Vivo X Fold 3 Pro ଲଞ୍ଚ: ଦେଢ଼ ଲକ୍ଷରୁ ଆରମ୍ଭ ଦାମ୍

ନୂଆଦିଲ୍ଲୀ: ଭିଭୋ ଏକ୍ସ ଫୋଲ୍ଡ ୩ ପ୍ରୋ(Vivo X Fold 3 Pro) ସ୍ମାର୍ଟ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୧,୫୯,୯୯୯ ଟଙ୍କା ରହିଛି। ଜୁନ ୧୩ ତାରିଖରେ ଇ-କମର୍ଶ କମ୍ପାନୀ ଆମାଜନ ଓ ଫ୍ଲିପ୍‌କାର୍ଟରେ ଏହାର ବିକ୍ରି ଆରମ୍ଭ ହେବ। ଆପଣ ଯଦି ଏହି ଫୋନ୍ କିଣିବାକୁ ଚାହୁଛନ୍ତି ତେବେ ଏହା ଫିଚର ବିଷୟରେ ଜାଣି ରଖୁନ୍ତୁ। Vivo X Fold 3 Pro ଡିସ୍‌ପ୍ଲେ- ଏହି ସ୍ମାର୍ଟଫୋନ୍‌ର ୮.୦୩ ଇଞ୍ଚ୍ର ଅନଫୋଲ୍ଡ ଡିସ୍‌ପ୍ଲେ ରହିଛି। ଏଥିସହିତ ୬.୫୩ ଇଞ୍ଚର ଆମୋଲେଡ୍ କଭର ଡିସ୍‌ପ୍ଲେ ଦିଆଯାଇଛି। ଚିପ୍‌ସେଟ୍- Vivo X Fold 3 Pro ଫୋଲ୍ଡେବଲ ସ୍ମାର୍ଟଫୋନ୍‌ରେ ସ୍ନାପଡ୍ରାଗନ ୮ଜେନ ୩ଏସ୍‌ଓସି(octa-core Snapdragon 8 Gen 3 SoC) ଚିପ୍‌ସେଟ୍ ଦିଆଯାଇଛି।ରିୟର ଓ ଫ୍ରଣ୍ଟ କ୍ୟାମେରା: ଏଥିରେ ୫୦ ମେଗାପିକ୍ସେଲ ମେନ୍ କ୍ୟାମେରା, ୬୪ ମେଗାପିକ୍ସେଲ୍ ଟେଲିଫୋଟେ ସେନ୍‌ସର ଏବଂ ୫୦ ମେଗାପିକ୍ସେଲ ଅଲ୍‌ଟ୍ରା ୱାଇଡ୍‌ ସେନ୍‌ସର ଦିଆଯାଇଛି। ସେହିପରି ୩୨ ମେଗାପିକ୍ସେଲ୍‌ର ସେଲ୍‌ଫୀ କ୍ୟାମେରା ଦିଆଯାଇଛି।ବ୍ୟାଟେରୀ ଓ ଚାର୍ଜିଂ- Vivo X Fold 3 Pro ସ୍ମାର୍ଟଫୋନ୍‌ରେ ୫୭୦୦ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି। ୧୦୦ୱାଟ୍‌ର ୱାୟର୍ଡ ଓ ୫୦ ୱାଟ୍‌ର ଓୟାରଲେସ୍ ଚାର୍ଜିଂ ଦିଆଯାଇଛି। ଏହିପରି ଆହୁରି ଅନେକ ଦମ୍‌ଦାର ଫିଚର୍ ଦିଆଯାଇଛି ଏହି ଫୋନ୍‌ରେ। ତେବେ ଭାରତ ଭଳି ମାର୍କେଟ୍‌ରେ ଦେଢ ଲକ୍ଷରୁ ଅଧିକ ଟଙ୍କା ଦେଇ ଫୋଲ୍ଡେବଲ ସ୍ମାର

Vivo X Fold 3 Pro ଲଞ୍ଚ: ଦେଢ଼ ଲକ୍ଷରୁ ଆରମ୍ଭ ଦାମ୍

ନୂଆଦିଲ୍ଲୀ: ଭିଭୋ ଏକ୍ସ ଫୋଲ୍ଡ ୩ ପ୍ରୋ(Vivo X Fold 3 Pro) ସ୍ମାର୍ଟ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୧,୫୯,୯୯୯ ଟଙ୍କା ରହିଛି। ଜୁନ ୧୩ ତାରିଖରେ ଇ-କମର୍ଶ କମ୍ପାନୀ ଆମାଜନ ଓ ଫ୍ଲିପ୍‌କାର୍ଟରେ ଏହାର ବିକ୍ରି ଆରମ୍ଭ ହେବ। ଆପଣ ଯଦି ଏହି ଫୋନ୍ କିଣିବାକୁ ଚାହୁଛନ୍ତି ତେବେ ଏହା ଫିଚର ବିଷୟରେ ଜାଣି ରଖୁନ୍ତୁ। 

Vivo X Fold 3 Pro 

ଡିସ୍‌ପ୍ଲେ- ଏହି ସ୍ମାର୍ଟଫୋନ୍‌ର ୮.୦୩ ଇଞ୍ଚ୍ର ଅନଫୋଲ୍ଡ ଡିସ୍‌ପ୍ଲେ ରହିଛି। ଏଥିସହିତ ୬.୫୩ ଇଞ୍ଚର ଆମୋଲେଡ୍ କଭର ଡିସ୍‌ପ୍ଲେ ଦିଆଯାଇଛି। 

ଚିପ୍‌ସେଟ୍- Vivo X Fold 3 Pro ଫୋଲ୍ଡେବଲ ସ୍ମାର୍ଟଫୋନ୍‌ରେ ସ୍ନାପଡ୍ରାଗନ ୮ଜେନ ୩ଏସ୍‌ଓସି(octa-core Snapdragon 8 Gen 3 SoC) ଚିପ୍‌ସେଟ୍ ଦିଆଯାଇଛି।
ରିୟର ଓ ଫ୍ରଣ୍ଟ କ୍ୟାମେରା: ଏଥିରେ ୫୦ ମେଗାପିକ୍ସେଲ ମେନ୍ କ୍ୟାମେରା, ୬୪ ମେଗାପିକ୍ସେଲ୍ ଟେଲିଫୋଟେ ସେନ୍‌ସର ଏବଂ ୫୦ ମେଗାପିକ୍ସେଲ ଅଲ୍‌ଟ୍ରା ୱାଇଡ୍‌ ସେନ୍‌ସର ଦିଆଯାଇଛି। ସେହିପରି ୩୨ ମେଗାପିକ୍ସେଲ୍‌ର ସେଲ୍‌ଫୀ କ୍ୟାମେରା ଦିଆଯାଇଛି।

ବ୍ୟାଟେରୀ ଓ ଚାର୍ଜିଂ- Vivo X Fold 3 Pro ସ୍ମାର୍ଟଫୋନ୍‌ରେ ୫୭୦୦ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି। ୧୦୦ୱାଟ୍‌ର ୱାୟର୍ଡ ଓ ୫୦ ୱାଟ୍‌ର ଓୟାରଲେସ୍ ଚାର୍ଜିଂ ଦିଆଯାଇଛି। ଏହିପରି ଆହୁରି ଅନେକ ଦମ୍‌ଦାର ଫିଚର୍ ଦିଆଯାଇଛି ଏହି ଫୋନ୍‌ରେ। ତେବେ ଭାରତ ଭଳି ମାର୍କେଟ୍‌ରେ ଦେଢ ଲକ୍ଷରୁ ଅଧିକ ଟଙ୍କା ଦେଇ ଫୋଲ୍ଡେବଲ ସ୍ମାର୍ଟ ଫୋନ କିଣିବାକୁ ଗ୍ରାହକ କେତେ ଇଚ୍ଛୁକ ତାହା ଫୋନ୍ ସେଲ୍ ହେଲେ ଜଣାପଡ଼ିବ।