WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ
ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନର ଟାର୍ଗେଟର ଜବାବରେ ଗୁଜରାଟ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତି ମୁମ୍ବାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓମେନ […] The post WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ appeared first on Dharitri Odia News.
ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନର ଟାର୍ଗେଟର ଜବାବରେ ଗୁଜରାଟ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତି ମୁମ୍ବାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓମେନ ଭେଟିବ।
ଜାଏଣ୍ଟ୍ସ ଅଧିନାୟିକା ଆଶଲେ ଗାର୍ଡନର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ କରିଥିଲା। ଦଳ ପକ୍ଷରୁ ହେଲି ମାଥ୍ୟୁସ ଓ ନାଟ ସ୍କିଭର ବ୍ରଣ୍ଟ ୭୭ ଲେଖାଏ ରନ କରିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ୭୧ ବଲରେ ବିସ୍ଫୋରକ ୧୩୩ ରନ ଯୋଡ଼ିଥିଲେ। ସେମାନେ ଗୁଜରାଟ ଦଳର ଖରାପ ଫିଲ୍ଡିଂର ଭରପୂର ଫାଇଦା ଉଠାଇଥିଲେ। ଅଧିନାୟିକା ହରମନପ୍ରୀତ କୌର ଶେଷ ଆଡ଼କୁ ୧୨ ବଲରେ ୨ ଚୌକା ଓ ୪ ଛକା ସହିତ ୩୬ ରନ କରିଥିଲେ। ଡାନିଏଲ ଗିବସନ ଦୁଇଟି ଓ କାଶଭି ଗୌତମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଗୁଜରାଟ ଜାଏଣ୍ଟ୍ସ ୧୯.୨ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଡାନିଏଲ ଗିବସନ ୩୪, ଫୋବ ଲିଚଫିଲ୍ଡ ୩୧ ଓ ଭାରତୀ ଫୁଲମାଲି ୩୦ ରନ କରିଥିଲେ। ବିଜୟୀ ମୁମ୍ବାଇ ପକ୍ଷରୁ ହେଲି ମାଥ୍ୟୁସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଆମେଲିଆ କେର ଦୁଇଟି ଓ ଶବନିମ ଇସ୍ମାଇଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
The post WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ appeared first on Dharitri Odia News.