ଅଗ୍ନିଶମ ବିଭାଗକୁ ଟାଣି ଆଣିଲା ମା’ର ମମତା, ବୋରୱେଲ ଭିତରୁ ଉଦ୍ଧାର ହେଲା ବିଲେଇ ଛୁଆ
ପୁରୀ: ମାତୃତ୍ବର ଅନାବିଳ ପ୍ରେମ । ସେ ମଣିଷ ହେଉ କି ପଶୁ ପକ୍ଷୀ । ମା’ର ମମତା ଆଉ ସ୍ନେହ ସବୁବେଳେ ନିଆରା ଥାଏ । ବିଲେଇ ଛୁଆ ବୋରୱେଲରେ ଖସି ପଡ଼ିବାରୁ ମା’ ଭାଙ୍ଗି ପଡ଼ିଛି । ତା ଛୁଆକୁ ସେ ଉଦ୍ଧାର କରିବା ପାଇଁ ଅସମର୍ଥ । ତେଣୁ ଲୋକଙ୍କ ସାହାଯ୍ୟକୁ ଅପେକ୍ଷା କରି ବସିଛି । ପୁରୀ ଏସସିଏସ କଲେଜ ନିକଟରେ ଥିବା ଏକ ବିରିୟାନି ସେଣ୍ଟର ନିକଟରେ ମା’ ବିଲେଇ […] The post ଅଗ୍ନିଶମ ବିଭାଗକୁ ଟାଣି ଆଣିଲା ମା’ର ମମତା, ବୋରୱେଲ ଭିତରୁ ଉଦ୍ଧାର ହେଲା ବିଲେଇ ଛୁଆ appeared first on KNews Odisha.

ପୁରୀ: ମାତୃତ୍ବର ଅନାବିଳ ପ୍ରେମ । ସେ ମଣିଷ ହେଉ କି ପଶୁ ପକ୍ଷୀ । ମା’ର ମମତା ଆଉ ସ୍ନେହ ସବୁବେଳେ ନିଆରା ଥାଏ । ବିଲେଇ ଛୁଆ ବୋରୱେଲରେ ଖସି ପଡ଼ିବାରୁ ମା’ ଭାଙ୍ଗି ପଡ଼ିଛି । ତା ଛୁଆକୁ ସେ ଉଦ୍ଧାର କରିବା ପାଇଁ ଅସମର୍ଥ । ତେଣୁ ଲୋକଙ୍କ ସାହାଯ୍ୟକୁ ଅପେକ୍ଷା କରି ବସିଛି ।
ପୁରୀ ଏସସିଏସ କଲେଜ ନିକଟରେ ଥିବା ଏକ ବିରିୟାନି ସେଣ୍ଟର ନିକଟରେ ମା’ ବିଲେଇ ସହ ଖେଳୁଥିବା ତା ଛୁଆ ଏକ ବୋର୍ ୱେଲ ଭିତରେ ଖସି ପଡ଼ିଥିଲା । ମା’ ବିଲେଇ ଖାଲି ଏପଟେ ସେପଟ ହୋଇ ଲୋକଙ୍କୁ ଯେମିତି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲା । ଦୀର୍ଘ ଘଣ୍ଟା ଯାଏଁ ବିଲେଇର ଏପରି ଆଚରଣ ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ନିଜ ଛୁଆକୁ ଉଦ୍ଧାର କରା ହେଉଥିବା ଜାଣିବା ପରେ ମା’ ବିଲେଇ ଉଦ୍ଧାରକାରୀ କର୍ମଚାରୀଙ୍କ ଚାରି ପଟେ ଘୁରି ବୁଲୁଥିଲା ।
ପିଲାଟି ବିପଦରେ ପଡ଼ିଛି । ମା’ ମନ କେମିତି ବା ସମ୍ଭାଳିବ । ତା ପାଖରେ ଆଉ ଉପାୟ ବା କଣ । ସେ ନିଜେ ତ ଉଦ୍ଧାର କରିପାରିବ ନାହିଁ । ମଣିଷ ଉପରେ ସେ ନିର୍ଭରଶୀଳ । ମା’ର ଏମିତି ଅନାବିଳ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ମିଳିଲା । ଦୀର୍ଘ ୩ ଘଣ୍ଟା ପରିଶ୍ରମ କରିବା ପରେ ବିଲେଇ ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏହି କର୍ମଚାରୀ । ସତରେ ଉଦ୍ଧାରକାରୀ ଦଳଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ ।
Also Read: ଦେବୀ ନଦୀରୁ ଉଦ୍ଧାର ହୋଇଥିବା କାତ୍ୟାୟନୀ ମୂର୍ତ୍ତିକୁ ନେଇ ଗ୍ରାମବାସୀ ଏବଂ ଉଦ୍ଧାରକାରୀ ମାତାଜୀଙ୍କ ମଧ୍ୟରେ ବିବାଦ
The post ଅଗ୍ନିଶମ ବିଭାଗକୁ ଟାଣି ଆଣିଲା ମା’ର ମମତା, ବୋରୱେଲ ଭିତରୁ ଉଦ୍ଧାର ହେଲା ବିଲେଇ ଛୁଆ appeared first on KNews Odisha.