ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା

ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି ରଖିଥିବା ସତ୍ତ୍ୱେ ଏହାକୁ ଗ୍ରହଣ କରୁନାହାନ୍ତି ବ୍ୟବସାୟୀ। ଫଳରେ ଅନେକ ସମୟରେ ଏହାକୁ ନେଇ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଚଳ ହୋଇଛି ସଚଳ ଟଙ୍କା, ଅଘୋଷିତ ବେଆଇନ ଖୁଚୁରା। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମାକୁ […] The post ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା appeared first on Dharitri Odia News.

ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା

ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି ରଖିଥିବା ସତ୍ତ୍ୱେ ଏହାକୁ ଗ୍ରହଣ କରୁନାହାନ୍ତି ବ୍ୟବସାୟୀ। ଫଳରେ ଅନେକ ସମୟରେ ଏହାକୁ ନେଇ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଚଳ ହୋଇଛି ସଚଳ ଟଙ୍କା, ଅଘୋଷିତ ବେଆଇନ ଖୁଚୁରା। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମାକୁ ବେଖାତିର କରି ବ୍ୟାଙ୍କ ଶାଖାରେ ମଧ୍ୟ ଏହି କଏନକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ଖୁଚୁରା ବ୍ୟବସାୟୀ ଓ ଜନସାଧାରଣ କରିଛନ୍ତି । ସାଧାରଣ ଜିନିଷର କିଣାବିକାର ସୁବିଧା ଦୃଷ୍ଟିରୁ ସରକାର ଏକ ଟଙ୍କା ଦୁଇ ଟଙ୍କା ପାଞ୍ଚ ଓ ଦଶ ଟଙ୍କିଆ ମୁଦ୍ରା ପ୍ରଚଳିତ କରିଛନ୍ତି। ଯାହାଦ୍ୱାରା ବଜାରରେ ଟଙ୍କା ବିନିମୟରେ ସୁବିଧା ଓ ସହଜ ହୋଇପାରିବ। ହେଲେ ସମସ୍ତ ଖୁଚୁରାକୁ ସରକାରଙ୍କ ତରଫରୁ ବେଆଇନ କରାଯାଇ ନ ଥିଲେ ମଧ୍ୟ କୌଣସି ଏକ ଗୁଜବ ଲାଗି ଏବେ ଜିଲାରେ ଏହା ବ୍ୟବହାର ହୋଇପାରୁନାହିଁ। ଏମିତି କି ଏହି ସବୁ ଖୁଚୁରାକୁ କୌଣସି ଭିକାରୀ ମଧ୍ୟ ଗ୍ରହଣ କରୁନାହାନ୍ତି। ତେବେ ଅଞ୍ଚଳରେ କଏନର ପ୍ରଚଳନ ନେଇ ଦେଖାଦେଇଥିବା ସମସ୍ୟା ଯୋଗୁ ଆଗକୁ ସହର ବଜାରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସ୍ବତନ୍ତ୍ର ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏହି ସବୁ ମୁଦ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଦୂର କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ।

The post ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା appeared first on Dharitri Odia News.