ଅଦା ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଶିବିର

ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ର ଠାରେ ଶୁକ୍ରବାର ଦିନ ଅଦା ଚାଷ ସମ୍ବନ୍ଧୀୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ସହାୟତାରେ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ଦ୍ୱାରା ପରିଚାଳିତ ସମନ୍ମିତ ଗ୍ରାମ ଉନ୍ନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆୟୋଜିତ ତାଲିମ ଶିବିରରେ ପିଥିଣ୍ଡା, କନକତୋରା,ବାଦୀମାଲ, ଭିକମପାଲି, ଅତାବିରା, ମଚିଦା, କତରବଗା ଓ ସମରବଗା ପଞ୍ଚାୟତର […] The post ଅଦା ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଶିବିର appeared first on Odisha.News.

ଅଦା ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଶିବିର

ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ର ଠାରେ ଶୁକ୍ରବାର ଦିନ ଅଦା ଚାଷ ସମ୍ବନ୍ଧୀୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ସହାୟତାରେ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ଦ୍ୱାରା ପରିଚାଳିତ ସମନ୍ମିତ ଗ୍ରାମ ଉନ୍ନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆୟୋଜିତ ତାଲିମ ଶିବିରରେ ପିଥିଣ୍ଡା, କନକତୋରା,ବାଦୀମାଲ, ଭିକମପାଲି, ଅତାବିରା, ମଚିଦା, କତରବଗା ଓ ସମରବଗା ପଞ୍ଚାୟତର ମୋଟ ୬୦ ରୁ ଅଧିକ ଚାଷୀ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ପ୍ରଶିକ୍ଷକ ଭାବେ କୃଷି ବିଶେଷଜ୍ଞ ବିଭୁ କଲ୍ୟାଣ ମିଶ୍ର, ଲଖନପୁର ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ଅମିତ କୁମାର ନାଏକ ଜୈବିକ ପ୍ରଣାଳୀରେ ଅଦା ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ତଥା ବିଭିନ୍ନ ପ୍ରକାର ରୋଗପୋକ ନିରାକରଣ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକାର ମୁଖ୍ୟ ପରିଚାଳନା ସଂଯୋଜକ ଦିପ୍ତୀ ରଞ୍ଜନ ମହାନ୍ତି, ଅଶୋକ ପଧାନ, ଅଭିନାଶ ପଟ୍ଟନାୟକ, ସୁଜିତ ସା,ସିପୁନ ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

The post ଅଦା ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଶିବିର appeared first on Odisha.News.