକେଟ ଦେଇଛି। ତାଙ୍କ ପିତାଙ୍କ ନାମ ଓମ ପ୍ରକାଶ। ଓମ ପ୍ରକାଶ ପିପିପିର ଦୀର୍ଘ ସମୟର ସଦସ୍ୟ ଏବଂ ସେ ନିଜେ ଜଣେ ଡାକ୍ତର।
ନିର୍ବାଚନ ପ୍ରଚାର ସମୟରେ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ ସବିରା କହିଛନ୍ତି ସେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଭଲ ସମ୍ପର୍କ ପାଇଁ ସେତୁ ଭାବରେ କାମ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ମୁଁ ନିଜେ ଜଣେ ଡାକ୍ତର, ତେଣୁ ଯେତେବେଳେ ମୁଁ ପାକିସ୍ତାନର ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସ୍ଥାନରେ ସ୍ବାସ୍ଥ୍ୟ ବିଭାଗର ଅବସ୍ଥା ଖରାପ ଦେଖିଲି, ସେତେବେଳେ ମୁଁ ଏହାର କାର୍ଯ୍ୟରେ ଉନ୍ନତି କରିବାକୁ ରାଜନୀତିରେ ପ୍ରବେଶ କରିଥିଲି।
The post Pakistan Elections 2024: ନିର୍ବାଚନ ଲଢୁଥିବା ହିନ୍ଦୁ ମହିଳାଙ୍କୁ ମିଳୁଛି ମୁସଲମାନଙ୍କ ସମର୍ଥନ… appeared first on Dharitri Odia News.