Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା…

ଭୁବନେଶ୍ୱର,୪।୨: ବଢିବ ବିଧାୟକଙ୍କ ଦରମା । ଦରମା ସହ ବଢିବ ପେନଶନ। ଏନେଇ ଦାବି କରିଛନ୍ତି ସବୁ ଦଳ । ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି । ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ସହ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ପାଇଁ ଦାବି କରାଯାଇଛି। ବିଧାୟକ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି । ମଙ୍ଗଳବାର ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ଦାବି ଉଠିବା […] The post Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା… appeared first on Dharitri Odia News.

Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା…

ଭୁବନେଶ୍ୱର,୪।୨: ବଢିବ ବିଧାୟକଙ୍କ ଦରମା । ଦରମା ସହ ବଢିବ ପେନଶନ। ଏନେଇ ଦାବି କରିଛନ୍ତି ସବୁ ଦଳ । ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି । ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ସହ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ପାଇଁ ଦାବି କରାଯାଇଛି। ବିଧାୟକ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି ।

ମଙ୍ଗଳବାର ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ଦାବି ଉଠିବା ପରେ ବାଚସ୍ପତି ଏକ କମିଟି ବି ଗଠନ କରିଛନ୍ତି। କୁହାଯାଉଛି ପୁରୁଣା କମିଟି ସୁପାରିଶ ପରିବର୍ତ୍ତେ ନୂଆ କମିଟି ସୁପାରିଶକୁ କାର୍ଯକାରୀ କରିବେ ସରକାର। ଏହି ନୂଆ କମିଟିର ଅଧ୍ୟକ୍ଷ ରହିଛନ୍ତି ଭାଜପା ବିଧାୟକ ଭାସ୍କର ମଡେଇ। ଅନ୍ୟ ରାଜ୍ୟରେ ବିଧାୟକଙ୍କ ଦରମା କେତେ, ଓଡ଼ିଶାରେକେତେ ହେବା ଆବଶ୍ୟକ ଏଭଳି ବିଭିନ୍ନ ଦିଗକୁ ତର୍ଜମା କରି ରିପୋର୍ଟ ଦେବ କମିଟି।

ଦରଦାମ ବୃଦ୍ଧି କାରଣରୁ ର୍ନିବାଚନ ମଣ୍ଡଳୀ ଗସ୍ତ, ସାସ୍ଥ୍ୟଗତ ସମସ୍ୟା, ପୂଜା ପାର୍ବଣରେ ସମୟରେ ଲୋକଙ୍କ ଦାବି, କ୍ରୀଡା କ୍ଷେତ୍ରରେ ସହାୟତା ଭଳି ବିଭିନ୍ନ ସମସ୍ୟା ମେଣ୍ଟେଇବାକୁ ବର୍ତ୍ତମାନର ଦରମା ପର୍ଯ୍ୟାପ୍ତ ନୁହେଁ ବୋଲି ତିନି ଦଳର ସଦସ୍ୟ ଦାବି କରିଥିଲେ। ଏପରିକି ୨୬ ଟି ରାଜ୍ୟ ଠାରୁ ଓଡ଼ିଶାରେ ବିଧାୟକଙ୍କ ଦରମା କମ ବୋଲି କହି ଦରମା ବୃଦ୍ଧି ପାଇଁ ଦାବି କରିଥିଲେ ସବୁ ଦଳର ସଦସ୍ୟ।

The post Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା… appeared first on Dharitri Odia News.