Viral Video: ନିର୍ବାଚନର ଅଜବ ପ୍ରଚାର… ଜଣେ ପ୍ରାର୍ଥୀ ଚପଲ ମାଳ ପକେଇ ମାଗୁଛନ୍ତି ଭୋଟ୍, ଜଣେ ସୂର୍ଯ୍ୟଙ୍କୁ ଗ୍ରାସୁଛନ୍ତି
ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରମ୍ପଙ୍କ ନିର୍ଚାଚନୀ ପ୍ରଚାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। ଏହାକୁ ତାଳ ଦେଇ ରାଜନୈତିକ ଦଳମାନଙ୍କର ପ୍ରସ୍ତୁତି ମଧ୍ୟ ଜୋରଦାର ହେଉଛି। ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ପଛରେ ପଡିଯାଇ ନାହାନ୍ତି। ସେମାନେ ମଧ୍ୟ ଏହି ନିର୍ବାଚନରେ ବ୍ୟସ୍ତ ଅଛନ୍ତି ଏବଂ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି।
ଏହାରି ଭିତରେ କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏକ ମଜ୍ଜାଳିଆ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ। ଭାରତୀୟ ପରମ୍ପରାରେ ସମସ୍ତେ ଜାଣନ୍ତି ଯେ ସୂର୍ଯ୍ୟଙ୍କୁ ରାହୁ ଗ୍ରାସୁଥିବାରୁ ଏହାକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ। ଭାଇରାଲ୍ ହେଉଥିବା ଏହି ଭିଡିଓରେ କିନ୍ତୁ ଦେଖିବାକୁ ମିଳୁଛି ଯେ ସୂର୍ଯ୍ୟଙ୍କୁ ଟ୍ରମ୍ପ୍ ଗ୍ରାସୁଛନ୍ତି!
ସେହିପରି ଉତ୍ତର ପ୍ରଦେଶର ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ତାଙ୍କ ନିର୍ବାଚନୀ ପ୍ରଚାରର ଉପାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଆଲିଗଡ ଲୋକସଭା ଆସନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ନିର୍ବାଚନ ଆୟୋଗ ଠାରୁ ଚପଲକୁ ନିର୍ବାଚନୀ ଚିହ୍ନ ଭାବେ ପାଇଛନ୍ତି। ଯେଉଁଥିପାଇଁ କେଶବ ଦେବ ସାତଟି ଚପଲର ଏକ ମାଳ ପିନ୍ଧି ବାହାରେ ବୁଲୁଛନ୍ତି ଆଉ ଲୋକଙ୍କଠାରୁ ଭୋଟ୍ ମାଗୁଛନ୍ତି।
#WATCH | Aligarh, UP: Independent candidate from Aligarh Pandit Keshav Dev has been allotted 'slippers' as the election symbol. After which, he was seen carrying out the election campaign wearing a garland of 7 slippers around his neck. (08.04) pic.twitter.com/V0Hm8JYRmC — ANI (@ANI) April 8, 2024
ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ସୂର୍ଯ୍ୟପରାଗର ଏକ ବିଚିତ୍ର ନିର୍ବାଚନ ପ୍ରଚାର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ମୁଣ୍ଡ ସୂର୍ଯ୍ୟଙ୍କୁ ଢାଙ୍କିଦେବା ଦେଖିବାକୁ ମିଳେ। ୧.୨୧ ମିନିଟର ଏହି ଭିଡିଓରେ ଅନେକ ଲୋକ ପ୍ରତିରକ୍ଷା ଚଷମାରେ ସୌର ଜଗତର ଏହି ଅଦ୍ଭୁତ ଇଭେଣ୍ଟ ଦେଖୁଛନ୍ତି।
Donald Trump’s eclipse post on Truth Social. pic.twitter.com/L7caoXkXrS — Big Fish (@BigFish3000) April 8, 2024
ଏହି ଭିଡିଓରେ ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡର ଏକ ବିରାଟ ଛାୟାଛବି ଦେଖିବାକୁ ମିଳେ, ଯାହା ଧିରେ ଧିରେ ସୂର୍ଯ୍ୟକୁ ଢାଙ୍କି ଦେଉଥିବା ଦେଖାଯାଏ। ଯେତେବେଳେ ଟ୍ରମ୍ପଙ୍କ ମୁଣ୍ଡର ଛାୟାଛବି ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ, ଏକ ବାକ୍ୟାଂଶ ପରଦାରେ ଝଲସି ଉଠେ – “ଆମେ ଆମେରିକାକୁ ବଞ୍ଚାଇବୁ। ଏବଂ ଏହାକୁ ପୁନର୍ବାର ମହାନ କରିବୁ”।