RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅନ୍ୟତମ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପାଇଁ ଅଡ଼ୁଆ ବଢ଼ିଛି। ୨୦୨୫ ଜୁନ ୪ରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିଜୟର ଉତ୍ସବ ସମୟରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଘୋର ଅବହେଳା ଅଭିଯୋଗରେ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ RCB ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ […] The post RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅନ୍ୟତମ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପାଇଁ ଅଡ଼ୁଆ ବଢ଼ିଛି। ୨୦୨୫ ଜୁନ ୪ରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିଜୟର ଉତ୍ସବ ସମୟରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଘୋର ଅବହେଳା ଅଭିଯୋଗରେ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ RCB ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ (KSCA)କୁ ନିର୍ଦ୍ଦେଶ ଦେଇଛି।
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (CAT) ଦଳାଚକଟା ପାଇଁ RCBକୁ ଦାୟୀ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରିବ୍ୟୁନାଲ କହିଥିଲେ ଯେ ଫ୍ରାଞ୍ଚାଇଜ ଏବଂ ସ୍ଥାନୀୟ ସଂଘ ପର୍ଯ୍ୟାପ୍ତ ସମୟ ମଧ୍ୟରେ ପୋଲିସକୁ ଜଣାଇବାରେ ଏବଂ ଇଭେଣ୍ଟ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାରେ ବିଫଳ ହୋଇଥିଲେ।
BCCI କହିଛି, “ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କର୍ଣ୍ଣାଟକ କ୍ରିକେଟ ସଂଘ (KSCA) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଉଭୟ ଏହି ଅଭିଯୋଗର ଲିଖିତ ଉତ୍ତର ଦେବା ଆବଶ୍ୟକ।” RCB ବିରୋଧରେ ଅଭିଯୋଗ ଆଣି ବିକାଶ କୁମାର ନାମକ ଜଣେ ବ୍ୟକ୍ତି ଜୁନ ୧୨ ତାରିଖରେ ଏହି ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକାରୀ ବିସିସିଆଇକୁ ଆରସିବିକୁ ନିଲମ୍ବନ କରିବାକୁ ଏବଂ ଦଳର ବର୍ତ୍ତମାନର ମାଲିକଙ୍କୁ ଫ୍ରାଞ୍ଚାଇଜ ବିକ୍ରୟ ବନ୍ଦ କରିବାକୁ ଦାବି କରିଛନ୍ତି।
ବିସିସିଆଇ ଏହା ମଧ୍ୟ କହିଛି ଯେ ଯେତେବେଳେ କେଏସସିଏ ଏବଂ ଆରସିବି ସେମାନଙ୍କର ଉତ୍ତର ଦାଖଲ କରିବେ, ସେମାନଙ୍କର କପି ଅଭିଯୋଗକାରୀଙ୍କ ସହ ଶେୟାର କରାଯିବ ଯାହା ଦ୍ୱାରା ସେ ୧୦ ଦିନ ମଧ୍ୟରେ ତାଙ୍କର ଉତ୍ତର ଦାଖଲ କରିପାରିବେ। ବିସିସିଆଇ ଦ୍ୱାରା ସମଗ୍ର ମାମଲା ସକ୍ରିୟ ଭାବରେ ତଦନ୍ତ କରାଯାଉଛି। ବୋର୍ଡ ସୂଚିତ କରିଛି ଯେ ଯଦି ଆରସିବି ଏବଂ କେଏସସିଏର ଅବହେଳା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.