T20 World Cupରେ ଲଗାତାର ଫ୍ଲପ୍ ହେଉଛନ୍ତି ବିରାଟ, ସୁପର-୮ ପୂର୍ବରୁ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ରେ ଭାରତର ବିଜୟ ଯାତ୍ରା ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ହ୍ୟାଟ୍ରିକ ବିଜୟ ହାସଲ କରି ସୁପର-୮ ରାଉଣ୍ଡରେ ପହଞ୍ଚି ଯାଇଛି। ଭାରତ ଏ ପର୍ଯ୍ୟନ୍ତ ଆୟରଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଛି। ବିଜୟ ସତ୍ତ୍ଵେ ଭାରତୀୟ ଦଳ ପାଇଁ ବଡ଼ ସମସ୍ୟା ଉପୁଜିଛି। ଏହାର ସବୁଠୁ ବଡ଼ କାରଣ ବିରାଟ କୋହଲି ଲଗାତାର ବିଫଳ ହେବା। କ୍ରିକେଟ୍ ସମୀକ୍ଷକଙ୍କ ମତରେ ଏଥିରେ ଭାରତକୁ ବର୍ତ୍ତମାନ କୌଣସି ଫରକ ପଡ଼ୁନ ଥିଲେ ବି ସୁପର-୮ ରାଉଣ୍ଡରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ।ନିରାଶ କଲେ ବିରାଟ କୋହଲିଟି-୨୦ ବିଶ୍ଵକପ୍ରେ ଆୟରଲାଣ୍ଡ ବିପକ୍ଷ ବିରାଟ କୋହଲି ୫ଟି ବଲ୍ରୁ ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପାକିସ୍ତାନ ବିପକ୍ଷରେ ୩ଟି ବଲ୍ରୁ ୪ ରନ ଏବଂ ଆମେରିକା ବିପକ୍ଷରେ ଖାତା ଖୋଲି ପାରି ନ ଥିଲେ। ଆମେରିକା ମ୍ୟାଚ୍ରେ ଭାରତୀୟ ପ୍ରଶଂସକଙ୍କ ବିରାଟ କୋହଲିଙ୍କଠୁ ବଡ଼ ଆଶା ଥିଲା। ମାତ୍ର ପୂର୍ବତନ ଅଧିନାୟକ ନିରାଶ କରିଥିଲେ। ସେ ପ୍ରଥମ ବଲ୍ରେ ପାଭିଲିୟନ ଫେରିଥିଲେ। ଏହି ପରି ଏ ପର୍ଯ୍ୟନ୍ତ ବିରାଟ କୋହଲି ୩ଟି ମୁକାବିଲାରୁ ମାତ୍ର ୫ ରନ କରିଛନ୍ତି। କୋହଲିଙ୍କ ଏହି ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।ଭାରତୀୟ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ କାନାଡ଼ା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜୁନ ୧୫ ତାରିଖରେ ଫ୍ଲୋରିଡ଼ାରେ ଖେଳାଯିବ। ଭାରତୀୟ ଦଳ ସୁ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ରେ ଭାରତର ବିଜୟ ଯାତ୍ରା ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ହ୍ୟାଟ୍ରିକ ବିଜୟ ହାସଲ କରି ସୁପର-୮ ରାଉଣ୍ଡରେ ପହଞ୍ଚି ଯାଇଛି। ଭାରତ ଏ ପର୍ଯ୍ୟନ୍ତ ଆୟରଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଛି। ବିଜୟ ସତ୍ତ୍ଵେ ଭାରତୀୟ ଦଳ ପାଇଁ ବଡ଼ ସମସ୍ୟା ଉପୁଜିଛି। ଏହାର ସବୁଠୁ ବଡ଼ କାରଣ ବିରାଟ କୋହଲି ଲଗାତାର ବିଫଳ ହେବା। କ୍ରିକେଟ୍ ସମୀକ୍ଷକଙ୍କ ମତରେ ଏଥିରେ ଭାରତକୁ ବର୍ତ୍ତମାନ କୌଣସି ଫରକ ପଡ଼ୁନ ଥିଲେ ବି ସୁପର-୮ ରାଉଣ୍ଡରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ।
ନିରାଶ କଲେ ବିରାଟ କୋହଲି
ଟି-୨୦ ବିଶ୍ଵକପ୍ରେ ଆୟରଲାଣ୍ଡ ବିପକ୍ଷ ବିରାଟ କୋହଲି ୫ଟି ବଲ୍ରୁ ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପାକିସ୍ତାନ ବିପକ୍ଷରେ ୩ଟି ବଲ୍ରୁ ୪ ରନ ଏବଂ ଆମେରିକା ବିପକ୍ଷରେ ଖାତା ଖୋଲି ପାରି ନ ଥିଲେ। ଆମେରିକା ମ୍ୟାଚ୍ରେ ଭାରତୀୟ ପ୍ରଶଂସକଙ୍କ ବିରାଟ କୋହଲିଙ୍କଠୁ ବଡ଼ ଆଶା ଥିଲା। ମାତ୍ର ପୂର୍ବତନ ଅଧିନାୟକ ନିରାଶ କରିଥିଲେ। ସେ ପ୍ରଥମ ବଲ୍ରେ ପାଭିଲିୟନ ଫେରିଥିଲେ। ଏହି ପରି ଏ ପର୍ଯ୍ୟନ୍ତ ବିରାଟ କୋହଲି ୩ଟି ମୁକାବିଲାରୁ ମାତ୍ର ୫ ରନ କରିଛନ୍ତି। କୋହଲିଙ୍କ ଏହି ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ଭାରତୀୟ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ କାନାଡ଼ା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜୁନ ୧୫ ତାରିଖରେ ଫ୍ଲୋରିଡ଼ାରେ ଖେଳାଯିବ। ଭାରତୀୟ ଦଳ ସୁପର-୮ରେ ବଡ଼ ବଡ଼ ଦଳ ସହ ମୁକାବିଲା କରିବ। ଦେଖିବାକୁ ବାକି ରହିଲା ଯେ, ଏହା ପୂର୍ବରୁ ବିରାଟ କୋହଲି ଫର୍ମକୁ ଫେରିବେ କି ନାହିଁ। ଯଦି ବିରାଟ କାନାଡ଼ା ବିପକ୍ଷରେ ରନ କରିବେ ତେବେ ଏହା ଭାରତକୁ ସୁପର-୮ ପୂର୍ବରୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିବ।