Puri Stampede: କାଠଗଡ଼ାରେ ପ୍ରଶାସନ ଓ ପୋଲିସ୍, ଛୁଟି ଦିନରେ ଭିଡ଼ ନିୟନ୍ତ୍ରଣକୁ ନେଇ ବଢ଼ିଲା ଚିନ୍ତା
ଏତେ ସଂଖ୍ୟାରେ ଭକ୍ତ ଆସୁଥିବା କଥା କେମିତି ଜାଣି ପାରିଲାନି ପ୍ରଶାସନ ? ଶରଧାବାଲିରେ ରଥ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଓ ଅଧିକାରୀ କେମିତି ଭିଡ଼ ଛାଡ଼ି ପଳାଇଲେ ? ଡ୍ରୋନ୍ କ୍ୟାମେରାରେ ସୂଚନା କୁଆଡ଼େ ଗଲା ? ଖାଲି ସେତିକି ନୁହେଁ ରଥ ଉପରେ ଠାକୁରମାନଙ୍କ ରାତ୍ର ପହୁଡ଼ ପରେ ମଙ୍ଗଳ ଆଳତିରେ ବି ଦୀର୍ଘ ସମୟ ବ୍ୟବଧାନକୁ ଅଘଟଣର ଅନ୍ୟ ଏକ କାରଣ ବୋଲି ଦର୍ଶାଯାଉଛି ।