WPL ଫାଇନାଲରେ RCB, ୫ ରନରେ ପରାସ୍ତ ମୁମ୍ବାଇ, ଦିଲ୍ଲୀ ସହ ଟାଇଟଲ୍ ଲଢ଼େଇ
ନୂଆଦିଲ୍ଲୀ,୧୭/୦୩: ଡବ୍ଲ୍ୟୁପିଏଲରେ ଡିଫେଣ୍ଡିଂ ଚାମ୍ପିଅନର ସ୍ବପ୍ନ ଧୂଳିସାତ୍ । ଏଲିମିନେଟର ମ୍ୟାଚରେ ପରାସ୍ତ ଗତ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ । ଶୁକ୍ରବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ୫ ରନ୍ରେ ହାରି ଟାଇଟଲ ଦୌଡ଼ରୁ ବାଦପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ । ଅନ୍ୟ ପଟରେ ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ୍ରେ ପ୍ରବେଶ କରିଛି । ରବିବାର ସୁପର ସନଡେ’ରେ ସୁପର ଫାଇଟ୍ ହେବ । ଡବ୍ଲ୍ୟୁପିଏଲ ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମୁକାବିଲା ଏକ ଲୋ’-ସ୍କୋରିଂ ମ୍ୟାଚ ରହିଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୬ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ବିନିମୟରେ ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅର୍ଦ୍ଧଶତକ ସହ ଗୋଟିଏ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଲିସ୍ ପେରୀ ପ୍ଲେୟାର । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ଭାରି ପଡ଼ିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ଶୃଙ୍ଖଳିତ ବୋଲିଂର ଉଚିତ୍ ମୁକାବିଲା କରିନପାରି ଦଳ ୨୩ ରନ୍ରେ ପ୍ରାରମ୍ଭିକ ୩ଟି ୱିକେଟ୍ ହରାଇଥିଲା । ଶୋଫି ଡିଭାଇନ ଓ ସ୍ମୃତି ମନ୍ଧନ
ନୂଆଦିଲ୍ଲୀ,୧୭/୦୩: ଡବ୍ଲ୍ୟୁପିଏଲରେ ଡିଫେଣ୍ଡିଂ ଚାମ୍ପିଅନର ସ୍ବପ୍ନ ଧୂଳିସାତ୍ । ଏଲିମିନେଟର ମ୍ୟାଚରେ ପରାସ୍ତ ଗତ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ । ଶୁକ୍ରବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ୫ ରନ୍ରେ ହାରି ଟାଇଟଲ ଦୌଡ଼ରୁ ବାଦପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ । ଅନ୍ୟ ପଟରେ ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ୍ରେ ପ୍ରବେଶ କରିଛି । ରବିବାର ସୁପର ସନଡେ’ରେ ସୁପର ଫାଇଟ୍ ହେବ । ଡବ୍ଲ୍ୟୁପିଏଲ ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ।
ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମୁକାବିଲା ଏକ ଲୋ’-ସ୍କୋରିଂ ମ୍ୟାଚ ରହିଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୬ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ବିନିମୟରେ ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅର୍ଦ୍ଧଶତକ ସହ ଗୋଟିଏ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଲିସ୍ ପେରୀ ପ୍ଲେୟାର । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ଭାରି ପଡ଼ିଥିଲା । ମୁମ୍ବାଇ ଇଣ୍ଡିଆନ୍ସର ଶୃଙ୍ଖଳିତ ବୋଲିଂର ଉଚିତ୍ ମୁକାବିଲା କରିନପାରି ଦଳ ୨୩ ରନ୍ରେ ପ୍ରାରମ୍ଭିକ ୩ଟି ୱିକେଟ୍ ହରାଇଥିଲା । ଶୋଫି ଡିଭାଇନ ଓ ସ୍ମୃତି ମନ୍ଧନା ୧୦ ରନ୍ ଲେଖାଏଁ କରିଥିବାବେଳେ ଦିଶା କସଟ୍ ଖାତା ଖୋଲି ପାରିନଥିଲେ । ଦଳର ଭାଗ୍ୟ ଅଭିଜ୍ଞ ପେରୀଙ୍କ ଉପରେ ନିର୍ଭର କରୁଥିଲା । ପ୍ରାରମ୍ଭରୁ ସତର୍କତାର ସହ ବ୍ୟାଟିଂ କରୁଥିବା ପେରୀ ଅନ୍ତିମ ଭାଗରେ କିଛି ଦର୍ଶନୀୟ ସଟ୍ ଖେଳିବା ଫଳରେ ଦଳ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା । ପେରୀ ୫୦ଟି ବଲ୍ର ସାମ୍ନା କରି ୮ଚୌକା ଓ ୧ ଛକା ବଳରେ ୬୬ରନ୍ କରିଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହେଲି ମାଥ୍ୟୁସ୍, ନାତାଲି ସ୍କିଭର-ବ୍ରଣ୍ଟ ଓ ସାଇକା ଇଶାକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୧୩୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ଓପନର ୟସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ୍ ୨୭ ରନ୍ ସଂଗ୍ରହ କରିଥିଲେ । ମାଥ୍ୟୁସ ବ୍ୟକ୍ତିଗତ ୧୫ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ ହେଁ ଅପରାଜିତ ୟସ୍ତିକାଙ୍କ ସହ ସ୍କିଭର-ବ୍ରଣ୍ଟ କ୍ରିଜ୍ରେ ଯୋଗ ଦେଇ ସ୍ଥିତି ସମ୍ଭାଳିଥିଲେ । ଉଭୟ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚାଇଥିଲେ । ଅଷ୍ଟମ ଓଭରରେ ୟସ୍ତିକାଙ୍କୁ ଆଉଟ୍ କରିଥିଲେ ପେରୀ ।
ଆଇପିଏଲ୍ ୨୦୨୪ରେ ଟପ୍ ଅର୍ଡରରେ ବ୍ୟାଟିଂ କରିବେ ଧୋନି ? ସିଏସକେ ଅଧିନାୟକଙ୍କ ଭୂମିକା ଉପରେ କହିଲେ ରାୟଡୁ
ଏହାପରେ ହର୍ମନପ୍ରୀତ କୌର ଓ ଆମେଲିଆ କେର ଲଢୁଆ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ । ଉଭୟ ଦର୍ଶନୀୟ ସଟ୍ମାନ ଖେଳି ଦଳୀୟ ସ୍କୋରକୁ ୧୨୦ରେ ପହଞ୍ଚାଇଥିଲେ । ୧୩ଟି ବଲ୍ରେ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ହେଉଥିଲା । ୧୭ତମ ଓଭରର ଶେଷ ବଲ୍ରେ ହର୍ମନପ୍ରୀତ ୩୩ କରି ଶ୍ରେୟଙ୍କା ପାଟିଲ ଓଭରରେ ଆଉଟ୍ ହୋଇଥିଲେ । ଏହାପରେ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ଆଡ଼କୁ ଢଳିଥିଲା । ଶେଷ ୨ ଓଭରରେ ୧୬ ରନ୍ କରିବା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କଷ୍ଟକର ହୋଇ ଯାଇଥିଲା । ସଜିବନ୍ ସଜନା ୧ ଓ ପୂଜା ବସ୍ତ୍ରାକର ୪ରନ୍ କରି ଆଉଟ୍ ହେବା ସହ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ନିଶ୍ଚିତ ହୋଇ ଯାଇଥିଲା । ଆମେଲିଆ ୨୭ରନ୍ କରି ଅପରାଜିତ ରହିଥିଲେ ହେଁ ଦଳକୁ ଜିତାଇ ପାରି ନଥିଲେ । ଫଳରେ ପାଞ୍ଚ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି ।