Samsung, Xiaomi ପରେ Realme ମଧ୍ୟ ଆଣୁଛି Ultra ସ୍ମାର୍ଟଫୋନ୍, ଖୁବ୍ ଶୀଘ୍ର ଭାରତରେ ହେବ ଲଞ୍ଚ
Samsung ଏବଂ Xiaomi ପରେ, ଏବେ Realme ମଧ୍ୟ ଭାରତରେ ନିଜର Ultra ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀର ଏହି Ultra ଫୋନ୍ ମିଡ୍ ବଜେଟ୍ ପ୍ରାଇସରେ ଲଞ୍ଚ ହେବ । Realme ନିଜର ଏହି ଅପକମିଙ୍ଗ Ultra ସ୍ମାର୍ଟଫୋନକୁ ଅଫିସିଆଲି ଭାବରେ ଟିଜର କରିଛି । ଏହି ସ୍ମାର୍ଟଫୋନ୍ Realme P3 ସିରିଜର ସବୁଠାରୁ ପ୍ରିମିୟମ ମଡେଲ୍ ହେବ । କମ୍ପାନୀ ଏହି ସିରିଜରେ P3 Pro ଏବଂ Realme P3X 5G […] The post Samsung, Xiaomi ପରେ Realme ମଧ୍ୟ ଆଣୁଛି Ultra ସ୍ମାର୍ଟଫୋନ୍, ଖୁବ୍ ଶୀଘ୍ର ଭାରତରେ ହେବ ଲଞ୍ଚ appeared first on KNews Odisha.

Samsung ଏବଂ Xiaomi ପରେ, ଏବେ Realme ମଧ୍ୟ ଭାରତରେ ନିଜର Ultra ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀର ଏହି Ultra ଫୋନ୍ ମିଡ୍ ବଜେଟ୍ ପ୍ରାଇସରେ ଲଞ୍ଚ ହେବ । Realme ନିଜର ଏହି ଅପକମିଙ୍ଗ Ultra ସ୍ମାର୍ଟଫୋନକୁ ଅଫିସିଆଲି ଭାବରେ ଟିଜର କରିଛି । ଏହି ସ୍ମାର୍ଟଫୋନ୍ Realme P3 ସିରିଜର ସବୁଠାରୁ ପ୍ରିମିୟମ ମଡେଲ୍ ହେବ । କମ୍ପାନୀ ଏହି ସିରିଜରେ P3 Pro ଏବଂ Realme P3X 5G କୁ ପୂର୍ବରୁ ଲଞ୍ଚ କରିସାରିଛି ।
Realme India ଏହାର ଅଲ୍ଟ୍ରା ଫୋନ୍ ବିଷୟରେ ଅଫିସିଆଲି ଭାବରେ ଇନଫରମେସନ୍ ସେୟାର କରିଛି । କମ୍ପାନୀ ଏହାର ସୋସିଆଲ୍ ମିଡିଆ ପୋଷ୍ଟରେ ଫୋନର ଲଞ୍ଚକୁ କନଫର୍ମ କରିଛି । ହେଲେ Realme ଏହି ଫୋନର ଲଞ୍ଚ ଡେଟ୍ ପ୍ରକାଶ କରିନାହିଁ । ଏହି ଫୋନର ପଛପଟେ ଏକ କ୍ୟାମେରା ବମ୍ପ ଦେଖାଯାଉଛି, ଯେଉଁଥିରେ ଦୁଇଟି ଗୋଲ କ୍ୟାମେରା ଦେଖାଯାଉଛି । ଏହା ବ୍ୟତୀତ ପାୱାର ଏବଂ ଭଲ୍ୟୁମ୍ ବଟନ୍ ସାଇଡରେ ଦିଆଯାଇଛି ।
Realme P3 Ultra ନିକଟରେ RMX5030 ମଡେଲ୍ ନମ୍ବର ସହିତ ଗିକବ୍ୟାଞ୍ଚ ରେ ଦେଖାଯାଇଥିଲା । ଏହି ଫୋନଟି MediaTek Dimensity 8300 କିମ୍ବା MediaTek Dimensity 8350 ପ୍ରୋସେସର ସହିତ ଆସିପାରେ । ଏହି ଫୋନ୍ ୧୨ GB RAM ଏବଂ ୨୫୬ GB ଷ୍ଟୋରେଜର ସପୋର୍ଟ ମିଳିପାରିବ । ଏହା ସହିତ ଫୋନରେ Android 15 ଉପରେ ବେସ୍ଡ Realme UI 5 ର ସପୋର୍ଟ ମିଳିବ । ଏହି ଫୋନ୍ ବ୍ୟାକରେ ଗ୍ଲାସ୍ ପ୍ୟାନେଲ୍ ଦିଆଯାଇପାରିବ ।
ବର୍ତ୍ତମାନ, ଏହି Realme ସ୍ମାର୍ଟଫୋନର ଡିସପ୍ଲେ ସମେତ ଅନ୍ୟ କୌଣସି ସ୍ପେସିଫିକେସନ୍ ସମ୍ପର୍କରେ କୌଣସି ଲିକ୍ ହୋଇନାହିଁ । ହେଲେ ଏହି ସିରିଜରେ ଲଞ୍ଚ ହୋଇଥିବା ପ୍ରୋ ମଡେଲ ତୁଳନାରେ ଫୋନର ଡିସପ୍ଲେ ଏବଂ କ୍ୟାମେରାରେ ଏକ ବଡ଼ ଅପଗ୍ରେଡ୍ ହେବ । ଏହି ଫୋନର ନାଁ ରୁ ଜଣାପଡୁଛି ଯେ ଫୋନଟିରେ ଏକ ଭଲ କ୍ୟାମେରା ଏବଂ ବଡ଼ ବ୍ୟାଟେରୀ ଦିଆଯାଇପାରିବ । ଏହି ସିରିଜର Relame P3X ରେ ୬,୦୦୦ mAh ର ବ୍ୟାଟେରୀ ମିଳିଥାଏ । କମ୍ପାନୀ ଏହି ଫୋନରେ ଏକ ବଡ଼ ବ୍ୟାଟେରୀ ବ୍ୟବହାର କରିପାରିବ ।
The post Samsung, Xiaomi ପରେ Realme ମଧ୍ୟ ଆଣୁଛି Ultra ସ୍ମାର୍ଟଫୋନ୍, ଖୁବ୍ ଶୀଘ୍ର ଭାରତରେ ହେବ ଲଞ୍ଚ appeared first on KNews Odisha.