ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିପଡିଲେ ଅଙ୍ଗନୱାଡିକର୍ମୀ, ଘଟଣା ସ୍ଥଳରୁ ନୋଟରେ…

କେନ୍ଦୁଝର ( ନରେଶ ଚନ୍ଦ୍ର ପଟ୍ଟନାୟକ), ୪।୩: ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଅଙ୍ଗନୱାଡି କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରର କର୍ମୀ ମାଣିକ ବାରିକ (୪୯) ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ କରୁଛି। ମୃତ୍ୟୁର ସଠିକ କାରଣ ଜଣା ପଡି ନଥିଲେ ହେଁ ମାନସିକ ଚାପ କାରଣରୁ ମୃତ୍ୟୁକୁ ଲଭି ଥିବା କୁହାଯାଉଛି। ସୂଚନାଥାଉ କି, କର୍ମୀଜଣକ ଅବିବାହିତ ଥିଲେ। ଆଜି କୌଣସି ଛୁଆଙ୍କୁ କେନ୍ଦ୍ରକୁ ଡାକି ନ ଥିଲେ। ଲୁଗା […] The post ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିପଡିଲେ ଅଙ୍ଗନୱାଡିକର୍ମୀ, ଘଟଣା ସ୍ଥଳରୁ ନୋଟରେ… appeared first on Dharitri Odia News.

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିପଡିଲେ ଅଙ୍ଗନୱାଡିକର୍ମୀ, ଘଟଣା ସ୍ଥଳରୁ ନୋଟରେ…

କେନ୍ଦୁଝର ( ନରେଶ ଚନ୍ଦ୍ର ପଟ୍ଟନାୟକ), ୪।୩: ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଅଙ୍ଗନୱାଡି କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରର କର୍ମୀ ମାଣିକ ବାରିକ (୪୯) ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ କରୁଛି। ମୃତ୍ୟୁର ସଠିକ କାରଣ ଜଣା ପଡି ନଥିଲେ ହେଁ ମାନସିକ ଚାପ କାରଣରୁ ମୃତ୍ୟୁକୁ ଲଭି ଥିବା କୁହାଯାଉଛି।

ସୂଚନାଥାଉ କି, କର୍ମୀଜଣକ ଅବିବାହିତ ଥିଲେ। ଆଜି କୌଣସି ଛୁଆଙ୍କୁ କେନ୍ଦ୍ରକୁ ଡାକି ନ ଥିଲେ। ଲୁଗା ଶିଖାଇବାକୁ କହି ପାଖ ଦୋକାନରୁ ଦଉଡ଼ି କିଣି ଥିଲେ ଏବଂ କେନ୍ଦ୍ର ରୁମରେ ଫ୍ୟାନ ହୁକ ରେ ଆତ୍ମହତ୍ୟା କରି ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ତାଙ୍କ ବୁଢ଼ା ବାପା ମା ଅଛନ୍ତି ଏବଂ ସେ ଅବିବାହିତ ଥିଲେ। ସେ ପିଲା ଦିନରୁ ହୃଦ୍ ରୋଗ ରେ ଆକ୍ରାନ୍ତ ଥିଲେ ଏବଂ ନିକଟରେ କିଡନୀ ରୋଗ ରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରୁ ଏକ ନୋଟ ମିଳିଛି, ଯାହାର ଯାଞ୍ଚ ପୋଲିସ କରୁଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଯାଇଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଚମ୍ପୁଆ ଥାନା ଅଧିକାରୀ ଦେବକୀ ନାୟକ କହିଛନ୍ତି।

The post ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିପଡିଲେ ଅଙ୍ଗନୱାଡିକର୍ମୀ, ଘଟଣା ସ୍ଥଳରୁ ନୋଟରେ… appeared first on Dharitri Odia News.