ଅକ୍ଷୟଙ୍କୁ ଟକ୍କର ଦେବେ ଅଜୟ
ଚଳିତବର୍ଷ ଇଦ୍ ଅବସରରେ ବକ୍ସ ଅଫିସ୍ରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ବଲିଉଡ୍ର ଦୁଇଜଣ ଆକ୍ସନ୍ ଷ୍ଟାର୍ଙ୍କ ଫିଲ୍ମ ଏକାସାଙ୍ଗେ ରିଲିଜ୍ ହେବାକୁ ଯାଉଛି। ଏପ୍ରିଲ୍ ୧୦ରେ ଅଜୟ ଦେବଗନ୍ଙ୍କ କ୍ରୀଡ଼ାଭିତ୍ତିକ ଚଳଚ୍ଚିତ୍ର ‘ମୈଦାନ’ ଓ ଅକ୍ଷୟ କୁମାରଙ୍କ ‘ବଡ଼େ ମିଆଁ ଛୋଟେ ମିଆଁ’ ବକ୍ସ ଅଫିସ୍ରେ ରିଲିଜ୍ ହେବ। ‘ମୈଦାନରେ ଅଜୟ ଭାରତୀୟ ଫୁଟବଲ୍ ଖେଳାଳି ସୈୟଦ୍ ଅବଦୁଲ୍ ରହିମ୍ଙ୍କ ଭୂମିକାରେ ଦେଖାଯିବେ। ଫିଲ୍ମର ଟିଜର୍ ଜାରି ହେବା ଦିନଠାରୁ ଦର୍ଶକେ ଫିଲ୍ମର ରିଲିଜ୍ ଦିନକୁ […]

ଚଳିତବର୍ଷ ଇଦ୍ ଅବସରରେ ବକ୍ସ ଅଫିସ୍ରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ବଲିଉଡ୍ର ଦୁଇଜଣ ଆକ୍ସନ୍ ଷ୍ଟାର୍ଙ୍କ ଫିଲ୍ମ ଏକାସାଙ୍ଗେ ରିଲିଜ୍ ହେବାକୁ ଯାଉଛି। ଏପ୍ରିଲ୍ ୧୦ରେ ଅଜୟ ଦେବଗନ୍ଙ୍କ କ୍ରୀଡ଼ାଭିତ୍ତିକ ଚଳଚ୍ଚିତ୍ର ‘ମୈଦାନ’ ଓ ଅକ୍ଷୟ କୁମାରଙ୍କ ‘ବଡ଼େ ମିଆଁ ଛୋଟେ ମିଆଁ’ ବକ୍ସ ଅଫିସ୍ରେ ରିଲିଜ୍ ହେବ। ‘ମୈଦାନରେ ଅଜୟ ଭାରତୀୟ ଫୁଟବଲ୍ ଖେଳାଳି ସୈୟଦ୍ ଅବଦୁଲ୍ ରହିମ୍ଙ୍କ ଭୂମିକାରେ ଦେଖାଯିବେ। ଫିଲ୍ମର ଟିଜର୍ ଜାରି ହେବା ଦିନଠାରୁ ଦର୍ଶକେ ଫିଲ୍ମର ରିଲିଜ୍ ଦିନକୁ ଅପେକ୍ଷା କରିଛନ୍ତି। ସେହିଭଳି ଏହିଦିନ ଅକ୍ଷୟ କୁମାର, ଟାଇଗର୍ ସ୍ରଫ୍ ଓ ପୃଥ୍ବୀରାଜ୍ ସୁକୁମାରନ୍ଙ୍କ ଅଭିନୀତ ‘ବଡ଼େ ମିଆଁ ଛୋଟେ ମିଆଁ’ ମଧ୍ୟ ରିଲିଜ୍ ହେବ। ‘ମୈଦାନ’ ୧୯୫୦ରୁ ୧୯୬୩ ମଧ୍ୟରେ ଭାରତୀୟ ଫୁଟବଲ୍ ଟିମ୍ର କୋଚ୍ ଥିବା ସୟଦ୍ ଅବଦୁଲ୍ ରହିମ୍ଙ୍କ କାହାଣୀ ଉପରେ ଆଧାରିତ। ଅମିତ୍ ଶର୍ମା ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି। ଫିଲ୍ମରେ ଅଜୟଙ୍କ ସହ ପ୍ରିୟାମଣି, ଗଜରାଜ ରାଓ, ରୁଦ୍ରନୀଲ ଘୋଷ ଆଦି ଲିଡ୍ ରୋଲରେ ଦେଖାଯିବେ। ତେବେ ଇଦ୍ ଅବସରରେ ବକ୍ସ ଅଫିସ୍ରେ ଅଜୟ କି ଅକ୍ଷୟ କିଏ ସଫଳ ହେବେ ତାହା ଦେଖୀବାକୁ ବାକି ରହିଲା।