ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର […] The post ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର appeared first on Dharitri Odia News.

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ସ୍ଥାନୀୟ ଆଶା ଦିଦି ଶାନ୍ତିଲତା ବଡମୁଣ୍ଡି ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସମ୍ପୃକ୍ତ ଆଶା ଦିଦି ହିଁ ଛତୁଆ ଖାଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି।

The post ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର appeared first on Dharitri Odia News.