Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ,୩୦।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର Z+ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ପାୱାର CRPF ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି। ଶରଦ ପାୱାରଙ୍କୁ କେନ୍ଦ୍ର Z+ ସୁରକ୍ଷା ଦେଇଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ୫୫ ସଶସ୍ତ୍ର କର୍ମଚାରୀଙ୍କ ଦଳ ପାୱାରଙ୍କ Z+ ସୁରକ୍ଷା କଭରର ଏକ ଅଂଶ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରରୁ […] The post Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ appeared first on Dharitri Odia News.

Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ,୩୦।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର Z+ ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ପାୱାର CRPF ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି।
ଶରଦ ପାୱାରଙ୍କୁ କେନ୍ଦ୍ର Z+ ସୁରକ୍ଷା ଦେଇଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ୫୫ ସଶସ୍ତ୍ର କର୍ମଚାରୀଙ୍କ ଦଳ ପାୱାରଙ୍କ Z+ ସୁରକ୍ଷା କଭରର ଏକ ଅଂଶ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
କେନ୍ଦ୍ରରୁ ସୁରକ୍ଷା ପାଇବା ପରେ ଶରଦ ପାୱାର ଅଗଷ୍ଟ ୨୧ରେ ଗୁପ୍ତଚର ହେବାର ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ, ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ମୋତେ କହିଥିଲେ ଯେ, ସରକାର ତିନି ଜଣଙ୍କୁ Z+ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ।

ସେ କଟାକ୍ଷ ଭାବରେ କହିଥିଲେ, ନିର୍ବାଚନ ପାଖେଇ ଆସୁଛି, ତେଣୁ ଏହା ମୋ ବିଷୟରେ ପ୍ରାମାଣିକ ସୂଚନା ପାଇବା ପାଇଁ ଏକ ମାଧ୍ୟମ ହୋଇପାରେ। ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

 

The post Z+ ସୁରକ୍ଷା ନେବାକୁ ମନା କଲେ ଶରଦ ପାଓ୍ବାର: CRPF ଅଧିକାରୀଙ୍କୁ ଫେରାଇ ଦେଲେ appeared first on Dharitri Odia News.