ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍, ଦୁଇ ଯାତ୍ରୀ ଆହତ
ଖଲ୍ଲିକୋଟ/ଖୋର୍ଦ୍ଧା,୨୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ସୋମବାର ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁଯାୟୀ, ବିଧାୟକ ସେଠୀ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଖଲ୍ଲିକୋଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ହଠାତ ବଡ଼ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ପଛରେ ବିଧାୟକଙ୍କ ଗାଡ଼ି ଧକ୍କା ହୋଇଥିଲା । ଯାହା ଫଳରେ ଅଟୋରେ ଥିବା ଦୁଇ ଯାତ୍ରୀ ଆହତ ହୋଇଥିବାବେଳେ କାର୍ଟି […] The post ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍, ଦୁଇ ଯାତ୍ରୀ ଆହତ appeared first on Dharitri Odia News.
ଖଲ୍ଲିକୋଟ/ଖୋର୍ଦ୍ଧା,୨୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ସୋମବାର ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନାନୁଯାୟୀ, ବିଧାୟକ ସେଠୀ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଖଲ୍ଲିକୋଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ହଠାତ ବଡ଼ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ପଛରେ ବିଧାୟକଙ୍କ ଗାଡ଼ି ଧକ୍କା ହୋଇଥିଲା । ଯାହା ଫଳରେ ଅଟୋରେ ଥିବା ଦୁଇ ଯାତ୍ରୀ ଆହତ ହୋଇଥିବାବେଳେ କାର୍ଟି ଭାଙ୍ଗିରୁଜି ଯାଇଛି। ବିଧାୟକ ସୁରକ୍ଷିତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରିରଖିଛି।
The post ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍, ଦୁଇ ଯାତ୍ରୀ ଆହତ appeared first on Dharitri Odia News.