RCBର ଭିକ୍ଟ୍ରି ପରେଡ୍ ପୂର୍ବରୁ ବେଙ୍ଗାଲୁରୁରେ ଦଳାଚକଟା, ୧୦ ମୃତ, ଏକାଧିକ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆଇପିଏଲ) ଟ୍ରଫି ଜିତିଛି। ଏହି ଖୁସିରେ ଆତ୍ମହରା ଆରସିବି ପ୍ରଶଂସକ। ଟାଇଟଲ୍ ଜିତିବା ଖୁସିରେ ଝୁମି ଉଠିଛି ବେଙ୍ଗାଲୁରୁ ସହର। ଦଳ ଜିତିବା ପରଠୁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ ଲାଗି ରହିଛି। ତେବେ ବୁଧବାର ଭିକ୍ଟ୍ରି ପରେଡ ପୂର୍ବରୁ ଚିନ୍ନାସ୍ଵାମୀ ଷ୍ଟାଡିୟମ ନିକଟରେ ଦଳାଚକଟା କାରଣରୁ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ସାମିଲ୍।ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଷ୍ଟାଡିୟମ ଭିତରେ ଉତ୍ସବ ଚାଲିଛି। ସୂଚନା ଅନୁଯାୟୀ, ଆରସିବିର ବିଜୟ ପରେ ଭିକ୍ଟ୍ରି ପରେଡ୍ ପାଇଁ ଷ୍ଟାଡିୟମ ଅଭିମୁଖେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ଓ ଭିତରେ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ଫଳରେ ଦଳା ଚକଟା ସ୍ଥିତି ଉପୁଜିଥିଲା।  ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। #WATCH | A car was damaged after fans climbed over it outside the M Chinnaswamy

RCBର ଭିକ୍ଟ୍ରି ପରେଡ୍ ପୂର୍ବରୁ ବେଙ୍ଗାଲୁରୁରେ ଦଳାଚକଟା, ୧୦ ମୃତ, ଏକାଧିକ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆଇପିଏଲ) ଟ୍ରଫି ଜିତିଛି। ଏହି ଖୁସିରେ ଆତ୍ମହରା ଆରସିବି ପ୍ରଶଂସକ। ଟାଇଟଲ୍ ଜିତିବା ଖୁସିରେ ଝୁମି ଉଠିଛି ବେଙ୍ଗାଲୁରୁ ସହର। ଦଳ ଜିତିବା ପରଠୁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ ଲାଗି ରହିଛି। ତେବେ ବୁଧବାର ଭିକ୍ଟ୍ରି ପରେଡ ପୂର୍ବରୁ ଚିନ୍ନାସ୍ଵାମୀ ଷ୍ଟାଡିୟମ ନିକଟରେ ଦଳାଚକଟା କାରଣରୁ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ସାମିଲ୍।ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଷ୍ଟାଡିୟମ ଭିତରେ ଉତ୍ସବ ଚାଲିଛି। 

ସୂଚନା ଅନୁଯାୟୀ, ଆରସିବିର ବିଜୟ ପରେ ଭିକ୍ଟ୍ରି ପରେଡ୍ ପାଇଁ ଷ୍ଟାଡିୟମ ଅଭିମୁଖେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ଓ ଭିତରେ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ଫଳରେ ଦଳା ଚକଟା ସ୍ଥିତି ଉପୁଜିଥିଲା।  ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। 



ଜରୁରୀକାଳୀନ ସେବା ଯୋଗାଇ ଦିଆଯାଇଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପଛରେ ଆୟୋଜକଙ୍କ ଅବହେଳା ଓ ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଥିବା ଆଶଙ୍କା କରାଯାଇଛି। ପୋଲିସ ପ୍ରଶାସନ ପୂରା ଘଟଣାର ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁର୍ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଏ ପର୍ଯ୍ୟନ୍ତ କେତେ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆହତ ହୋଇଛନ୍ତି, ତାର ସୂଚନା ସ୍ପଷ୍ଟ ଭାବେ କହି ପାରିବିନି। ମୁଁ ଏବେ ଘଟଣାସ୍ଥଳକୁ ଯାଉଛି।