Waqf Controversy Stirs BJD Tussle: ଅସମ୍ଭାଳ ବିଜେଡି ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ
ୱକଫ୍ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି । ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।