RBI ଗଭର୍ଣ୍ଣରଙ୍କ ଦରମା କେତେ ? ଅବସର ପରେ କେତେ ମିଳେ ଭତ୍ତା...
ନୂଆଦିଲ୍ଲୀ ୧୩।୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । RBIର ୨୫ତମ ଗଭର୍ଣ୍ଣର ଭାବେ ଗ୍ରହଣ କରିଛନ୍ତି ଦାୟିତ୍ବ । ସେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେଇଛନ୍ତି । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ ଶେଷ ହୋଇଛି । ତେବେ ନୂଆ ଗଭର୍ଣ୍ଣରଙ୍କ କେତେ ଶିକ୍ଷିତ ? କେଉଁ କେଉଁଠୁ କରିଛନ୍ତି ଅଧ୍ୟୟନ ? ଗଭର୍ଣ୍ଣର ହେବା ପରେ ତାଙ୍କୁ କେତେ ମିଳିବ ଦରମା ? ଆସନ୍ତୁ ଜାଣିବା... ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୟ ମଲହୋତ୍ରା । ନୂଆ ଗଭର୍ଣ୍ଣର ଭାବେ ସେ ଆରବିଆଇରେ ୩ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ନବନିଯୁକ୍ତ ଗଭର୍ଣ୍ଣରଙ୍କ ଦରମା ମାସିକ ଅଢେଇ ଲକ୍ଷ ଟଙ୍କା ମିଳିବ । ଏହା ଗଭର୍ଣ୍ଣରଙ୍କୁ ମିଳୁଥିବା ମୋଟ ଦରମାର ଅଂଶ । ଦରମା ବ୍ୟତୀତ ଆରବିଆଇ ଗଭର୍ଣ୍ଣରଙ୍କୁ ଭାରତ ସରକାରଙ୍କଠାରୁ ମାଗଣା ଘର, ଯାନବାହାନ, ଚିକିତ୍ସା ସୁବିଧା ଏବଂ ପେନସନ୍ ସହିତ ଅନ୍ୟାନ୍ୟ ସୁବିଧା ପାଇବେ । ଗତ ଆର୍ଥିକ ବର୍ଷରେ ଶକ୍ତିକାନ୍ତ ଦାସଙ୍କ ମାସିକ ଦରମା ଅଢେଇ ଲକ୍ଷ ରହିଥିଲା । ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଥିବା ଉର୍ଜିତ ପଟେଲଙ୍କ ମାସିକ ଦରମା ମଧ୍ୟ ସମାନ ଥିଲା । ଏହି ଦରମା ସରକାରୀ ସଚିବଙ୍କ ଦରମା ସହିତ ସମାନ । ତେବେ RBI ଗଭର୍ଣ୍ଣର ହେବାର ମଧ୍ୟ ଅନେକ ଫାଇଦା ରହିଥାଏ । ତାଙ୍କୁ ରହିବା ପାଇଁ ମୁମ୍ବାଇର ମାଲାବାର ହିଲ
ନୂଆଦିଲ୍ଲୀ ୧୩।୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । RBIର ୨୫ତମ ଗଭର୍ଣ୍ଣର ଭାବେ ଗ୍ରହଣ କରିଛନ୍ତି ଦାୟିତ୍ବ । ସେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେଇଛନ୍ତି । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ ଶେଷ ହୋଇଛି । ତେବେ ନୂଆ ଗଭର୍ଣ୍ଣରଙ୍କ କେତେ ଶିକ୍ଷିତ ? କେଉଁ କେଉଁଠୁ କରିଛନ୍ତି ଅଧ୍ୟୟନ ? ଗଭର୍ଣ୍ଣର ହେବା ପରେ ତାଙ୍କୁ କେତେ ମିଳିବ ଦରମା ? ଆସନ୍ତୁ ଜାଣିବା...
ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୟ ମଲହୋତ୍ରା । ନୂଆ ଗଭର୍ଣ୍ଣର ଭାବେ ସେ ଆରବିଆଇରେ ୩ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ନବନିଯୁକ୍ତ ଗଭର୍ଣ୍ଣରଙ୍କ ଦରମା ମାସିକ ଅଢେଇ ଲକ୍ଷ ଟଙ୍କା ମିଳିବ । ଏହା ଗଭର୍ଣ୍ଣରଙ୍କୁ ମିଳୁଥିବା ମୋଟ ଦରମାର ଅଂଶ । ଦରମା ବ୍ୟତୀତ ଆରବିଆଇ ଗଭର୍ଣ୍ଣରଙ୍କୁ ଭାରତ ସରକାରଙ୍କଠାରୁ ମାଗଣା ଘର, ଯାନବାହାନ, ଚିକିତ୍ସା ସୁବିଧା ଏବଂ ପେନସନ୍ ସହିତ ଅନ୍ୟାନ୍ୟ ସୁବିଧା ପାଇବେ ।
ଗତ ଆର୍ଥିକ ବର୍ଷରେ ଶକ୍ତିକାନ୍ତ ଦାସଙ୍କ ମାସିକ ଦରମା ଅଢେଇ ଲକ୍ଷ ରହିଥିଲା । ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଥିବା ଉର୍ଜିତ ପଟେଲଙ୍କ ମାସିକ ଦରମା ମଧ୍ୟ ସମାନ ଥିଲା । ଏହି ଦରମା ସରକାରୀ ସଚିବଙ୍କ ଦରମା ସହିତ ସମାନ । ତେବେ RBI ଗଭର୍ଣ୍ଣର ହେବାର ମଧ୍ୟ ଅନେକ ଫାଇଦା ରହିଥାଏ । ତାଙ୍କୁ ରହିବା ପାଇଁ ମୁମ୍ବାଇର ମାଲାବାର ହିଲରେ ଏକ ବିଳାସମୟ ଘର ମିଳିଥାଏ । ଯଦି ଏହାକୁ ବିକ୍ରି କରାଯାଏ ତେବେ ଏହାର ଦାମ୍ ପାଖାପାଖି ୪୫୦ କୋଟି ହେବ । ତେବେ ଏକଥା ଆମେ କହୁନୁ ଏକଥା ଏକ ପୋଡକାଷ୍ଟ ମାଧ୍ୟମରେ ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ।
ଯଦି ଆମେ ଆରବିଆରର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ପାଠପଢା ବିଷୟରେ ଆଲୋଚନା କରିବା ତେବେ ସେ ଆଇଆଇଟି କାନପୁରରୁ କମ୍ପୁଟର ସାଇନ୍ସରେ ଇଞ୍ଜିନିୟରିଂଙ୍ଗ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ଆମେରିକା ପ୍ରିସଟନ ୟୁନିଭର୍ସିଟିରୁ ପବ୍ଲିକ୍ ପଲିସ୍ରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି । ବିଗତ ୩୦ ବର୍ଷରେ ମଲହୋତ୍ରା ପାଓ୍ବାର, ଫାଇନାନ୍ସ, ଟ୍ୟାକ୍ସ, ଆଇଟି ଏବଂ ମାଇନ୍ସ ପରି ସେକ୍ଟରେ କାମ କରିଛନ୍ତି । ସଞ୍ଜୟ ମଲହୋତ୍ରା ଜିଏସଟି ପରିଷଦର ପୂର୍ବତନ ଅଫିସିଆଲ୍ ସଚିବ ଭାବରେ କାର୍ଯ୍ୟ କରନ୍ତି । ତେବେ ଟିକସ ରାଜସ୍ୱ ବୃଦ୍ଧିରେ ସଞ୍ଜୟ ମଲହୋତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।