ଅଦାଲତକୁ ସମ୍ମାନ କରୁଛୁ, କିନ୍ତୁ ଏହି ନିଷ୍ପତ୍ତି ଅସ୍ୱୀକାର; ୨୫ ହଜାର ନିଯୁକ୍ତି ରଦ୍ଦ ହେବା ପରେ ମମତାଙ୍କ ବୟାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୫୦୦୦ ଶିକ୍ଷକ ଓ ଷ୍ଟାଫଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ରାଜନୀତି ଜୋର ହୋଇଛି । ଏହି ମାମଲାରେ ବିରୋଧୀ ଦଳ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ସିପିଏମ୍ କହିଛି ଯେ ସରକାର ଖାଲି ଥିବା ପଦକୁ ତୁରନ୍ତ ଭର୍ତ୍ତି କରନ୍ତୁ । ଏହାରି ଭିତରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ମମତା କହିଛନ୍ତି ଯେ ମୋ ମନରେ ନ୍ୟାୟପାଳିକା ପାଇଁ ଅନେକ ସମ୍ମାନ ଅଛି, କିନ୍ତୁ ଆମେ ଏହି ନିଷ୍ପତ୍ତିକୁ ସ୍ୱୀକାର କରିପାରିବୁ ନାହିଁ । ମମତା ବାନାର୍ଜୀ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପୂରା ଶିକ୍ଷା ବ୍ୟବସ୍ଥା ଧ୍ୱସ୍ତ ହୋଇଯାଉ ବୋଲି ବିଜେପି ଚାହୁଁଛି ।Howrah: On West Bengal alleged SSC recruitment scam, CM Mamata Banerjee says, "SSC is an autonomous body. We, as Government, will not interfere with their work. If the Court mentioned three months (for a fresh selection process), we are with candidates on humanitarian grounds.… pic.twitter.com/xL5B7pMwE6— ANI (@ANI) April 3, 2025ମମତା କହିଛନ୍ତି ଯେ ବେଙ୍ଗଲର ପୂର୍ବତନ ଶିକ୍ଷା ମନ୍ତ୍ରୀ ଜେଲରେ ଅଛନ୍ତି । ମଧ

ଅଦାଲତକୁ ସମ୍ମାନ କରୁଛୁ, କିନ୍ତୁ ଏହି ନିଷ୍ପତ୍ତି ଅସ୍ୱୀକାର; ୨୫ ହଜାର ନିଯୁକ୍ତି ରଦ୍ଦ ହେବା ପରେ ମମତାଙ୍କ ବୟାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୫୦୦୦ ଶିକ୍ଷକ ଓ ଷ୍ଟାଫଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ରାଜନୀତି ଜୋର ହୋଇଛି । ଏହି ମାମଲାରେ ବିରୋଧୀ ଦଳ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ସିପିଏମ୍ କହିଛି ଯେ ସରକାର ଖାଲି ଥିବା ପଦକୁ ତୁରନ୍ତ ଭର୍ତ୍ତି କରନ୍ତୁ । ଏହାରି ଭିତରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ମମତା କହିଛନ୍ତି ଯେ ମୋ ମନରେ ନ୍ୟାୟପାଳିକା ପାଇଁ ଅନେକ ସମ୍ମାନ ଅଛି, କିନ୍ତୁ ଆମେ ଏହି ନିଷ୍ପତ୍ତିକୁ ସ୍ୱୀକାର କରିପାରିବୁ ନାହିଁ । ମମତା ବାନାର୍ଜୀ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପୂରା ଶିକ୍ଷା ବ୍ୟବସ୍ଥା ଧ୍ୱସ୍ତ ହୋଇଯାଉ ବୋଲି ବିଜେପି ଚାହୁଁଛି ।

ମମତା କହିଛନ୍ତି ଯେ ବେଙ୍ଗଲର ପୂର୍ବତନ ଶିକ୍ଷା ମନ୍ତ୍ରୀ ଜେଲରେ ଅଛନ୍ତି । ମଧ୍ୟପ୍ରଦେଶ ବ୍ୟାପମ୍ କେସରେ କେତେ ଲୋକଙ୍କୁ ଗିରଫ କରାଯାଇଥିଲା ଓ କେଉଁମାନେ ଜେଲ୍ ଯାଇଥିଲେ ତାର ଉତ୍ତର ଦେଉ ବିଜେପି । ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ ୨୬ ହଜାର ଶିକ୍ଷକ ଓ ଅନ୍ୟ ଷ୍ଟାଫ୍‌ଙ୍କ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିଲା ଓ ଏହା ଦୁର୍ନୀତିଗ୍ରସ୍ତ ପ୍ରକ୍ରିୟା ରହିଥିଲା । ଏଥିପାଇଁ ଏହି ନିଯୁକ୍ତିକୁ ରଦ୍ଦ କରାଯାଉଛି । ଏବେ ଏହି ମାମଲାରେ ବିଜେପି ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରୁଛି ।  

ମମତା କହିଛନ୍ତି ଯେ ଯେଉଁମାନେ ଚାକିରି ହରାଇବାକୁ ବସିଛନ୍ତି ସେମାନେ ଧୈର୍ଯ୍ୟ ହରାନ୍ତୁ ନାହିଁ, ମୁଁ ନିଜେ ଯାଇ ସେମାନଙ୍କୁ ଭେଟିବି ।  । ସେ ଘୋଷଣା କରିଛନ୍ତି, 'ଆମ ଓକିଲମାନେ ଏହି ଘଟଣାର ସମୀକ୍ଷା କରିବେ । ମୁଁ ଜାଣେ ଆମ ପିଲାମାନେ ମାନସିକ ଚାପରେ ଅଛନ୍ତି । ଆସନ୍ତା ଏପ୍ରିଲ୍ ୭ରେ ନେତାଜୀ ଇନ୍ଦୋର ଷ୍ଟାଡିୟମରେ ସେମାନଙ୍କୁ ଭେଟିବି । ମୁଁ ଆମ ପିଲାମାନଙ୍କ ସହ ମାନବୀୟ ଦୃଷ୍ଟିକୋଣରୁ ଛାଡ଼ି ହୋଇଛି । ଯଦି ଏହି ପଦକ୍ଷେପ ପାଇଁ ବିଜେପି ମୋତେ ଜେଲ ପଠାଇବାକୁ ଚାହୁଁଛି ତେବେ, ସେମାନେ ପଠାଇ ପାରିବେ । ଯଦି ଏଥିପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ମୋତେ ବାନ୍ଧନ୍ତୁ ।'

ଉଲ୍ଲେଖଯୋଗ୍ୟ ଯେ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିକତା ଓ ଦୁର୍ନୀତି ହୋଇଥିବା କହି କୋଲକାତା ହାଇକୋର୍ଟ ନିଯୁକ୍ତିକୁ ରଦ୍ଦ କରିଥିଲେ । ଆଜି ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି । 

ସିଜେଆଇ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଥିଲେ, "ବଡ଼ ଧରଣର ଏବଂ ବ୍ୟାପକ ହେରଫେର" ଏବଂ ପରେ ଏହାକୁ ଲୁଚାଇବା ପାଇଁ ଯେଉଁ କାର୍ଯ୍ୟ କରାଯାଇଛି ତାହା ଚୟନ ପ୍ରକ୍ରିୟାକୁ ଦାଗୀ କରିଥିଲା । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ,'ଆମେ ତଥ୍ୟ ଦେଖିଛୁ । ନିଷ୍କର୍ଷରେ ଜଣାପଡ଼ିଛି ଯେ ସମଗ୍ର ଚୟନ ପ୍ରକ୍ରିୟା ହେରଫେର ଏବଂ ଜାଲିଆତି ଦ୍ୱାରା ଦାଗୀ ହୋଇଛି । ବିଶ୍ୱସନୀୟତା ଏବଂ ବୈଧତା କ୍ଷୁର୍ଣ୍ଣ ହୋଇଛି । ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ଦାଗୀ ପ୍ରାର୍ଥୀମାନଙ୍କୁ ବିଦା କରାଯିବା ଦରକାର ।'

ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ସେମାନେ ପାଇଥିବା ଦରମା ଫେରାଇବାକୁ ପଡିବ ନାହିଁ । ଏହାସହ କୋର୍ଟ ସରକାରୀ ଏବଂ ରାଜ୍ୟ-ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମମତା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ସମେତ ୧୨୦ରୁ ଅଧିକ ଆବେଦନର ସମୀକ୍ଷା ପରେ ଏହି ରାୟ ପ୍ରକାଶ ପାଇଛି । ଡିସେମ୍ବର ୧୯ରୁ ଫେବ୍ରୁଆରୀ ୧୦ ମଧ୍ୟରେ ଶୁଣାଣି ହୋଇ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । 

ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (SSC) ଦ୍ୱାରା ଆୟୋଜିତ ୨୦୧୬ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଥିଲା । ୨୪,୬୪୦ ପଦବୀ ପାଇଁ ୨୩ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ବେଳେ, ୨୫,୭୫୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ହାଇକୋର୍ଟ OMR ସିଟ୍ ଟ୍ୟାମ୍ପରିଂ ଏବଂ ରାଙ୍କ ହେରଫେରର ପ୍ରମାଣ ପାଇଥିଲେ, ଯାହା ଫଳରେ ନିଯୁକ୍ତିକୁ ବାତିଲ କରାଯାଇଥିଲା ।

ସେପଟେ ଏହି ପୂରା ଘଟଣାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଓ ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ସିଏମ୍ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, 'ଏହି ପୂରା ନିଯୁକ୍ତି ପ୍ରକ୍ରିୟା ପାଇଁ ସିଏମ୍ ମମତା ବାନାର୍ଜୀ ଦାୟୀ । ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଶାସନରେ ଯୋଗ୍ୟ ଯୁବକ-ଯୁବତୀଙ୍କ ସହ ଧୋକା ହୋଇଛି । ଟଙ୍କା ନେଇ ଏପରି କରାଯାଇଛି ।'

ସେ ଆହୁରି ଲେଖିଛନ୍ତି ଯେ ମମତା ବାନାର୍ଜୀ କେବଳ ଯୋଗ୍ୟ ପ୍ରାର୍ଥୀଙ୍କୁ ଧୋକା ଦେଇନାହାନ୍ତି ବରଂ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଧୋକା ଦେଇଛନ୍ତି । ଟିଏମସି ସାଂସଦ ଡୋଲା ସେନ୍ କହିଛନ୍ତି ଯେ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି, କିନ୍ତୁ ଏହା ମଧ୍ୟ ସତ ଯେ ଆମେ ଦୁର୍ନୀତି ବିରୋଧରେ ଲମ୍ୱା ଲଢେଇ ଲଢିଛୁ । ସେ କହିଛନ୍ତି ଯେ ଆମ ସରକାର ଏହି ମାମଲାର ତଦନ୍ତ କରିବେ । ପାର୍ଟି ସବୁବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ସହ ରହିଛି ।