ଅଗ୍ନିବୀରଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି, ଚାକିରିରେ ୧୦% ସଂରକ୍ଷଣ ଘୋଷଣା
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସୈନି ସରକାର ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଅଗ୍ନିବୀରଙ୍କୁ ହରିୟାଣାରେ ଅନେକ ପଦରେ ଭର୍ତ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି କହିଛନ୍ତି, 'ପିଏମ୍ ମୋଦୀଙ୍କ ଦ୍ୱାରା ୨୦୨୨ ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧିନରେ ଅଗ୍ନିବୀରଙ୍କୁ ୪ ବର୍ଷ ପାଇଁ ଭାରତୀୟ ସେନାରେ ମୁତୟନ କରାଯାଇଥାଏ । ଆମ ସରକାର ହରିୟାଣରେ ଅଗ୍ନିବାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଭର୍ତ୍ତି କରାଯାଉଥିବା କନେଷ୍ଟବଳ, ମାଇନିଂ ଗାର୍ଡ, ଫରେଷ୍ଟ ଗାର୍ଡ, ଜେଲ୍ ୱାର୍ଡନ ଏବଂ ଏସପିଓ ପଦରେ ସିଧା ଭର୍ତ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ।' ଉଲ୍ଲେଖଯୋଗ୍ୟ ଯେ କିଛି ମାସ ପରେ ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବ। । ହରିୟାଣାରେ ଅଗ୍ନିବୀର ଯୋଜନା ଏକ ବଡ଼ ପ୍ରସଙ୍ଗ ହୋଇଛି । ରାଜ୍ୟରେ ବଡ଼ ସଂଖ୍ୟାରେ ଯୁବବର୍ଗ ଭାରତୀୟ ସେନାକୁ ଯିବା ପାଇଁ ପ୍ରସ୍ତୁତି କରିଥାନ୍ତି । ଅନ୍ୟପଟେ, ବିରୋଧୀ ମଧ୍ୟ ଅଗ୍ନିବୀର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି । ଏପରି ସ୍ଥିତିରେ ହରିୟାଣା ସରକାର ଏବେ ରାଜ୍ୟ ସରକାରଙ୍କ ନିଯୁକ୍ତିରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।Also Read: CISF ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ରହିବ ୧୦% ସଂରକ୍ଷଣ, ଦେବାକୁ ପଡ଼ିବନି
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସୈନି ସରକାର ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଅଗ୍ନିବୀରଙ୍କୁ ହରିୟାଣାରେ ଅନେକ ପଦରେ ଭର୍ତ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି କହିଛନ୍ତି, 'ପିଏମ୍ ମୋଦୀଙ୍କ ଦ୍ୱାରା ୨୦୨୨ ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧିନରେ ଅଗ୍ନିବୀରଙ୍କୁ ୪ ବର୍ଷ ପାଇଁ ଭାରତୀୟ ସେନାରେ ମୁତୟନ କରାଯାଇଥାଏ । ଆମ ସରକାର ହରିୟାଣରେ ଅଗ୍ନିବାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଭର୍ତ୍ତି କରାଯାଉଥିବା କନେଷ୍ଟବଳ, ମାଇନିଂ ଗାର୍ଡ, ଫରେଷ୍ଟ ଗାର୍ଡ, ଜେଲ୍ ୱାର୍ଡନ ଏବଂ ଏସପିଓ ପଦରେ ସିଧା ଭର୍ତ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ।'
ଉଲ୍ଲେଖଯୋଗ୍ୟ ଯେ କିଛି ମାସ ପରେ ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବ। । ହରିୟାଣାରେ ଅଗ୍ନିବୀର ଯୋଜନା ଏକ ବଡ଼ ପ୍ରସଙ୍ଗ ହୋଇଛି । ରାଜ୍ୟରେ ବଡ଼ ସଂଖ୍ୟାରେ ଯୁବବର୍ଗ ଭାରତୀୟ ସେନାକୁ ଯିବା ପାଇଁ ପ୍ରସ୍ତୁତି କରିଥାନ୍ତି । ଅନ୍ୟପଟେ, ବିରୋଧୀ ମଧ୍ୟ ଅଗ୍ନିବୀର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି । ଏପରି ସ୍ଥିତିରେ ହରିୟାଣା ସରକାର ଏବେ ରାଜ୍ୟ ସରକାରଙ୍କ ନିଯୁକ୍ତିରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Also Read: CISF ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ରହିବ ୧୦% ସଂରକ୍ଷଣ, ଦେବାକୁ ପଡ଼ିବନି ଫିଜିକାଲ ଟେଷ୍ଟ
ନିକଟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ବଳରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ, ସିଆଇଏସଏଫ ଏବଂ ଏସଏସବି ପରି କେନ୍ଦ୍ରୀୟ ବଳର ପ୍ରମୁଖମାନେ କହିଥିଲେ ଯେ ପୂର୍ବତନ ଅଗ୍ନିବୀରଙ୍କୁ ବୟସରେ ଛାଡ଼ କରାଯିବ ଏବଂ ସେମାନଙ୍କ ପାଇଁ କୌଣସି ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ହେବ ନାହିଁ ।