ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ
ତେହେରାନ,୩୧।୭: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ହୋଇଛି। ଇରାନର ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଏହି ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ହାନିଆ ଇରାନର ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ସେ ଇରାନର ସର୍ବୋଚ୍ଚ ନେତାଙ୍କୁ ମଧ୍ୟ ଭେଟିଥିଲେ। ଇସମାଇଲ […] The post ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ appeared first on Dharitri Odia News.
ତେହେରାନ,୩୧।୭: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ହୋଇଛି। ଇରାନର ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଏହି ଆକ୍ରମଣ କରାଯାଇଥିଲା।
ସୂଚନାଯୋଗ୍ୟ, ମଙ୍ଗଳବାର ହାନିଆ ଇରାନର ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ସେ ଇରାନର ସର୍ବୋଚ୍ଚ ନେତାଙ୍କୁ ମଧ୍ୟ ଭେଟିଥିଲେ।
ଇସମାଇଲ ଗୋଷ୍ଠୀ ଇସମାଇଲ ହାନିଆଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ଇରାନ ରାଜ୍ୟ ଟେଲିଭିଜନରେ ବିଶ୍ଳେଷକମାନେ ଏହି ହତ୍ୟାକାଣ୍ଡ ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି।
କୁହାଯାଉଛି ଯେ ଇରାନର ରାଜଧାନୀ ତେହେରାନରେ ଇସମାଇଲ ହାନିଆଙ୍କର ମୃତ୍ୟୁ ହୋଇଛି। ଇରାନର ରାଜଧାନୀ ତେହେରାନରେ ଆକ୍ରମଣ କରି ଇସ୍ରାଏଲ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରିଛି। ତେବେ ହତ୍ୟା କିପରି ହୋଇଛି ତାହାର ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ।
ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରିବା ଇସ୍ରାଏଲ ପାଇଁ ଏକ ବଡ଼ ସଫଳତା । ଅକ୍ଟୋବର ୭, ୨୦୨୩ରେ, ହମାସ ଇସ୍ରାଏଲକୁ ଏକ ବଡ କ୍ଷତ ଦେଇଥିଲା। ସେହି ଦିନ ହମାସ କ୍ଷେପଣାସ୍ତ୍ର ଏବଂ ରକେଟ ସାହାଯ୍ୟରେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିଥିଲା ଯେଉଁଥିରେ ଦଶହଜାର ଇସ୍ରାଏଲ ପ୍ରାଣ ହରାଇଥିଲେ। ଏହା ପରେ ହିଁ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା। ସେବେଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସ ମୁଖ୍ୟଙ୍କୁ ହତ୍ୟା କରି ଇସ୍ରାଏଲ ଅକ୍ଟୋବର ୭ ର ପ୍ରତିଶୋଧ ନେଇଛି।
The post ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ appeared first on Dharitri Odia News.