ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ
ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ ଋତୁର ଧାନ ଅମଳ ସମୟରେ ଅଦିନିଆ ବର୍ଷା ମାଡ଼ରେ କ୍ଷୟକ୍ଷତି ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ରବିବାର ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା କ୍ଷତିଗ୍ରସ୍ତ ଧାନ ଜମି ବୁଲି ଦେଖିଛନ୍ତି। ପୂର୍ବାହ୍ନ ସମୟରେ ଗୋଳନ୍ଥରା କୁଠାରସିଂ […] The post ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ appeared first on Dharitri Odia News.
ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ ଋତୁର ଧାନ ଅମଳ ସମୟରେ ଅଦିନିଆ ବର୍ଷା ମାଡ଼ରେ କ୍ଷୟକ୍ଷତି ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ରବିବାର ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା କ୍ଷତିଗ୍ରସ୍ତ ଧାନ ଜମି ବୁଲି ଦେଖିଛନ୍ତି। ପୂର୍ବାହ୍ନ ସମୟରେ ଗୋଳନ୍ଥରା କୁଠାରସିଂ ପଞ୍ଚାୟତରେ ଥିବା କ୍ଷତିଗ୍ରସ୍ତ ଜମି ସିଧାସଳଖ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏଫଏକ୍ୟୁର ମାନ କୋହଳ କରିବାକୁ ଚାଷୀମାନେ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଫଳରେ ଚାଷୀ ସଠିକ ଦରରେ ପ୍ରାପ୍ୟ ପାଇପାରିବେ ବୋଲି କହିଥିଲେ।
ଅନ୍ୟପଟେ ମନ୍ତ୍ରୀ ଜେନା ରାଜସ୍ବ ଓ କୃଷି ବିଭାଗକୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏଥିରେ ଟାଳଟୁଳ ନୀତି ଅବଲମ୍ବନ ନ କରିବାକୁ ମଧ୍ୟ କହିଥିଲେ ସେଠାରୁ ବାହାରି ମନ୍ତ୍ରୀଡ଼ି, ଶାସନପଦର, ମେଣ୍ଢରାଜପୁର, କୋଳଥିଗାଁ, ପଦ୍ମପୁର, ଚାନ୍ଦପୁର, ଫୁଲଟା, ବୁରୁକୁଦି, ଗଉଞ୍ଜୁ, କମଳାପୁର, ଡ଼ୁରା ଓ ଅନ୍ୟ ପଞ୍ଚାୟତରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ ମଧ୍ୟ ମନ୍ତ୍ରୀ ଜେନା ଆଲୋଚନା କରିଥିଲେ ରଙ୍ଗେଇଲୁଣ୍ଡା ବ୍ଲକର ୮୯୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସେଥିରୁ ୫୦ ପ୍ରତିଶତ କଟା ହୋଇଛି। କିଛି ଧାନକୁ ଖଳାକୁ ସ୍ଥାନାନ୍ତର ହୋଇଥିବାବେଳେ ଆଉ କିଛି ଧାନ ଜମିରେ ପଡ଼ି ରହିଛି ଜମିରେ ପାଣି ରହିଥିବା ଯୋଗୁ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି।
ଏହି ଅବସରରେ କନିଷି ତହସିଲଦାର କବିରାଜ ପ୍ରଧାନ, ବ୍ଲକ କୃଷି ଅଧିକାରୀ ଶୁଭଶ୍ରୀ ଜେନା, କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର, କୁଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ଼ି, ସନ୍ତୋଷ ବିଷୋଇ ଓ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
The post ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ appeared first on Dharitri Odia News.