ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ବାମୀ ମାଗିଲେ କିଡନୀ

ଓ୍ବାଶିଂଟନ୍‌,୨୧।୨: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ। କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି। କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି। ଘଟଣା ଜାଣି ତାଜୁବ ହୋଇଯିବେ। ଘଟଣାଟି ଆମେରିକାର। ବ୍ୟକ୍ତି ଜଣକ ହେଲେ ଡ. ରିଚାର୍ଡ ବତିସ୍ତା। ସେ ଛାଡପତ୍ରରେ ନିଜ ସ୍ତ୍ରୀଙ୍କ ଠାରୁ କିଡନୀ ମାଗିଛନ୍ତି। କିଡନୀ ନ ଦେଇ ପାରିଲେ ତା’ ବଦଳରେ ୧.୨ ମିଲିୟନ ପାଉଣ୍ଡର ଟଙ୍କା ଫେରେଇବାକୁ […] The post ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ବାମୀ ମାଗିଲେ କିଡନୀ appeared first on Dharitri Odia News.

ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ବାମୀ ମାଗିଲେ କିଡନୀ

ଓ୍ବାଶିଂଟନ୍‌,୨୧।୨: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ। କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି। କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି। ଘଟଣା ଜାଣି ତାଜୁବ ହୋଇଯିବେ।

ଘଟଣାଟି ଆମେରିକାର। ବ୍ୟକ୍ତି ଜଣକ ହେଲେ ଡ. ରିଚାର୍ଡ ବତିସ୍ତା। ସେ ଛାଡପତ୍ରରେ ନିଜ ସ୍ତ୍ରୀଙ୍କ ଠାରୁ କିଡନୀ ମାଗିଛନ୍ତି। କିଡନୀ ନ ଦେଇ ପାରିଲେ ତା’ ବଦଳରେ ୧.୨ ମିଲିୟନ ପାଉଣ୍ଡର ଟଙ୍କା ଫେରେଇବାକୁ କହିଛନ୍ତି। ଏହି ଦମ୍ପତିଙ୍କ ବିବାହ ୨୦୦୯ରେ ହୋଇଥିଲା। ଦୁହିଁଙ୍କ ୩ଟି ପିଲା ଅଛନ୍ତି। ସ୍ତ୍ରୀଙ୍କ ଦୁଇଟି ଯାକ କିଡନୀ ଫେଲ୍‌ ହୋଇଯିବାରୁ ରିଚାର୍ଡ ସ୍ତ୍ରୀଙ୍କୁ କିଡନୀ ଡୋନେଟ୍‌ କରିଥିଲେ। କିନ୍ତୁ ଏହି ଘଟଣାର ୪ବର୍ଷ ପରେ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା। ରିଚାର୍ଡ ତାଙ୍କ ସ୍ତ୍ରୀଙ୍କର ଆଫାଏର ଥିବା ନେଇ ଅଭିଯୋଗ କରିଛନ୍ତି। ଛାଡପତ୍ର ପରେ ସେ ତାଙ୍କ ସ୍ତ୍ରୀଙ୍କୁ କିଡନୀ ଫେରାଇ ଦେବାକୁ ଦାବି କରିଛନ୍ତି।

The post ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ବାମୀ ମାଗିଲେ କିଡନୀ appeared first on Dharitri Odia News.