ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରିଥିଲେ। ଶୁଣାଣି ସମୟରେ ନିକିତା ସିଙ୍ଗାଣିଆଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ପୋଲିସ ଦ୍ୱାରା ଉପଯୁକ୍ତ କାରଣ ନଥିବା ଦର୍ଶାଇ ତାଙ୍କ ଗିରଫ ବେଆଇନ […] The post ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌ appeared first on Dharitri Odia News.

ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରିଥିଲେ।

ଶୁଣାଣି ସମୟରେ ନିକିତା ସିଙ୍ଗାଣିଆଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ପୋଲିସ ଦ୍ୱାରା ଉପଯୁକ୍ତ କାରଣ ନଥିବା ଦର୍ଶାଇ ତାଙ୍କ ଗିରଫ ବେଆଇନ ଥିଲା। ଏହି ଘଟଣାରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଅଧିକ ଅନୁସନ୍ଧାନ ଚାଲିଥିବା ବେଳେ କୋର୍ଟ ଜାମିନର ନିଷ୍ପତ୍ତି ନେଇଛନ୍ତି।

ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଗାଣିଆଙ୍କୁ ବେଙ୍ଗାଲୁରୁ ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା ଏବଂ ମା’ ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଥିଲା। ଅତୁଲ ସୁଭାଷ ଏହି ତିନିଜଣଙ୍କୁ ହଇରାଣ କରିଥିବା ଅଭିଯୋଗ କରିଥିଲେ। ଏହି ତିନିଜଣ ତାଙ୍କୁ ଆତ୍ମହତ୍ୟା କରବାକୁ ଉସକାଉଥିବା ଅଭିଯୋଗ ହୋଇଛି। ଅତୁଲ ନିକିତା ଏବଂ ତାଙ୍କ ପରିବାର ଉପରେ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ କରିଥିଲେ।

The post ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌ appeared first on Dharitri Odia News.