ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର

ଧର୍ମଶାଳା,୩୦।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ବଡ଼ଚଣା ଥାନା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ତିନି ଜଣ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା ସମୟରେ ଚଣ୍ଡିଖୋଲ-ବଡ଼ଚଣା ମଧ୍ୟରେ ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର […] The post ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର appeared first on Dharitri Odia News.

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର

ଧର୍ମଶାଳା,୩୦।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ବଡ଼ଚଣା ଥାନା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ତିନି ଜଣ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା ସମୟରେ ଚଣ୍ଡିଖୋଲ-ବଡ଼ଚଣା ମଧ୍ୟରେ ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଚଣ୍ଡୀତଳ ପଞ୍ଚାୟତର ବୋଲି ଜଣାପଡିଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

The post ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର appeared first on Dharitri Odia News.