ଅଦିନିଆ ବର୍ଷା କ୍ଷୟକ୍ଷତି, ଆଜି ଗ୍ରାଉଣ୍ଡ-ଜିରୋକୁ ଯିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବର୍ଷା କ୍ଷୟକ୍ଷତି ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତିର ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଯାଇ କ୍ଷୟକ୍ଷତି ଦେଖିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କଟକ ଓ ଜଗତସିଂହପୁର ଜିଲ୍ଲା ଯିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସ୍ଥିତି ଦେଖିବେ […] The post ଅଦିନିଆ ବର୍ଷା କ୍ଷୟକ୍ଷତି, ଆଜି ଗ୍ରାଉଣ୍ଡ-ଜିରୋକୁ ଯିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ appeared first on KNews Odisha.

ଭୁବନେଶ୍ୱର : ବର୍ଷା କ୍ଷୟକ୍ଷତି ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତିର ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଯାଇ କ୍ଷୟକ୍ଷତି ଦେଖିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କଟକ ଓ ଜଗତସିଂହପୁର ଜିଲ୍ଲା ଯିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସ୍ଥିତି ଦେଖିବେ । କେନ୍ଦ୍ରାପଡା ଓ ଯାଜପୁର ଯିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସୋମବାର (30 ତାରିଖ)ରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତ କରିବେ । ସାଧାରଣ ନିର୍ବାଚନରେ ପରାଜୟ ପରେ ନବୀନ ପ୍ରଥମଥର ପାଇଁ ଚାଷୀମାନଙ୍କୁ ଭେଟିବାକୁ ଯାଉଛନ୍ତି । ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲା ।
The post ଅଦିନିଆ ବର୍ଷା କ୍ଷୟକ୍ଷତି, ଆଜି ଗ୍ରାଉଣ୍ଡ-ଜିରୋକୁ ଯିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ appeared first on KNews Odisha.