ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ
ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍ ଏକ୍ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଉଲ୍ଲେଖନୀୟ ପରିମାଣର ନଗଦ ଅର୍ଥ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଏଇଏସ୍ଏଲ୍ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ, […] The post ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍ ଏକ୍ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଉଲ୍ଲେଖନୀୟ ପରିମାଣର ନଗଦ ଅର୍ଥ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଏଇଏସ୍ଏଲ୍ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ, ଡେପୁଟି ଡାଇରେକ୍ଟର ସୂର୍ଯ୍ୟଭାନୁ ସିଂ,ରିଜିଓନାଲ ସେଲ୍ସ ଆଣ୍ଡ ଗ୍ରୋଥ୍ ହେଡ୍ ବିକାଶ ଦାସ, ରିଜିଓନାଲ ଅପରେଶନ୍ସ ହେଡ୍ ଜୟଦୀପ ମୁଖାର୍ଜୀ ଏବଂ ସିଓଇ ହେଡ୍ ପ୍ରବୀଣ କୁମାର ପ୍ରମୁଖ ଭୁବନେଶ୍ୱରଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଆନ୍ଥେ ୨୦୨୪ ଅକ୍ଟୋବର ୧୯ରୁ ୨୭ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଶୀର୍ଷ ସ୍କୋରଧାରୀ ମଧ୍ୟ ନଗଦ ଅର୍ଥ ପୁରସ୍କାର ପାଇପାରିବେ। ଆନ୍ଥେ ଅଫ୍ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୨୦ ଓ ୨୭ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ସମଗ୍ର ଦେଶରେ ଥିବା ୩୧୫ ରୁ ଅଧିକ ଆକାଶ ଇନ୍ଷ୍ଟିଚ୍ୟୁଟ ସେଣ୍ଟରରେ ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ କରାଯିବ। ସେହିଭଳି ଅନ୍ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୧୯ରୁ ୨୭ତାରିଖ ମଧ୍ୟରେ ଏକ୍ଜାମ ୱିଣ୍ଡୋରେ ଯେକୌଣସି ସମୟରେ କରାଯାଇପାରିବ। ଛାତ୍ରୀଛାତ୍ର ସେମାନଙ୍କ ପାଇଁ ସୁବିଧାଜନକ ୧ ଘଣ୍ଟା ଅବଧିର ସ୍ଲଟ୍ ବାଛିପାରିବେ। ଆନ୍ଥେ ୨୦୨୪ ନିମନ୍ତେ ନାମ ପଞ୍ଜୀକରଣ ଫର୍ମ ଦାଖଲର ଶେଷ ତାରିଖ ଅନ୍ଲାଇନ ପରୀକ୍ଷା ଆରମ୍ଭର ୩ ଦିନ ପୂର୍ବ ଏବଂ ଅଫ୍ଲାଇନ ପରୀକ୍ଷା ଆରମ୍ଭର ୭ ଦିନ ପୂର୍ବ ଧାର୍ଯ୍ୟ କରାଯାଇଛି।
The post ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ appeared first on Dharitri Odia News.