ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ତୁମୁଡିବନ୍ଧ,୧୪ା୭(ଦୀପକ କୁମାର ପରାସେଠ): ତୁମୁଡିବନ୍ଧ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଗୁରୁବାର ତୁମୁଡିବନ୍ଧ ବନାଞ୍ଚଳର କବରା ନାଳ ପାହାଡ଼ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ୍ ଅଧ୍ୟକ୍ଷା ବାସନ୍ତି ମାଝି ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା, ବନପାଳ ଦେବାଶିଷ ଚୌଧୁରୀ, ବନ ରକ୍ଷୀ ସ୍ବପ୍ନା ପାତ୍ର ଓ ସମସ୍ତ ବନ କର୍ମଚାରୀ ଯୋଗ ଦେଇଥିଲେ। ସେହିପରି ଅଖିଳ ବିଶ୍ୱ […] The post ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ appeared first on Dharitri Odia News.
ତୁମୁଡିବନ୍ଧ,୧୪ା୭(ଦୀପକ କୁମାର ପରାସେଠ): ତୁମୁଡିବନ୍ଧ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଗୁରୁବାର ତୁମୁଡିବନ୍ଧ ବନାଞ୍ଚଳର କବରା ନାଳ ପାହାଡ଼ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ୍ ଅଧ୍ୟକ୍ଷା ବାସନ୍ତି ମାଝି ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା, ବନପାଳ ଦେବାଶିଷ ଚୌଧୁରୀ, ବନ ରକ୍ଷୀ ସ୍ବପ୍ନା ପାତ୍ର ଓ ସମସ୍ତ ବନ କର୍ମଚାରୀ ଯୋଗ ଦେଇଥିଲେ। ସେହିପରି ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଜିଲା ସଂଯୋଜକ କବିରାଜ ସାହୁ, ଜିଲା ସଂଗଠକ ଜଗନ୍ନାଥ, ଜିଲା ଯୁବ ସଂଯୋଜକ ନବୀନ ପାତ୍ର ଉପସ୍ଥିତ ଥିଲେ। ତୁମୁଡିବନ୍ଧ ବ୍ଲକ୍ ଅଞ୍ଚଳର ଗାୟତ୍ରୀ ପରିବାରର ପ୍ରାୟ ୩ଶହ ସଦସ୍ୟ ଉପସ୍ଥିତ ଥିଲେ।
The post ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ appeared first on Dharitri Odia News.