ଜମି ଘୋଟାଲା ଚାର୍ଚ୍ଚ ସିଟ୍‌ରେ ଟିଭି ଓ ଫ୍ରିଜ୍ ବିଲ୍; ହେମନ୍ତ ସୋରେନଙ୍କ ଦାବିକୁ ଇଡିର ଖଣ୍ଡନ

ନୂଆଦିଲ୍ଲୀ: ଜମି କିଣାବିକାରେ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଝଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ହେମନ୍ତ ସୋରେନ ୩୧ କୋଟିରୁ ଅଧିକ ଟଙ୍କାରେ ୮.୮୬ ଏକର ଜମି ବେଆଇନ ଭାବେ କିଣିଥିବା ଇଡି ଅଭିଯୋଗ କରିଛି । ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହାର ପ୍ରମାଣ ସ୍ବରୂପ ଅଦଲତରେ ସ୍ମାର୍ଟ ଟିଭି ଓ ରେଫ୍ରିଜେଟର ବିଲ୍ ରଖିଥିବା ଜଣାପଡ଼ିଛି । ଯାହାକୁ ଇଡି ଟିମ୍ ଯାଞ୍ଚ ବେଳେ ରାଞ୍ଚି ସ୍ଥିତ ଦୁଇଟି ଡିଲର ଠାରୁ ପ୍ରାପ୍ତ କରିଥିଲା । ଗତ ମାସରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ଦାୟର କରିଥିବା ଅଭିଯୋଗ ପତ୍ରରେ ଏହାକୁ ଯୋଡ଼ିଛି ଯାଞ୍ଚ ଏଜେନ୍ସି । ରାଞ୍ଚି କୋର୍ଟ ନ୍ୟାୟଧୀଶ ଜଷ୍ଟିସ୍ ରାଜୀବ ରଞ୍ଜନଙ୍କ ବିଶେଷ ଅଦାଲତ ଏପ୍ରିଲ୍ ୪ ତାରିଖରେ ଏବାବଦରେ ସଜ୍ଞାନ ନେଇଥିଲେ ।    ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ଇସ୍ତଫା ହେବାର ତୁରନ୍ତ ପରେ ଅର୍ଥାତ୍ ୩୧ ଜାନୁଆରୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲେ । ଜମି କିଣାବିକା ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଜେଏମଏମ ନେତା ହେମନ୍ତ ସୋରେନ ଏବେ ରାଞ୍ଚିର ହୋଟାଓ୍ବାର ସ୍ଥିତ ବିର୍ଶାମୁଣ୍ଡା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଇଡି ମୁତାବକ, ଉପଭୋକ୍ତା ସନ୍ତୋଷ ମୁଣ୍ଡାଙ୍କ ପରିବାର ସଦସ୍ୟ ନାଁରେ ଜମି କିଣିଛନ୍ତି । ସେ ଉକ୍ତ

ଜମି ଘୋଟାଲା ଚାର୍ଚ୍ଚ ସିଟ୍‌ରେ ଟିଭି ଓ ଫ୍ରିଜ୍ ବିଲ୍; ହେମନ୍ତ ସୋରେନଙ୍କ ଦାବିକୁ ଇଡିର ଖଣ୍ଡନ

ନୂଆଦିଲ୍ଲୀ: ଜମି କିଣାବିକାରେ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଝଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ହେମନ୍ତ ସୋରେନ ୩୧ କୋଟିରୁ ଅଧିକ ଟଙ୍କାରେ ୮.୮୬ ଏକର ଜମି ବେଆଇନ ଭାବେ କିଣିଥିବା ଇଡି ଅଭିଯୋଗ କରିଛି । ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହାର ପ୍ରମାଣ ସ୍ବରୂପ ଅଦଲତରେ ସ୍ମାର୍ଟ ଟିଭି ଓ ରେଫ୍ରିଜେଟର ବିଲ୍ ରଖିଥିବା ଜଣାପଡ଼ିଛି । ଯାହାକୁ ଇଡି ଟିମ୍ ଯାଞ୍ଚ ବେଳେ ରାଞ୍ଚି ସ୍ଥିତ ଦୁଇଟି ଡିଲର ଠାରୁ ପ୍ରାପ୍ତ କରିଥିଲା । ଗତ ମାସରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ଦାୟର କରିଥିବା ଅଭିଯୋଗ ପତ୍ରରେ ଏହାକୁ ଯୋଡ଼ିଛି ଯାଞ୍ଚ ଏଜେନ୍ସି । ରାଞ୍ଚି କୋର୍ଟ ନ୍ୟାୟଧୀଶ ଜଷ୍ଟିସ୍ ରାଜୀବ ରଞ୍ଜନଙ୍କ ବିଶେଷ ଅଦାଲତ ଏପ୍ରିଲ୍ ୪ ତାରିଖରେ ଏବାବଦରେ ସଜ୍ଞାନ ନେଇଥିଲେ ।    

ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ଇସ୍ତଫା ହେବାର ତୁରନ୍ତ ପରେ ଅର୍ଥାତ୍ ୩୧ ଜାନୁଆରୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲେ । ଜମି କିଣାବିକା ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଜେଏମଏମ ନେତା ହେମନ୍ତ ସୋରେନ ଏବେ ରାଞ୍ଚିର ହୋଟାଓ୍ବାର ସ୍ଥିତ ବିର୍ଶାମୁଣ୍ଡା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଇଡି ମୁତାବକ, ଉପଭୋକ୍ତା ସନ୍ତୋଷ ମୁଣ୍ଡାଙ୍କ ପରିବାର ସଦସ୍ୟ ନାଁରେ ଜମି କିଣିଛନ୍ତି । ସେ ଉକ୍ତ ଜମିକୁ ୧୪-୧୫ ବର୍ଷ ପାଇଁ ହେମନ୍ତ ସୋରେନଙ୍କ ପକ୍ଷରୁ ସେ ଦଖଲକର୍ତ୍ତା ଭାବେ ରହିବେ । ତେବେ ସନ୍ତୋଷ ମୁଣ୍ଡାଙ୍କ ବୟାନ ଆଧାରରେ ଇଡି ତାଙ୍କୁ ଗିରଫ କରିଛି ।